ପ୍ରକଳ୍ପ ଅସମ୍ପୂର୍ଣ୍ଣ: ରେଳ ଚଳାଚଳ ନେଇ ଅନିଶ୍ଚିତତା

ଯାଜପୁର ଅଫିସ,୧୦।୭ – ଉପକୂଳ ଓଡ଼ିଶାର ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାକୁ ରେଳରାସ୍ତା ମାଧ୍ୟମରେ ଯୋଡୁଥିବା ୮୨ କିଲୋମିଟର ଲମ୍ବ ହରିଦାସପୁର-ପାରାଦୀପ ରେଳପଥରେ ଖୁବ୍‌ଶୀଘ୍ର ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ମର୍ମରେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଏହାପରେ ସମ୍ପୃକ୍ତ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଏହି ରେଳପଥରେ ନିକଟ ଭବିଷ୍ୟତରେ ଟ୍ରେନ୍‌ ଚଳାଚଳ ନେଇ ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ଉପରେ ନିର୍ମିତ ହେଉଥିବା ରେଳ ପୋଲ ଏବଂ ଅନେକ ରେଳଧାରଣା ବିଛା କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ଆଇନଜୀବୀ ତଥା ବଡ଼ଚଣାର ବରିଷ୍ଠ ଭାଜପା ନେତା ଉଦୟନାଥ ସାହୁ କହିଛନ୍ତି।ଅନ୍ୟପଟେ ରେଳ ବିକାଶ ନିଗମର ଅଧିକାରୀ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାଗୁଡ଼ିକ ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକା କାରଣରୁ ହିଁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ବହୁ ବିଳମ୍ବ ହୋଇଛି ବୋଲି ସାହୁ ଅଭିଯୋଗ କରିଛନ୍ତି।
୧୯୯୯ ଏପ୍ରିଲ ୪ ତାରିଖରେ ତକତ୍ାଳୀନ କେନ୍ଦ୍ର ରେଳମନ୍ତ୍ରୀ ନୀତିଶ କୁମାର ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ଜାତୀୟ ରାଜପଥରେ ଭିଡ଼ ହ୍ରାସ କରିବା ପାଇଁ କେନ୍ଦୁଝର ଓ ଯାଜପୁର ଜିଲାର ଖଣି ଅଞ୍ଚଳରୁ ପାରାଦୀପ ବନ୍ଦରକୁ ରେଳ ଯୋଗେ ମାଲ ପରିବହନ କରିବାର ଯୋଜନା ରଖି ୧୯୯୬-୯୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ପ୍ରସ୍ତାବିତ ହୋଇ ଓ ମଞ୍ଜୁରୀ ଲାଭ କରିଥିଲା। ୨୦୦୪ ସୁଦ୍ଧା ଏହି ରେଳପଥର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ଏଥିରେ ରେଳ ଚଳାଚଳ କରିବା ପାଇଁ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୨୦୦୪ରେ କେନ୍ଦ୍ରରେ ଏନଡିଏ ସରକାର ବଦଳିବା ପରେ ପ୍ରାୟ ୧୦ବର୍ଷ ଧରି ଏହି ରେଳପଥ ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଧିମେଇ ଯାଇଥିଲା। ଅନ୍ୟପକ୍ଷରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ବିଳମ୍ବ ହେଉଥିବାରୁ ପ୍ରାରମ୍ଭରେ ପ୍ରକଳ୍ପର ବ୍ୟୟ ଅଟକଳ ୧୫୦୦ କୋଟି ଟଙ୍କା ରହିଥିବା ବେଳେ ଏହା ବୃଦ୍ଧି ପାଇ ଇତିମଧ୍ୟରେ ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ହୋଇ ସାରିଛି। ବର୍ଷକ ତଳେ ହରିଦାସପୁରଠାରୁ କେନ୍ଦ୍ରାପଡ଼ା ଜିଲାର ବାଜପୁର ଷ୍ଟେଶନ ପର୍ଯ୍ୟନ୍ତ ୪୩.୮ କିମି ରେଳପଥରେ ପରୀକ୍ଷାମୂଳକ ଭାବେ ଏକ ରେଳ ଇଞ୍ଜିନ ଗଡ଼ିଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ବାକି ଥିବା ବାଜପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଏଥିରେ ନିୟମିତ ରେଳ ଚଳାଚଳ କରିବ ବୋଲି ସେତେବେଳେ ପ୍ରକଳ୍ପ ତଦାରଖ କରୁଥିବା ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ସେହି ଦୃଢୋକ୍ତି ଆଜି ଫସର ଫାଟିଛି। କାରଣ ମାର୍ଚ୍ଚ ଯାଇ ବର୍ତ୍ତମାନ ଜୁଲାଇ ଅଧା ହେବାକୁ ବସିଲାଣି ହେଲେ ଏ ଯାଏ କାର୍ଯ୍ୟ ଶେଷ ହୋଇପାରିନି। ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ଏହି ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri