ଅନ୍‌ଲାଇନ୍‌ ଶିକ୍ଷା: ବାଦ୍‌ ପଡ଼ୁଛନ୍ତି ବହୁ ପିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। ରାଜ୍ୟ ସରକାର ସ୍କୁଲ, କଲେଜକୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ବନ୍ଦ ରଖିଥିବାବେଳେ ଏହା କେବେ ଖୋଲିବ ସେନେଇ କେହି ଠିକ୍‌ ଭାବେ କହିପାରୁ ନାହାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ବାଧାପ୍ରାପ୍ତ ହେଉଛି। ଏଭଳି ସମସ୍ୟାକୁ ମୁକାବିଲା କରିବା ପାଇଁଁ ସରକାର ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ କେତେଦୂର ଫଳପ୍ରଦ ହେଉଛି ସେନେଇ କ୍ୱଚିତ ଚିନ୍ତା କରୁଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୬୦ଲକ୍ଷ ପିଲାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨ଲକ୍ଷ ପିଲା ଅନ୍‌ଲାଇନକୁ ଆସିଛନ୍ତି। ଅର୍ଥାତ୍‌ ଏବେବି ୩୮ଲକ୍ଷ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି।
ଅନ୍‌ଲାଇନ୍‌ ଶିକ୍ଷା ପାଇଁ ବିଶେଷକରି ଡେକ୍ସଟପ୍‌, ଲାପ୍‌ଟପ୍‌ କିମ୍ବା ସ୍ମାର୍ଟ ଫୋନ୍‌ ସହିତ ଇଣ୍ଟରନେଟ୍‌ ସଂଯୋଗ ଥିବା ଆବଶ୍ୟକ। ସହରାଞ୍ଚଳରେ କୌଣସି ପ୍ରକାରେ ଅନ୍‌ଲାଇନ୍‌ ପାଠପଢ଼ା ହୋଇଯାଉଥିବାବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ଦେଖାଦେଉଛି। କହିବାକୁ ଗଲେ ସେମାନଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି। କାରଣ ଗ୍ରାମାଞ୍ଚଳରେ ବାସ କରୁଥିବା ଅଧିକାଂଶଙ୍କ ପାଖରେ କମ୍ପ୍ୟୁଟର ତ ଦୂର କଥା, ଇଣ୍ଟରନେଟ(ଓ୍ବାଇଫାଇ) ସଂଯୋଗ ନାହିଁ। ଏବେ କିଛି କିଛି ସ୍ଥାନରେ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ଅଭିଭାବକମାନେ ଫୋନ୍‌ କିଣିବାରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଯେଉଁମାନଙ୍କ ପାଖରେ ଫୋନ୍‌ ରହିଛି ସେମାନେ ମଧ୍ୟ ଏହି ଶିକ୍ଷାର ପୂରା ସୁବିଧା ନେଇପାରୁ ନାହାନ୍ତି। କାରଣ ସେମାନଙ୍କୁ ଇଣ୍ଟରନେଟ ସୁବିଧା ଠିକ୍‌ଭାବେ ମିଳୁନାହିଁ। ରାଜ୍ୟରେ ଇଣ୍ଟରନେଟ୍‌ ସେବା ଯୋଗାଉଥିବା ଟେଲିକମ୍‌ ସଂସ୍ଥାଗୁଡ଼ିକ ଯେଉଁ ହାରରେ ଇଣ୍ଟରନେଟ୍‌ ଯୋଗାଉଛନ୍ତି ବୋଲି କହୁଛନ୍ତି ବାସ୍ତବରେ କିନ୍ତୁ ତାହା ଭିନ୍ନ। ଖୋଦ୍‌ ରାଜଧାନୀର ଅନେକ ସ୍ଥାନରେ ନେଟ୍‌ଓ୍ବର୍କ ଭଲ ଭାବେ ଆସୁନାହିଁ। ଅଧିକାଂଶ ମୋବାଇଲ ଘର ଭିତରେ ମଧ୍ୟ ଠିକ୍‌ରେ କାମ କରୁ ନ ଥିବାରୁ ଲୋକଙ୍କୁ ରାସ୍ତା ଉପରକୁ ଆସି କଥା ହେବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ପାଇଁ ପାଠପଢ଼ା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।
ସେପଟେ ଏହି ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କ ମଧ୍ୟରେ ଧନୀ ଓ ଗରିବର ବ୍ୟବଧାନ ମଧ୍ୟ ସୃଷ୍ଟି କରୁଛି। ଯେଉଁ ପିଲା ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେଉଛନ୍ତି, ସେମାନଙ୍କ ମନରେ ହତାଶାଭାବ ସୃଷ୍ଟି ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳରେ ଅନ୍‌ଲାଇନ କ୍ଲାସ କରି ନ ପାରି ଜଣେ ଛାତ୍ରୀର ଆତ୍ମହତ୍ୟା କରିଥିଲେ। କେବଳ ପିଲା ନୁହେଁ, ଅଭିଭାବକଙ୍କ ଭିତରେ ବି ହୀନମନ୍ୟତା ଦେଖାଦେଲାଣି। ସେମାନେ ମନସ୍ତାପରେ ରହିଲେଣି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ସ୍ମାର୍ଟଫୋନ୍‌ ଜରିଆରେ ଅନ୍‌ଲାଇନ୍‌ ପାଠପଢ଼ା ସେତେଟା ସହଜ ନୁହେଁ। ନାଇଜରର ସ୍କୁଲ ଅଫ୍‌ କମ୍ପ୍ୟୁଟର ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର ଶୁଭଙ୍କର ମିଶ୍ର କୁହନ୍ତି, ତିନୋଟି ମାଧ୍ୟମରେ ଅନ୍‌ଲାଇନ ଶିକ୍ଷା ଦିଆଯାଇପାରିବ। ଷ୍ଟଡି ମ୍ୟାଟେରିଆଲ ଡାଉନଲୋଡ୍‌ କରି ପଢ଼ିବା, ଭିଡିଓ ରେକର୍ଡରୁ ପଢ଼ିବା ଓ ଲାଇଭ୍‌ କ୍ଲାସ୍‌। ମୋବାଇଲରେ କେବଳ ଷ୍ଟଡି ମ୍ୟାଟେରିଆଲ ଡାଉନ୍‌ଲୋଡ୍‌ କରି ପଢ଼ିହେବ। କିନ୍ତୁ ରେକର୍ଡିଂ ଭିଡିଓକୁ ଡାଉନ୍‌ଲୋଡ୍‌ କରିବା ସବୁ ବେଳେ ସମ୍ଭବ ହୋଇ ନ ଥାଏ। କାରଣ ଭିଡିଓଗୁଡ଼ିକ ପ୍ରାୟ ୩୦୦ରୁ ୪୦୦ଏମ୍‌ବି ଥାଏ।
ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ପିଲା ଅନ୍‌ଲାଇନକୁ ଆସିଛନ୍ତି। ଅବଶିଷ୍ଟ ପିଲାଙ୍କୁ କିପରି ଏହି ସୁବିଧା ଯୋଗାଇ ହେବ ସେ ସମ୍ପର୍କରେ ଆଲୋଚନା ଚାଲିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ଏକ୍ସପର୍ଟ କମିଟି ଗଠିତ ହୋଇଛି। ଏହି କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକଙ୍କ ସହ ଆଲୋଚନା କରି ଏହାର ବିକଳ୍ପ ଖୋଜିବେ। ସେହିପରି ଅନ୍‌ଲାଇନ୍‌ ସୁବିଧା ପାଇପାରୁ ନ ଥିବା ଛାତ୍ରୀଛାତ୍ର ଯେଉଁ ଅଞ୍ଚଳରେ ରହୁଛନ୍ତି, ସେଠାରେ ଶିକ୍ଷକଙ୍କୁ କିପରି ବିନିଯୋଗ କରାଯାଇପାରିବ ତାହାର ମଧ୍ୟ ବିଶ୍ଳେଷଣ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
-ରିପୋର୍ଟ: ଅସମାପିକା ସାହୁ
– ସହାୟତା: ବିଭୂପ୍ରସାଦ ବେହେରା, ଆଶୀର୍ବାଦ ରାଉତ, ଦୀପକ ପଣ୍ଡା, ଶୁଭାଶିଷ ପାଢ଼ୀ, ଅମିତ୍‌ ସାମଲ


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri