Odisha Elections 2024

ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ ଉଙ୍କି ମାରିଛି। କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ ବିଭିିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିବା ଭଳି ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ କରିବା ପାଇଁ ଆଗଭର ହେଲେଣି। ଏହି କୃତି ୯ ଜଣ ଛାତ୍ରହେଲେ ଅଜୟ କୁମାର ପାତ୍ର, ଜିତେନ୍ଦ୍ର କୁମାର ନାୟକ, ହେମନ୍ତ କୁମାର ମୁର୍ମୁ, ପାଣ୍ଡୁ ସିଂ, ଗୁଜା ମୁର୍ମୁ, ଦୀପୁ ମହାକୁଡ଼, କାର୍ତ୍ତିକ ମହାକୁଡ଼, ଦୁର୍ଗା ମାରାଣ୍ଡି ଓ ରାଜେଶ ପାତ୍ର। ପରିବାରର ଅଭାବ ଅନଟନ ଯୋଗୁ ଦିନେ ସେମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା। ହେଲେ ମାଟ୍ରିକ୍‌ ପାସ୍‌ କରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅଜୟ ଓ ଜିତେନ୍ଦ୍ର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ଅନ୍ୟମାନେ ମଧ୍ୟ ଭଲ ମାର୍କ ରଖି ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଅନାଥ ତ ଆଉ କାହାର ବାପା ଥିବା ବେଳେ ମା’ ଆରପାରିକୁ ଚାଲି ଯାଇଛନ୍ତି। ଆଉ କାହାର ମା’ ଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଛି। ଫଳରେ ବାଧ୍ୟ ହୋଇ ସେମାନ ନିଜ ପେଟ ଚାଖଣ୍ଡ ସହିତ ପରିବାରକୁ କିଛି ଅର୍ଥ ଦେବା ଆଶାରେ ଶିଶୁ ଶ୍ରମିକ ଭାବେ ଖଟି ଆସୁଥିଲେ। ଜଳଖିଆ ଦୋକାନ, ଗ୍ୟାରେଜ, ଢାବା ଆଦି ବିଭିନ୍ନ ଦୋକାନରେ ଏମାନେ କାମ କରୁଥିଲେ। ୨୦୧୪ରେ ଜିଲା ପ୍ରଶାସନ ପକ୍ଷରୁ ତତ୍କାଳୀନ ଜିଲାପାଳ ରାଜେଶ ପ୍ରଭାକର ପାଟିଲ ସେମାନଙ୍କୁ ଉଦ୍ଧାର କରି ‘ମୁଁ ବି ପଢ଼ିବି’ ଯୋଜନାରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ମୟୂରଭଞ୍ଜ ଜିଲାର ବିଶୋଇଠାରେ ଥିବା ଛାତ୍ରାବାସରେ ରହି ସେମାନେ ପାଠ ପଢ଼ିଥିଲେ। ବିଶୋଇ ନୋଡାଲ ଉଚ୍ଚ ବିଦ୍ୟାଳୟର ଏହି ୯ ଛାତ୍ର ଯେ କେବଳ ପାଠ ପଢ଼ାରେ ସଫଳ ହୋଇଛନ୍ତି ତାହା ନୁହେଁ ସ୍ବରୋଜଗାରକ୍ଷମ ହେବା ପାଇଁ ସେମାନଙ୍କୁ ଦିଆଯାଇଥିବା ସବାଇ ଘାସ, ମାଟି ଓ ଅନାବଶ୍ୟକ ପଦାର୍ଥରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି କରିବା ତାଲିମ ପାଇ ସେଥିରେ ପାରଙ୍ଗମ ହୋଇ ପାରିଛନ୍ତି। ଜିଲାର ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ ଯେ, ତୁମେ ତୁମ ଭବିଷ୍ୟତ ବଦଳାଇ ପାରିବ ନାହିଁ, କିନ୍ତୁ ନିଜ ଅଭ୍ୟାସକୁ ବଦଳାଇ ପାରିବ। ପ୍ରତିଦିନ ଅଭ୍ୟାସ ଜାରି ରଖିଲେ ତାହା ନିଶ୍ଚୟ ତୁମ ଭବିଷ୍ୟତ ବଦଳାଇ ଦେବ। ଫଳରେ ୬ ବର୍ଷ ପରେ ଆଜି ସେହି ପିଲାମାନେ ସେମାନଙ୍କ ଭାଗ୍ୟ କିଛିମାତ୍ରାରେ ବଦଳାଇବାରେ ସକ୍ଷମ ହୋଇପାରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ଜିଲାବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର, ୧୯।୫: ବିଜେଡି ଛାଡ଼ିଲେ ସମୀର ଦାଶ। ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri