କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା ଘଟାଇଥିବା ଏକ ଟିପ୍ପରକୁ ଛାଡିଦେବା ପାଇଁ ସେ ଗାଡ଼ି ମାଲିକ ତଥା ବାମେବାରୀ ଥାନା ବଳଭଦ୍ରପୁର ଗ୍ରାମର ମଙ୍ଗରାଜ ମହାନ୍ତଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ ା ତଥାପି ଗାଡ଼ି ଛାଡି ନ ଥିଲେ ା ଏଥିପାଇଁ ସେ ଆଉ ୨୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଂଶପାଳ ବ୍ଲକସ୍ଥିତ ଏକ କାରଖାନାରେ ଟିପ୍ପର ଦୁର୍ଘଟଣାରେ ଅଲେଖ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ା ଏ ନେଇ ନୟାକୋଟ ଥାନାରେ ଏକ ମାମଲା (ନଂ.୩୭/୨୦୨୦) ରୁଜୁ ହୋଇଥିଲା। ଗାଡି ଚାଳକ କେନ୍ଦୁଝର କୋର୍ଟରୁ ଜାମିନରେ ଆସିଥିଲେ। କିନ୍ତୁ ବାଂଶପାଳ ଫାଣ୍ଡି ଅଧିକାରୀ ଉକ୍ତ ଟିପ୍ପରକୁ ଫାଣ୍ଡି ପରିସରକୁ ନେଇ ଗାଡି ମାଲିକ ମଙ୍ଗରାଜଙ୍କୁ ଡକାଇଥିଲେ। ସେ ଗାଡି ଛାଡିବା ପାଇଁ ୧୦ ହଜାର ଟଙ୍କା ନେଇଥିଲେ ା ଦୁଇ ଦିନ ପରେ ଆସି ଗାଡି ନେଇଯିବାକୁ କହିଥିଲେ ା ୨ ଦିନ ପରେ ମଙ୍ଗରାଜ ଫାଣ୍ଡିରେ ପହଞ୍ଚତ୍ ଥିଲେ ା ହେଲେ ଫାଣ୍ଡି ଅଧିକାରୀ ଗାଡି ଛାଡିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରିବା ସହ ଆଉ ୨୦ହଜାର ଟଙ୍କା ଦାବି କରିଥିଲେ ା ଟଙ୍କା ନ ଦେବାରୁ ଫାଣ୍ଡି ଅଧିକାରୀ ଗାଡି ଛାଡ଼ି ନ ଥିଲେ ା ଏଣୁ ବାଧ୍ୟ ହୋଇ ମଙ୍ଗରାଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗାଡି ରିଲିଜ ଅର୍ଡର ଆଣିଥିଲେ। କୋର୍ଟ ଅର୍ଡର ଦେଖି ଫାଣ୍ଡି ଅଧିକାରୀ ଗାଡ଼ି ଛାଡିଥିଲେ ମଧ୍ୟ ସେ ନେଇଥିବା ୧୦ହଜାର ଟଙ୍କା ଫେରାଇ ନ ଥିଲେ ା ମଙ୍ଗରାଜ ଟଙ୍କା ଫେରସ୍ତ କରିବାକୁ କହିବାରୁ ଫାଣ୍ଡି ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ ସେ ବୋଲି ସେ ସୋମବାର ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଇତିମଧ୍ୟରେ ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ତେଲକୋଇ ଥାନାକୁ ବଦଳି କରାଯାଇଛି ା ଏ ସମ୍ପର୍କରେ ପୂର୍ବତନ ଫାଣ୍ଡି ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ା ହେଲେ ଫୋନ୍ ରିସିଭ ନ କରିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ। ତେବେ ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି, ସେ ଏ ବିଷୟରେ ସେ କିଛି ଜାଣି ନାହାନ୍ତି ା ଏଭଳି ଲାଞ୍ଚ କାରବାରକୁ ସେ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ା ତେଲକୋଇ ଥାନା ଅଧିକାରୀ ପଦ୍ମାସିନୀ ମେହେର କହିଛନ୍ତି, ସମ୍ପୃକ୍ତ ଅଧିକାରୀ ଅଳ୍ପଦିନ ତଳେ ବଦଳି ହୋଇ ଆସିଥିଲେ ହେଁ ଘଟଣା ସମ୍ପର୍କରେ ଅବଗତ ନୁହନ୍ତି ା ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି, ଏପରି ଘଟଣାର ତଦନ୍ତ କରାଯାଉ ା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ା
ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର
ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
କିସ୍ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…
ଭୁବନେଶ୍ୱର,୧୭ା୧୨: କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…
ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...
କିସ୍ ଛାତ୍ରଙ୍କୁ ହତ୍ୟା, ପ୍ରେସ୍ମିଟ୍ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…
ଭୁବନେଶ୍ୱର,୧୭ା୧୨: କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍ରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...
ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ
ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...
Archives


