‘ବ୍ରାହ୍ମଣୀ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପ ଆରମ୍ଭ କର’

ଢେଙ୍କାନାଳ ଅଫିସ,୭ା୭

ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଏହି ଜଳପଥ ଦେଇ ଦେଶ ବିଦେଶକୁ ଜାହାଜରେ କୋଇଲା ଓ ସାର ପରିବହନ କରାଯିବ। ବର୍ଷେ ତଳେ କେନ୍ଦ୍ର ସରକାର ଏପରି ଘୋଷଣା କରିଥିବା ବେଳେ ଏବେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଢେଙ୍କାନାଳ ଜିଲାରେ ଥିବା ଦୁଇଟି ପ୍ରମୁଖ ସେତୁର ଉନ୍ନତୀକରଣ କରାଯିବ। ଅନ୍ୟ ଦୁଇଟି ସେତୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜଳମାର୍ଗର ଗାଇଡ୍‌ଲାଇନ୍‌ ଅନୁଯାୟୀ ନିର୍ମାଣ କରାଯିବ ବୋଲି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ନଦୀ କୂଳରେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ବହୁ ଶିଳ୍ପାନୁଷ୍ଠାନ ଗଢି ଉଠିଛି। ରାଷ୍ଟ୍ରୀୟ ଜଳମାର୍ଗ ହେଲେ ବ୍ରାହ୍ମଣୀ ନଦୀରେ ଅଧିକ ୩ ମିଟର ଉଚ୍ଚତାରେ ସର୍ବଦା ଜଳ ପ୍ରବାହିତ ହେବ। ଏହା ମଧ୍ୟ କୃଷି ପାଇଁ ସହାୟକ ହୋଇପାରିବ। ଗତ ୬ ଫେବୃୟାରୀ ୨୦୧୯ରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମଠାରେ ୫୩ନଂ. ଜାତୀୟ ରାଜପଥର ପୁନରୁଦ୍ଧାର ଓ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦ୍ର ସଡକ ପରିବହନ, ଜାତୀୟ ରାଜପଥ, ଜାହାଜ ଚଳାଚଳ ଓ ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ପ୍ରଥମେ ଏହି ସୂଚନା ଦେଇଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରଗତି ପାଇଁ ଜଳମାର୍ଗରେ ପରିବହନ ଆବଶ୍ୟକ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ହଜାର କୋଟି ଟଙ୍କାର ଜଳମାର୍ଗ ପ୍ରକଳ୍ପ ଆରମ୍ଭ ହେଉଛି। ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳମାର୍ଗ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବର୍ତ୍ତମାନ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିବା ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀଙ୍କ ସୂଚନାରୁ ଜଣାପଡିଛି। ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଢେଙ୍କାନାଳ-କାମାକ୍ଷାନଗର ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁ ଏବଂ ଢେଙ୍କାନାଳ-ଭୁବନ ମଧ୍ୟରେ ବାଜି ରାଉତ ସେତୁର ଉନ୍ନତୀକରଣ କରାଯିବ। କାରଣ ଏହି ସେତୁଗୁଡିକର ଉଚ୍ଚତା ୬ମିଟର ଓ ଚଉଡା ୩୫ ମିଟର ରହିଛି। ରାଷ୍ଟ୍ରୀୟ ଜଳମାର୍ଗ ବିଭାଗର ଗାଇଡ୍‌ଲାଇନ୍‌ ଅନୁଯାୟୀ ଏସବୁ ସେତୁର ଉଚ୍ଚତା ୯ ମିଟର ଏବଂ ଚଉଡା ୬୨.୦୭ ମିଟର ହେବ। ସେହିପରି ଗଁଦିଆ ବ୍ଲକ କାଲୁରିଆଠାରେ ବ୍ରାହ୍ମଣୀ ନଦୀ ଉପରେ ଓ ତାଳଚେର-ପରଜଙ୍ଗ ବ୍ଲକ ମଧ୍ୟରେ ସରାଙ୍ଗଠାରେ ନିର୍ମାଣ ହେବାକୁ ଥିବା ସେତୁ ରାଷ୍ଟ୍ରୀୟ ଜଳମାର୍ଗ ଗାଇଡ୍‌ଲାଇନ୍‌ ଅନୁଯାୟୀ କରାଯିବ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲା ସମଲ ବ୍ୟାରେଜଠାରୁ ଢେଙ୍କାନାଳ ଜିଲା ଦେଇ ପାରାଦୀପ ଓ ଧାମରା ମଧ୍ୟରେ ଏହି ଜଳମାର୍ଗ କାର୍ଯ୍ୟକ୍ଷମ ହେବ। ଏହାଦ୍ୱାରା ସହଜରେ କୋଇଲା ଓ ସାର ଦେଶର ବିଭିନ୍ନ ଅଞ୍ଚଳ ଏବଂ ବିଦେଶକୁ ପରିବହନ କରାଯାଇପାରିବ। ଯାହାଫଳରେ ଶିଳ୍ପାନୁଷ୍ଠାନ, କୃଷିକ୍ଷେତ୍ରରେ ବିକାଶ ସହ ପରିବେଶ ସୁରକ୍ଷିତ ରହିବ। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ପର୍ଯ୍ୟଟନର ମଧ୍ୟ ବିକାଶ ହେବ। ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ଜଳମାର୍ଗକୁ ଜଣାଯାଇଥିବା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri