Odisha Elections 2024

ଅନ୍‌ଲାଇନ ପାଠପଢ଼ା ବେଳେ ମୋବାଇଲ ଫୋନ୍‌ ଫାଟିଲା

ପୁରୀ ଅଫିସ,୨୯ା୭: ଅନ୍‌ଲାଇନରେ ପାଠପଢାବେଳେ ମୋବାଇଲ ଫୋନ୍‌ ଫାଟିଲା। ତେବେ ସୌଭାଗ୍ୟବଶତଃ ରକ୍ଷା ପାଇଛନ୍ତି ଜଣେ ସପ୍ତମଶ୍ରେଣୀ ଛାତ୍ରୀ। ତାଙ୍କ ବାମ ହାତରେ ଆଘାତ ଲାଗିଛି। କିନ୍ତୁ ମୋବାଇଲ ଫୋନ୍‌ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ପୁରୀ ବାଲିଘାଇ ଆଦର୍ଶ ନଗର ଅଞ୍ଚଳରେ ଘଟିଛି। ଏହି ଘଟଣା ପରେ ଅନ୍‌ଲାଇନ ମାଧ୍ୟମରେ ପାଠପଢାକୁ ନେଇ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ ଏକପ୍ରକାର ଭୟଭୀତ ହୋଇପଡ଼ିିଛନ୍ତି।
କରୋନା ସଂକ୍ରମଣ ବ୍ୟାପୁଥିବାରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦିକୁ ବନ୍ଦ କରିଦିଆଯାଇଛି। ଏହି ସମୟରେ ଛାତ୍ରୀଛାତ୍ର ଘରେ ରହି ମୋବାଇଲ ଫୋନ୍‌ ମାଧ୍ୟମରେ ଅନ୍‌ଲାଇନରେ ପାଠ ପଢିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ପିଲାମାନେ ଅନ୍‌ଲାଇନରେ ପାଠ ପଢିବା ସହ ହୋମ୍‌ୱର୍କ ମଧ୍ୟ କରୁଛନ୍ତି। ହ୍ବାଟ୍ସଆପ୍‌ ଜରିଆରେ ଏଭଳି ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିଛି। ତେବେ ମଙ୍ଗଳବାର ସକାଳେ ଆଦର୍ଶ ନଗରର ବିଦ୍ୟାଧର ପଲେଇଙ୍କ ଝିଅ ରୂପ୍‌ସା ପଲେଇ (ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ) ଘରେ ଅନ୍‌ଲାଇନରେ ପାଠ ପଢୁଥିଲେ। ଶିକ୍ଷକ ହ୍ବାଟ୍ସଆପ୍‌ରେ ଦେଇଥିବା ପ୍ରଶ୍ନର ଉତ୍ତର ରଖୁଥିଲେ। ଏହି ସମୟରେ ସେ ବାମ ହାତରେ ମୋବାଇଲ ଧରିଥିଲେ। ହଠାତ୍‌ ମୋବାଇଲ ଫୋନ୍‌ଟି ଫାଟିଯାଇଥିଲା। ସୌଭାଗ୍ୟବଶତଃ ରୂପ୍‌ସାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବାବେଳେ ବାମହାତରେ ସାମାନ୍ୟ ଆଘାତ ଲାଗିଛି। ହାତର କେତୋଟି ଅଙ୍ଗୁଳିରେ ଫୋଟକା ହୋଇଯାଇଛି। କିନ୍ତୁ ଫାଟିବା ପରେ ମୋବାଇଲ ଫୋନ୍‌ଟି ଜଳି ଉଠିଥିଲା। ଏହି ଘଟଣା ପରେ ରୁପ୍‌ସା ଭୟଭୀତ ହୋଇପଡ଼ିଥିଲେ। ତେବେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବା ସେ ପରେ ଜାଣିବାକୁ ପାଇ ଆଶ୍ୱସ୍ତ ହୋଇଥିଲେ। ରୂପ୍‌ସା କହିଛନ୍ତି, ଅନ୍‌ଲାଇନରେ ପାଠ ପଢୁଥିବାବେଳେ ମୋବାଇଲ ଫୋନ୍‌ ଫାଟିଯାଇଥିଲା। ଭଗବାନଙ୍କ ଦୟାରୁ ମୋର ବେଶି କିଛି ହୋଇନି, କେବଳ ହାତରେ କିଛି ଫୋଟକା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ମାର୍କେଟ କମ୍ପ୍ଲେକ୍ସ, ଶୌଚାଳୟରେ ଝୁଲୁଛି ତାଲା

ପାରଳାଖେମୁଣ୍ଡି, ୨୫ା୫ (ଗିରିଧାରୀ ପରିଛା): ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଓ କିଛି ମୁଷ୍ଟିମେୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri