ପୁରୀ ଉପକୂଳରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ କମୁଛି

ପୁରୀ ଅଫିସ,୨୩ା୭: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ଅନିୟମିତତା ଦ୍ୱାରା ବହୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ବିଶେଷକରି ଏହାଦ୍ୱାରା ପୁରୀ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି। ଅନିୟମିତ ପାଣିପାଗ ଯୋଗୁ ଅଧିକାଂଶ ଅଣ୍ଡା କାଞ୍ଜିଆ ହୋଇଯାଉଥିବାରୁ ଛୁଆ ଫୁଟିବା ସଂଖ୍ୟା ବି କମିବାରେ ଲାଗିଛି। ଏଥିସହିତ ବେଆଇନ ଟ୍ରଲର ଚଳାଚଳ ଯୋଗୁ ମଧ୍ୟ ପ୍ରତିବର୍ଷ ବହୁ ସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି। ଗତ ୪ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ବାରି ହୋଇଯାଉଛି।
ସାଧାରଣଭାବେ ପ୍ରତିବର୍ଷ ନଭେମ୍ବର ମାସରେ ବହୁ ସଂଖ୍ୟାରେ ଅଲିଭ ରିଡ୍‌ଲେ ଓଡ଼ିଶା ଉପକୂଳକୁ ଆସିବା ଆରମ୍ଭ କରିଥାନ୍ତି। କୂଳରୁ ୫ରୁ ୧୦କିମି ମଧ୍ୟରେ ଏମାନେ ସମବେତ ହୁଅନ୍ତି ଓ ସେଠାରେ ତାଙ୍କର ମିଳନ ହୁଏ। ଓଡ଼ିଶାର ଗହୀରମଥା ପରେ ପୁରୀ ଜିଲା ଉପକୂଳକୁ ସେମାନେ ସାଧାରଣଭାବେ ଆସିଥାନ୍ତି। ଡିସେମ୍ବରରେ ହଜାର ହଜାର ସଂଖ୍ୟାରେ ଅଲ୍‌ିଭରିଡ୍‌ଲେ ପୁରୀ ଜିଲାର ବାଲି ହରଚଣ୍ଡୀଠାରୁ ଦେବୀ ମୁହାଣ ଇଲାକାକୁ ଆସିଥାନ୍ତି। କିନ୍ତୁ କୋଣାର୍କଠାରୁ ଦେବିନାସୀ ବେଳାଭୂମିରେ ଏମାନେ ଅଣ୍ଡା ଦେଇଥାନ୍ତି। ଗହୀରମଥା ଓ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିରେ ଅଲିଭରିଡ୍‌ଲେ ସାମୂହିକ ଭାବେ ଅଣ୍ଡା ଦେଉଥିବାବେଳେ ପୁରୀ ଜିଲା ଉପକୂଳ ବେଳାଭୂମିରେ ଏମାନେ ସ୍ଥାନେ ସ୍ଥାନେ ଅଣ୍ଡା ଦେଇଥାନ୍ତି। ଜାନୁୟାରୀ ଶେଷ ଆଡ଼କୁ ମାଈ କଇଁଛ କୂଳମୁହଁା ହୋଇଥାନ୍ତି। ଅଣ୍ଡିରା କଇଁଛ ବେଳାଭୂମିକୁ ଆସି ନ ଥାନ୍ତି। ପ୍ରାୟ ଅନ୍ଧାର ରାତିରେ ମାଈ ଅଲିଭ୍‌ରିଡ୍‌ଲେ ବେଳାଭୂମିକୁ ଉଠି ଅଣ୍ଡା ଦିଅନ୍ତି। ପଛ ଦୁଇ ପାଦରେ ସେମାନେ ଦେଢଫୁଟର ଗାତଖୋଳି ୮୦ରୁ ୧୨୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେଲା ପରେ ସେହି ଗାତକୁ ଘୋଡ଼ାଇ ଦେଇ ସମୁଦ୍ରକୁ ଫେରିଯାଆନ୍ତି। କଇଁଛର ଅଣ୍ଡାଗୁଡ଼ିକ ୪୫ରୁ ୬୦ଦିନରେ ଛୁଆ ଫୁଟିଥାଏ। ପୁରୀ ଜିଲା ଉପକୂଳରେ ଅଲିଭରିଡ୍‌ଲେ ବେଳାଭୂମିର ସ୍ଥାନେ ସ୍ଥାନେ ଅଣ୍ଡା ଦେଉଥିବାରୁ ଜଙ୍ଗଲ ବିଭାଗ ପକ୍ଷରୁ କୃତ୍ରିମ ହାଚେରି କରାଯାଏ। କାରଣ ମାଈ କଇଁଛ ଅଣ୍ଡା ଦେଇ ସମୁଦ୍ରକୁ ପଳାଇବା ପରେ କୁକୁର, ବିଲୁଆ, ବାର୍‌ହା, ହେଟା ପ୍ରଭୃତି ଜୀବମାନେ ବାଲି ଖୋଳି କଇଁଛ ଅଣ୍ଡା ଖାଇ ଦେଇଥାନ୍ତି। ତେଣୁ ଅଣ୍ଡାର ସୁରକ୍ଷା ପାଇଁ ହାଚେରି କରାଯାଇଥାଏ। ପ୍ରତ୍ୟହ ଅଣ୍ଡାଗୁଡିକୁ ବସା(କଇଁଛ ଅଣ୍ଡା ଦେଉଥିବା ସ୍ଥାନ)ରୁ ସଂଗ୍ରହ କରି ଜଙ୍ଗଲ ବିଭାଗ କର୍ମଚାରୀମାନେ ସେଗୁଡ଼ିକ ଆଣି ହାଚେରିରେ ରଖିଥାନ୍ତି। ଛୁଆ ଫୁଟିବା ପରେ ସେଗୁଡ଼ିକୁ ସମୁଦ୍ରକୁ ଛଡ଼ାଯାଇଥାଏ। ପ୍ରତିବର୍ଷ କୋଣାର୍କର ଚନ୍ଦ୍ରଭାଗା, କଅଁରପୁର, ଅସ୍ତରଙ୍ଗର ଜାହାନିଆ, ଡାଳୁଅକଣି ଏବଂ ନୂଆନଈଠାରେ ଜଙ୍ଗଲ ବିଭାଗ ପକ୍ଷରୁ କୃତ୍ରିମ ହାଚେରି ନିର୍ମାଣ କରାଯାଏ।
ଜିଲା ବନଖଣ୍ଡ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୧୯-୨୦ରେ ୪୪୪ଟି ବସାରୁ ୪୮,୬୪୬ ଅଣ୍ଡା ସଂଗ୍ରହ କରାଯାଇ ହାଚେରିରେ ରଖାଯାଇଥିଲା। ସେଥିମଧ୍ୟରୁ ୧୮,୯୫୩ଟି ଛୁଆ ଫୁଟିଥିଲେ। ତେବେ ଗତ ୪ବର୍ଷର ତଥ୍ୟ ଦେଖିଲେ ଚଳିତ ଥର ସବୁଠୁ କମ୍‌ ଅଣ୍ଡା ସଂଗ୍ରହ ହୋଇଥିବାବେଳେ ଛୁଆ ଫୁଟିବା ସଂଖ୍ୟା ବି କମ୍‌ ରହିଛି। କାରଣ ୨୦୧୬-୧୭ରେ ୩୦୪୩ଟି ବସାରୁ ୧,୨୧,୮୭୪ ଅଣ୍ଡା ସଂଗ୍ରହ କରାଯାଇଥିବାବେଳେ ୧.୦୫,୧୪୨ ଛୁଆ ଫୁଟିଥିଲେ। ସେହିପରି ୨୦୧୭-୧୮ରେ ୧,୬୧୬ ବସାରୁ ୮୪,୧୩୨ ଅଣ୍ଡା ସଂଗ୍ରହ ହୋଇଥିବାବେଳେ ଛୁଆ ଫୁଟିଥିଲେ ୭୨,୩୧୪ । ୨୦୧୮-୧୯ରେ ୮୦୪ ବସାରୁ ୭୫,୨୩୬ ଅଣ୍ଡା ସଂଗ୍ରହ ହୋଇଥିବା ବେଳେ ମାତ୍ର ୩୦,୯୨୨ ଛୁଆ ଫୁଟିଥିଲେ। ତେଣୁ କ୍ରମାଗତ ଭାବେ ଅଣ୍ଡା ଏବଂ ଛୁଆ ଫୁଟିବା ସଂଖ୍ୟା ହ୍ରାସ ପାଉଥିବା ଏଥିରୁ ସ୍ପଷ୍ଟ ହେଉଛି। ତେବେ ଏଥିପାଇଁ ବେଆଇନ ଟ୍ରଲର ଚଳାଚଳକୁ ପରିବେଶବିତ୍‌ମାନେ ଦାୟୀ କରିଛନ୍ତି। ଉପକୂଳ ଅଞ୍ଚଳରେ ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନଭେମ୍ବର ପହିଲାରୁ ମେ’ ୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଉଛି। ହେଲେ କଟକଣାକୁ ନ ମାନି କେତେଜଣ ଅସାଧୁ ଟ୍ରଲର ବ୍ୟବସାୟୀ ଅବାଧରେ ଉପକୂଳ ଅଞ୍ଚଳରେ ମାଛ ମାରୁଥିବା ବେଳେ ଅଧିକାଂଶ ମତ୍ସ୍ୟଜୀବୀ ବେଆଇନ ଭାବେ ଗୋଲେଇ(ରିଂ) ଜାଲରେ ମାଛ ଧରୁଛନ୍ତି। ଫଳରେ ଟ୍ରଲରେ ମାଡ଼ ହୋଇ ଏବଂ ରିଂ ଜାଲରେ ପଡ଼ି ଶହ ଶହ କଇଁଛଙ୍କ ଅକାଳ ମୃତ୍ୟୁ ହେଉଥିବାରୁ ଅଣ୍ଡାଦାନ ସଂଖ୍ୟା କମୁଛି। ଏସମ୍ପର୍କରେ ପୁରୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ବାଇଁ କହିଛନ୍ତି, ପ୍ରତିକୂଳ ପାଗ ଅର୍ଥାତ୍‌ ଖରାଦିନେ ବର୍ଷା ଯୋଗୁ ଅଧିକ ଅଣ୍ଡା କାଞ୍ଜିଆ ହୋଇଯାଉଛି। ତେଣୁ ଛୁଆ ଫୁଟିବା ସଂଖ୍ୟା କମୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri