କରୋନା ଶିଖାଇଲା ପରିଶ୍ରମ

ବୈପାରୀଗୁଡା,୧୮ା୭ (ଡି.ଏନ୍‌.ଏ.): ପରିସ୍ଥିତି ମଣିଷକୁ ବଦଳାଇଦିଏ। ତା’ର ସ୍ବଭାବ ଓ ଆଚରଣରେ ପରିବର୍ତ୍ତନ କରେ। ବର୍ତ୍ତମାନ ମହାମାରୀ ସମୟରେ ଏପରି କିଛି ପରିବର୍ତ୍ତନ ଦେଖାଦେଇଛି କୋରାପୁଟ ଜିଲା ବୈପାରିଗୁଡା ବ୍ଲକର କେତେଜଣ ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ। ସେମାନେ ନିଜ ବୃତ୍ତି ବଦଳାଇ କାମ କରି ପେଟ ପୋଷିବାକୁ ବାଧ୍ୟ ହୋଇଛନ୍ତି।
ମହାରାଷ୍ଟ୍ର ରାଜ୍ୟ ନାଗପୁର ଜିଲା ଉଦାସ ଅଞ୍ଚଳର ୧୫ ପରିବାରର ୧୨୦ ସଦସ୍ୟ ଦୀର୍ଘ ବର୍ଷ ହେବ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଯାଯାବର ଜୀବନ ଅତିବାହିତ କରୁଥିଲେ। ପୁରୁଷମାନେ ଜ୍ୟୋତିଷ ସାଜି ଗ୍ରାମକୁ ଗ୍ରାମ ବୁଲି ଗ୍ରହଶାନ୍ତି ପାଇଁ ରତ୍ନପଥର କହି କିଛି ରଙ୍ଗବେରଙ୍ଗ ପଥର ଲୋକଙ୍କୁ ବିକ୍ରି କରୁଥିଲେ। ମହିଳା ଓ ଛୋଟ ପିଲାମାନେ ଘର ଘର ବୁଲି ଭିକ୍ଷା ମାଗୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଏହି ୧୫ ପରିବାର ଫଶି ଯାଇଥିଲେ। ଘରୁ ବାହାରି ନ ପାରିବା ଯୋଗୁ ସେମାନେ ଏକପ୍ରକାର ଅନାହାର ପରିସ୍ଥିତିରେ ପହଞ୍ଚତ୍ ଯାଇଥିଲେ। ସେମାନଙ୍କ ଏପରି ଦୁର୍ଦ୍ଦଶା ସମ୍ପର୍କରେ ‘କରୋନା ଛଡାଇ ନେଇଛି ବୃତ୍ତି’ ଶୀର୍ଷକ ଏକ ଖବର ମାର୍ଚ୍ଚ ୨୮ରେ ‘ଧରିତ୍ରୀ’ରେ ପ୍ରକାଶ ପରେ ସହାୟତା କରିବାକୁ ଜିଲାପାଳ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି ପରିବାରର ୧୨୦ ସଦସ୍ୟଙ୍କୁ ମାର୍ଚ୍ଚ ୨୯ରୁ ମାସେ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଲକ୍‌ଡାଉନ୍‌ ଉଠିବା ପରେ ପ୍ରଶାସନ ସେମାନଙ୍କୁ ଦେଉଥିବା ରନ୍ଧାଖାଦ୍ୟ ବନ୍ଦ କରିଦେଇଥିଲା। ଫଳରେ ପ୍ରତିକୂଳ ପରିସ୍ଥିତି ଯୋଗୁ ସେମାନେ ପୂର୍ବପରି ବୃତ୍ତି ଜାରି ରଖିପାରିଲେ ନାହିଁ। ଏବେ ସେମାନେ ବାଧ୍ୟ ହୋଇ ସରକାରୀ ଅଥବା ବେସରକାରୀ ନିର୍ମାଣ କାମରେ ମଜୁରିଆ ଭାବେ କାମ କରୁଛନ୍ତି। ମହିଳାମାନେ ଦୈନିକ ୧ ଶହ ୫୦ ଟଙ୍କା ଓ ପୁରୁଷମାନେ ୨ ଶହ ଟଙ୍କା ରୋଜଗାର କରୁଛନ୍ତି। ପ୍ରତି ପରିବାର ଦୈନିକ ୫ ଶହରୁ ୬ ଶହ ଟଙ୍କା ରୋଜଗାର କରୁଛନ୍ତି। ଏବେ ଚାଷ ସମୟରେ ମଜୁରିଆ ମିଳୁ ନ ଥିବା ବେଳେ ସେମାନଙ୍କ ଚାହିଦା ବଢିଛି। ଭିକ୍ଷା ବୃତ୍ତିରୁ ଲକ୍‌ଡାଉନ ସେମାନଙ୍କୁ ଦୂରେଇ ଦେଇଛି। ପରିଶ୍ରମ କରି ଉଚିତ୍‌ ମାର୍ଗରେ ଅର୍ଥ ରୋଜଗାରର ବାଟ ସମୟ ସେମାନଙ୍କୁ ଶିଖାଇ ଦେଇଛି ବୋଲି ଏହି ଯାଯାବର ଜୀବନ ଜୀଉଥିବା ପରିବାରର କେତେକ ସଦସ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri