ପୂର୍ବତନ ଭିଜିଲାନ୍ସ ଡିଏସ୍‌ପିଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ୱର,୨୧।୭ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆରସି)। ଭିଜିଲାନ୍ସ ଓ୍ବିଙ୍ଗ୍‌ର କେତେଜଣ ଅଧିକାରୀଙ୍କ ବିରୋଧରେ ମିଥ୍ୟା ମାମଲା ନେଇ ପ୍ରମାଣ ମିଳିବା ପରେ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମିଥ୍ୟା ଲାଞ୍ଚ ମାମଲାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିର ତତ୍‌କାଳୀନ ଜେଇଙ୍କୁ ଗିରଫ କରିଥିବା ଭିଜିଲାନ୍ସର ପୂର୍ବତନ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ରଙ୍କ ଉପରେ କମିଶନ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଟଙ୍କା କ୍ଷତିପୂରଣ ବାବଦକୁ ଉକ୍ତ ଯନ୍ତ୍ରୀଙ୍କୁ ୨ ମାସ ମଧ୍ୟରେ ଦେବାକୁ କମିଶନ ଭିଜିଲାନ୍ସ ବିଭାଗକୁ ନର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ କନ୍‌ଷ୍ଟେବଳ ଓ ଜଣେ ହୋମ୍‌ଗାର୍ଡଙ୍କ ଉପରେ କଟକଣା ଲଗାଇଛନ୍ତି। ଅନ୍ୟ ମାମଲାଗୁଡିକରେ ସେମାନଙ୍କୁ ସାମିଲ ନ କରିବାକୁ କହିଛନ୍ତି। ଏଭଳି ଷଡ଼ଯନ୍ତ୍ର ରଚିଥିବା ଠିକାଦାରଙ୍କୁ ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମିଥ୍ୟା ସାକ୍ଷୀ ଦେଇଥିବା ଡିଏସ୍‌ଡବ୍ଲ୍ୟୁଓ ଅଫିସ୍‌ର କ୍ଲର୍କ ଓ ପିଅନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକାରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର କାମାକ୍ଷାନଗର ଏନ୍‌ଏସି କାର୍ଯ୍ୟାଳୟରେ ଜୁନିୟର ଇଞ୍ଜିନିୟର (ଜେଇ) ଥିଲେ। ଏକ ପ୍ରକଳ୍ପ କାମ ଖରାପ କରିବାରୁ ଠିକାଦାର ସୁରେଶ ନାୟକଙ୍କୁ ଉକ୍ତ କାର୍ଯ୍ୟ କରିବାକୁ ଜେଇ ରାଜେନ୍ଦ୍ର ଅନୁମତି ଦେଇ ନ ଥିଲେ। ଫଳରେ ସୁରେଶ ରାଗ ରଖି ଜେଇଙ୍କୁ ମିଛ ମାମଲାରେ ଫସାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସେ ଭିଜିଲାନ୍ସ ଡିଏସ୍‌ପି ହିମାଂଶୁଙ୍କ ସହ ମିଶି ତାଙ୍କୁ ଗିରଫ ଯୋଜନା କରିଥିଲେ। ୨୦୧୭ ମାର୍ଚ୍ଚ ୨୪ରେ ଡିଏସ୍‌ପି ହିମାଂଶୁଙ୍କ ନେତୃତ୍ୱରେ କନ୍‌ଷ୍ଟେବଳ ଉଦ୍ଧବ ଚରଣ ଲେଙ୍କା, ଶ୍ରୀନିବାସ ବିଶ୍ୱାଳ ଓ ହୋମ୍‌ଗାର୍ଡ ସୁରେନ୍ଦ୍ର ଧଳ ଜେଇ ରାଜେନ୍ଦ୍ରଙ୍କ ଚାମ୍ବରକୁ ପଶି ତାଙ୍କ ଟେବୁଲ ଡ୍ରରେ ଟଙ୍କା ରଖିଥିଲେ। ପରେ ମିଥ୍ୟା ଲାଞ୍ଚ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଏହାସହ ଭିଜିଲାନ୍ସର ଉପସ୍ଥିତିରେ ଠିକାଦାର ଜେଇଙ୍କୁ ମଧ୍ୟ ଲୁହାରଡ଼ରେ ମାଡ଼ ମାରିଥିବା ଅଭିଯୋଗ ନେଇ ରାଜେନ୍ଦ୍ର ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଜେଇଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ ଓ ତଦନ୍ତବେଳେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଥିଲା। ମିଥ୍ୟା ମାମଲା ନେଇ କମିଶନ ସ୍ପଷ୍ଟ ହେବା ପରେ ସୋମବାର ଏହି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri