ପଢ଼ି ହେଉନି କାନ୍ଥ କାହାଣୀ: ନିରାଶ ହେବେ ଭକ୍ତ, ପର୍ଯ୍ୟଟକ

ପୁରୀ ଅଫିସ,୧୩।୭କେନ୍ଦ୍ର ସରକାରଙ୍କ ଆଇକନ ସିଟି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଆଧ୍ୟାତ୍ମିକ ସହର ପୁରୀ। ଏଠାରେ ରହିଛି ବହୁ ପୁରାତନ ମଠ, ମନ୍ଦିର ଓ ଧର୍ମଶାଳା। ଶ୍ରୀମନ୍ଦିର ସାଙ୍ଗକୁ ମନୋରମ ବେଳାଭୂମି ବି ଅଛି। ତେଣୁ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଶ୍ରୀକ୍ଷେତ୍ର ବୁଲିବା ସମୟରେ ଏମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ରଖିବା ପାଇଁ ବିଭିନ୍ନ ଯୋଜନାର ପରିକଳ୍ପନା କରାଯାଇଛି। ତନ୍ମଧ୍ୟରୁ ସୌନ୍ଦର୍ଯ୍ୟକରଣ ଅନ୍ୟତମ। ଏହିକ୍ରମରେ ଭିଆଇପି ରୋଡ୍‌ ଦୁଇପାର୍ଶ୍ୱ ପାଚେରି କାନ୍ଥରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ସେଥିରେ ପୁରାତନ ଐତିହ୍ୟ, ପରମ୍ପରାର କାହାଣୀ ସ୍ଥାନ ପାଇଥିଲା। ମେଡିକାଲ ଛକରୁ ଭିଆଇପି ରୋଡ୍‌ ଦେଇ ପର୍ଯ୍ୟଟକ ବା ଭକ୍ତ ବେଳାଭୂମି ଆଡ଼କୁ ଗଲାବେଳେ ପାଚେରି କାନ୍ଥରୁ ସାଉଣ୍ଟୁଥିଲେ ଏହି କାହାଣୀ। ମାତ୍ର ପରେ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। ଫଳରେ ଅନେକ ଜାଗାରୁ ଏହି କାନ୍ଥ କାହାଣୀ ଲିଭିଯାଇଥିବାରୁ ସେଗୁଡ଼ିକୁ ପଢ଼ି ହେଉନାହିଁ। ତେଣୁ ଏ ନେଇ ଚିତ୍ରଶିଳ୍ପୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଆଇକନିକ୍‌ ଯୋଜନାରେ ୨୦୧୭ ଜୁଲାଇରେ ଏହି ସୌନ୍ଦର୍ଯ୍ୟକରଣ କାମ କରାଯାଇଥିଲା। ଏକ ଠିକା ସଂସ୍ଥା ପରାମର୍ଶରେ ପୁରୀସ୍ଥିତ ଓଡ଼ିଶା କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟର ୮ ଛାତ୍ର ଏବଂ ୩ ଜଣ ଷ୍ଟାଫ୍‌ ଭିଆଇପି ରୋଡ଼ ପାର୍ଶ୍ୱ ପାଚେରିରେ ପେଣ୍ଟିଂ କରିଥିଲେ। ଏଥିରେ ନବକଳେବର ପାଇଁ ଦାରୁ ଅନ୍ବେଷଣ ଯାତ୍ରା, ରଥ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ସମେତ ରଥଯାତ୍ରାର ଦୃଶ୍ୟ ରହିଥିଲା। ସେହିପରି ଆଜ୍ଞାମାଳ ବିଜେ, ଠାକୁରଙ୍କ ପହଣ୍ଡି, ରଥରେ ଗଜପତି ମହାରାଜାଙ୍କ ଛେରାପହଁରା ଆଦି ସମେତ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର, ମେଘନାଦ ପାଚେରି ସ୍ଥାନିତ ହୋଇଥିଲା। କାଞ୍ଚତ୍ ଅଭିଯାନ, ଭକ୍ତ ଦାସିଆ ବାଉରୀ ହାତରୁ ମହାପ୍ରଭୁ ନଡ଼ିଆ ନେବା, ଅଲାରନାଥ ମନ୍ଦିର, କୋଣାର୍କ, କାଳୀଜାଇ ଓ ମାଉସୀମା ମନ୍ଦିର ପ୍ରଭୃତିର ଦୃଶ୍ୟ ରହିଥିଲା। ଚିଲିକାର ନୀଳ ଜଳରାଶିରେ ଡଲ୍‌ଫିନ ଡେଇଁବା, ଗ୍ରାମୀଣ ବଧୂର ଚଉଁରା ପୂଜା, ମା-ପୁଅର ବାତ୍ସଲ୍ୟ ମମତା, ଚଷାପୁଅ କାନ୍ଧରେ ହଳଲଙ୍ଗଳ, ସବୁଜ ଧାନକ୍ଷେତର ଦୃଶ୍ୟ ବି ଶୋଭା ପାଉଥିଲା। ଚଇତି ଘୋଡ଼ା, ଆଦିବାସୀ ନୃତ୍ୟ ସାଙ୍ଗକୁ ଓଡ଼ିଶୀର ଭଙ୍ଗୀ ପ୍ରଦର୍ଶିତ ହୋଇଥିଲା। ପୁରୀକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହି କାନ୍ଥରୁ ବିଭିନ୍ନ ପ୍ରସଙ୍ଗର କାହାଣୀ ପଢି ଆମୋଦିତ ହେଉଥିଲେ। କିନ୍ତୁ ଏବେ ସେ କାନ୍ଥ କାହାଣୀ ଆଉ ପ୍ରାୟ ସ୍ପଷ୍ଟ ହେଉନାହିଁ। କେତେକ ସ୍ଥାନରୁ ରଙ୍ଗ ଉଡ଼ିଗଲାଣି ତ ଆଉ କେତେକରୁ ରଙ୍ଗ ଛାଡ଼ି ବିକୃତ ଦେଖାଗଲାଣି। ଉପକୂଳବର୍ତ୍ତୀ ଲୁଣା ପବନ, ବାତ୍ୟା ଫନୀ ଏବଂ ଅମ୍ଫନ ମାଡ଼ରେ ଏସବୁ ଧୀରେ ଧୀରେ ନଷ୍ଟ ହୋଇଥିବା କୁହାଯାଉଛି। ଏ ସମ୍ପର୍କରେ ପଟ୍ଟଚିତ୍ର ସେଣ୍ଟରର ପ୍ରତିଷ୍ଠାତା ସରୋଜ କୁମାର ବେହେରା କହିଛନ୍ତି, ଏହା ଏକ ଭଲ ଚିନ୍ତାଧାରା। ଏହି ପେଣ୍ଟିଂରେ ଉନ୍ନତ ମାନର ରଙ୍ଗ ବ୍ୟବହାର କରାଗଲେ ଏହା ଦୀର୍ଘସ୍ଥାୟୀ ହୋଇପାରିବ। ସହରର ବିଭିନ୍ନ ରାସ୍ତା ପାର୍ଶ୍ୱ ପାଚେରିରେ ଏଭଳି ପାରମ୍ପରିକ ଚିତ୍ରକଳା କରାଯିବା ଆବଶ୍ୟକ। ସେହିପରି ଶିଳ୍ପୀ ଦେବୀପ୍ରସନ୍ନ ନନ୍ଦ କହିଛନ୍ତି, ପେଣ୍ଟିଂଗୁଡ଼ିକୁ ଦୀର୍ଘ ଦିନ ରଖିବାକୁ ହେଲେ ଏନାମେଲ ରଙ୍ଗରେ ଏହା ତିଆରି ହେବା ଦରକାର। ଏ ଦିଗରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri