ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁମୋଦିତ ହେବା ପରେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଲେ ଜିଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବ। ଢେଙ୍କାନାଳ ସଦରରୁ କେନ୍ଦୁଝରକୁ ହାରାହାରି ୩୫ କିମି ଦୂରତା କମିଯିବ।
ଏବେ ଢେଙ୍କାନାଳରୁ କେନ୍ଦୁଝର ଯିବାକୁ ହେଲେ କାମାକ୍ଷାନଗର-ପରଜଙ୍ଗ-ଡିହଡୋଳ-ମହାବିରୋଡ଼-ତେଲକୋଇ ଦେଇ ରାସ୍ତା ରହିଛି। ଏହାର ଦୂରତା ୧୬୦ କିମି। ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଏକ ସରକାରୀ ବସ୍‌ ଭୁବନେଶ୍ୱରରୁ ଦୈନିକ ଏହି ରାସ୍ତା ଦେଇ ଯାତାୟାତ କରୁଛି। ତେବେ ଘଞ୍ଚ ଜଙ୍ଗଲ ଦେଇ ଯାଉଥିବା ଉକ୍ତ କଦର୍ଯ୍ୟ ରାସ୍ତାରେ ଯାତ୍ରୀ ପରିବହନ ସୁଗମ ହୋଇପାରୁନାହିଁ। ପ୍ରସ୍ତାବିତ ରାସ୍ତା ଢେଙ୍କାନାଳ ସଦର ମହକୁମାରୁ କାମାକ୍ଷାନଗର, କଙ୍କଡ଼ାହାଡ଼, ଦଣ୍ଡାଧର, ସୀମାନ୍ତ ରେକୁଟି ଚେକ୍‌ଗେଟ୍‌ ଦେଇ କେନ୍ଦୁଝରକୁ ସଂଯୋଗ କରିବ। ଏହାର ଦୂରତା ୧୨୫ କିମି। ନୂତନ ରାସ୍ତାରେ ପାଖାପାଖି ୩୫ କିମି କମ୍‌ ପଡ଼ିବ। ଏହା ଦ୍ୱାରା ଦୁଇ ଜିଲା ମଧ୍ୟମରେ ବାଣିଜ୍ୟ ବ୍ୟବସାୟ ବଢ଼ିବ। ପ୍ରକଳ୍ପକୁ ସାକାର ରୂପ ଦେବାକୁ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଭୟ ଜିଲାର ଯନ୍ତ୍ରୀଙ୍କୁ ନେଇ ରାସ୍ତାର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀଙ୍କ ସହ ଆଲୋଚନା କରିବାପରେ ଏ ସଂକ୍ରାନ୍ତ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିବା ଜଣାପଡ଼ିଛି।
ଏ ନେଇ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ପ୍ରସ୍ତାବ ଅନୁମୋଦିତ ହେବା ପରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲା ସୀମାନ୍ତ ରେକୁଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ସେଠାରୁ କେନ୍ଦୁଝର ଜିଲା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri