Posted inଖେଳ

ଲଭ ଷ୍ଟୋରୀ: କୋଚ୍‌ଙ୍କ ଝିଅକୁ ବିବାହ କରିଥିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୭: ସୁରେଶ ରାଇନା। ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସାଙ୍ଗକୁ ଚମତ୍କାର ଫିଲ୍ଡିଂ ଲାଗି ବିଶ୍ୱ କ୍ରିକେଟ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନା ମହାମାରୀ ସତ୍ତ୍ୱେ ଉତ୍ତର ପ୍ରଦେଶର ଏହି ୩୩ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ଜାତୀୟ ଦଳକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜୋର୍‌ଦାର ଅଭ୍ୟାସ ଜାରି ରଖିଛନ୍ତି। ସାଥୀ ଖେଳାଳି ରିଷଭ ପନ୍ତଙ୍କ ସହ ଏକାଠି ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଅନେକ ହୁଏତ ‘ମିଷ୍ଟର ଆଇପିଏଲ୍‌’ ଭାବେ ପରିଚିତ ରାଇନାଙ୍କ ଲଭ୍‌ ଷ୍ଟୋରୀ ବିଷୟରେ ଜାଣି ନ ଥିବେ। ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ବଲ୍‌କୁ ବାଉଣ୍ଡାରୀ ବାହାରକୁ ପଠାଉଥିବା ରାଇନାଙ୍କୁ ଇଞ୍ଜିନିୟର ଚାକିରି କରିଥିବା ଜଣେ ଯୁବତୀ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ। ଏହି ଯୁବତୀଙ୍କ ନାମ ପ୍ରିୟଙ୍କା ଚୌଧୁରୀ। ୩ ଅପ୍ରେଲ ୨୦୧୫ରେ ରାଇନା ଓ ପ୍ରିୟଙ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଲଭ୍‌ ଷ୍ଟୋରୀ ବହୁତ ପୁରୁଣା। ରାଇନାଙ୍କ ପିତା ତ୍ରିଲୋକଚନ୍ଦ ଭାରତୀୟ ସେନାର ଜଣେ କର୍ମଚାରୀ। ସେହିଭଳି ପ୍ରିୟଙ୍କାଙ୍କ ବାପା ସତ୍‌ପାଲ ଶର୍ମା ମୁରାଦ ନଗରରେ ଏକ କଲେଜରେ ଶିକ୍ଷା ଦାନ କରୁଥିବା ସହ ପିଲାଙ୍କୁ ଖେଳ ମଧ୍ୟ ଶିଖାଉଥିଲେ। ରାଇନା ତାଙ୍କ ପିଲାଦିନେ ସତ୍‌ପାଲଙ୍କଠାରୁ ଟ୍ରେନିଂ ନେଇଥିଲେ। ସେହି ସମୟରେ ହିଁ ଉଭୟ ରାଇନା ଓ ପ୍ରିୟଙ୍କାଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। ଯାହାକି ପରେ ଭଲପାଇବାରେ ପରିବର୍ତ୍ତନ ହୋଇଯାଇଥିଲା ଏବଂ ୨୦୧୫ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପୂର୍ବରୁ ପ୍ରିୟଙ୍କା ନେଦରଲାଣ୍ଡସରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ କାମ କରୁଥିଲେ। ଇଞ୍ଜିନିୟରିଂ କରିବା ପରେ ସେ ଆଇଟି ପ୍ରଫେଶନାଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ମାସିକ ପାରିଶ୍ରମିକ ଲକ୍ଷାଧିକ ଟଙ୍କା ଥିଲା ବୋଲି କୁହାଯାଉଛି। କିନ୍ତୁ ରାଇନାଙ୍କ ସହ ଭାରତରେ ରହିବା ପାଇଁ ପ୍ରିୟଙ୍କା ଶେଷରେ ଚାକିରି ଛାଡ଼ି ସ୍ବଦେଶ ପଳାଇ ଆସିଥିଲେ। ରାଇନା ଓ ପ୍ରିୟଙ୍କାଙ୍କର ଗ୍ରାସିଆ ନାମରେ ଏକ କନ୍ୟା ସନ୍ତାନ ରହିଛି। ଗ୍ରାସିଆଙ୍କ ନାମରେ ପ୍ରିୟଙ୍କା ଏକ ଚ୍ୟାରିଟି ଫାଉଣ୍ଡେସନ ଖୋଲି ଗରିବ ଓ ଅସହାୟ ମହିଳାଙ୍କୁ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri