ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ପୁନର୍ଗଠନ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ପୁନର୍ଗଠନ କରାଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନୂତନ ସାଧାରଣ ପରିଷଦ କାର୍ଯ୍ୟକାରୀ ହେବ। ପୂର୍ବଭଳି ସଭାପତି, ଉପସଭାପତି, ଅର୍ଥ ପରାମର୍ଶଦାତା, ସମ୍ପାଦକଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସରକାରୀ ସଦସ୍ୟଭାବେ ପରିଷଦରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଢେଙ୍କାନାଳ ବାହାଦୁର ପାଟ୍ଟସାହାଣୀ, ବାଲେଶ୍ୱରର ଶୁଭଶ୍ରୀ ଲେଙ୍କା ଓ କାଳୀପଦ ପଣ୍ଡା ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଏଥିରେ ଥିବା ବେସରକାରୀ ସଦସ୍ୟମାନଙ୍କ କାର୍ଯ୍ୟକାଳ ୩ବର୍ଷ ଅର୍ଥାତ୍‌ ୨୦୨୦ ଜୁଲାଇ ୨୪ରୁ ୨୦୨୩ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏକାଡେମୀ ପକ୍ଷରୁ ଜିଲାଓ୍ବାରୀ ନୂତନ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳର ସଂଗ୍ରାମ କେଶରୀ ପୃଷ୍ଟି, ବଲାଙ୍ଗୀର ଜ୍ୟୋତିର୍ମୟୀ ସାହୁ, ବରଗଡ଼ ବାମପଦ ତ୍ରିପାଠୀ, ବାଲେଶ୍ୱର ଭରତଚନ୍ଦ୍ର ଦାଶ, ବୌଦ୍ଧ ସଞ୍ଜୟ କୁମାର ପଣ୍ଡା, ଭଦ୍ରକ ପବିତ୍ର ପାଣିଗ୍ରାହୀ, କଟକ ମନୋଜ ପଟ୍ଟନାୟକ, ଦେବଗଡ଼ ଭାରତ ଭୂଷଣ ନନ୍ଦ, ଢେଙ୍କାନାଳ ପୁଷ୍ପଲତା ରଥ, ଗଜପତିର ମୀନାକ୍ଷୀ ସାହୁ, ଗଞ୍ଜାମ ସିଦ୍ଧାର୍ଥ ଶଙ୍କର ପାଢୀ, ଜଗତସିଂହପୁର ଅଭୟ ବାରିକ, ଯାଜପୁର ରୀତାରାଣୀ ନାୟକ, ଝାରସୁଗୁଡ଼ା ଶିବପ୍ରିୟା ମିଶ୍ର ଏବଂ କଳାହାଣ୍ଡି ପାଇଁ ସତ୍ୟ ନାରାୟଣ ମହାପାତ୍ର ପରିଷଦ ସଦସ୍ୟ ହୋଇଛନ୍ତି। ସେହିଭଳି କନ୍ଧମାଳର ଗିରିଜା ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ସରୋଜ କୁମାର ମହାନ୍ତି, କେନ୍ଦୁଝର ପିନାକୀ ମିଶ୍ର, କୋରାପୁଟ ଲକ୍ଷ୍ମୀକାନ୍ତ ପାଢୀ, ଖୋର୍ଦ୍ଧାର ବିବେକାନନ୍ଦ ପାଣିଗ୍ରାହୀ, ମାଲାକାନଗିରିର କିଶୋର ଚନ୍ଦ୍ର ପ୍ରଧାନ, ମୟୂରଭଞ୍ଜର ଅଜିତ ପାତ୍ର, ନବରଙ୍ଗପୁରର ବଲ୍ଲଭ କୁମାର ରାଉତ, ନୟାଗଡ଼ର ଅଶୋକ କୁମାର ନାୟକ, ନୂଆପଡ଼ାର ସୁରେଶ୍ୱରୀ ବାଘ, ପୁରୀର ପ୍ରତିଭା ମହାରଥୀ, ରାୟଗଡ଼ାର ଡମ୍ବରୁଧର ପଟ୍ଟନାୟକ, ସମ୍ବଲପୁରର ରଘୁନାଥ ମେହେର, ସୁବର୍ଣ୍ଣପୁରର ଦେବାଶିଷ ପାଣ୍ଡିଆ ଏବଂ ସୁନ୍ଦରଗଡ଼ର ସୁପ୍ରିୟା ପାଲ ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସାଧାରଣ ପରିଷଦରେ ରାଜ୍ୟର ୮ ବିଶ୍ୱବିଦ୍ୟାଳୟର ପ୍ରତିନିଧି ରହିଛନ୍ତି। ସେମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କିମ୍ବା ତାଙ୍କ ପ୍ରତିନିଧି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ମହାପାତ୍ର, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପଦ୍ମନାଭ ସାହୁ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ. ଉର୍ମିଶ୍ରୀ ବେଦମାତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଡ. ନିରଞ୍ଜନ କର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଶିବ ପ୍ରସାଦ ତ୍ରିପାଠୀ। ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଦ୍ୱାରା ଓଡ଼ିଆ ସାହିତ୍ୟର ୮ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ନିଯୁକ୍ତ ହେବେ। ରାଜ୍ୟ ପ୍ରତ୍ନତତ୍ତ୍ୱର ଅଧୀକ୍ଷକ ମଧ୍ୟ ଏହି ପରିଷଦରେ ସଦସ୍ୟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri