Posted inଖେଳ

ରୋହିତ୍‌ଙ୍କୁ ବିଶ୍ୱର ସର୍ବକାଳୀନ ମହାନ ଓପନର୍‌ କହିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ, ୧।୭- ଏକଦିବସୀୟ କ୍ରିକେଟ୍‌ରେ ବଡ଼ ଶତକୀୟ ଇନିଂସ ଖେଳିବାର ଦକ୍ଷତା ରଖୁଥିବା ରୋହିତ୍‌ ଶର୍ମାଙ୍କୁ ଏହି ଫର୍ମାଟ୍‌ର ଶ୍ରେଷ୍ଠ ଓପନର୍‌ ମାନ୍ୟତା ଦେଇଛି ବୋଲି ପୂର୍ବତନ କ୍ରିକେଟର୍‌ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି। ରୋହିତ୍‌ ବର୍ତ୍ତମାନ ସୁଦ୍ଧା ଦିନିକିଆରେ ୨୯ ଶତକ ହାସଲ କରିସାରିଛନ୍ତି। ଯେଉଁଥିରେ ସେ ୧୧ ଥର ୧୪୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି। ୧୯୮୦ ଦଶକରେ ଭାରତର ଦୁର୍ଦ୍ଦର୍ଷ ଓପନର୍‌ ରହିଥିବା ଶ୍ରୀକାନ୍ତ କହିଛନ୍ତି, ବିଶ୍ୱ ଦିନିକିଆ କ୍ରିକେଟ୍‌ରେ ମହାନ ଓପନର୍‌ ତାଲିକାରେ ରୋହିତ୍‌ ଶ୍ରେଷ୍ଠ ୩ ମଧ୍ୟରେ ରହିବେ। ‘ରୋହିତ୍‌ଙ୍କୁ ମୁଁ ବିଶ୍ୱର ସର୍ବକାଳୀନ ମହାନ ଓପନର୍‌ ଭାବେ ଗଣିବି। ସେ ଅତି ସହଜରେ ବଡ଼ ଶତକୀୟ ଇନିଂସ ଖେଳିପାରନ୍ତି କିମ୍ବା ଦ୍ୱିଶତକ ହାସଲ କରନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ଯଦି ଏକଦିବସୀୟ କ୍ରିକେଟ୍‌ରେ ଜଣେ ବ୍ୟାଟ୍ସମ୍ୟାନ ଏକାକୀ ୧୫୦, ୧୮୦ କିମ୍ବା ୨୦୦ ରନ୍‌ ସଂଗ୍ରହ କରୁଛନ୍ତି ତାହାଲେ ଟିମ୍‌ର ସ୍କୋର କେତେ ହେବ ଚିନ୍ତା କରନ୍ତୁ। ରୋହିତ୍‌ଙ୍କ ନିକଟରେ ଏହି ଦକ୍ଷତା ରହିଛି’ ବୋଲି ଭାରତ ପକ୍ଷରୁ ୧୪୬ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ୬୦ ବର୍ଷୀୟ ଶ୍ରୀକାନ୍ତ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ରୋହିତ୍‌ ବର୍ତ୍ତମାନ ସୁଦ୍ଧା ୨୨୪ ଏକଦିବସୀୟ ମ୍ୟାଚ୍‌ରୁ ୪୯.୨୭ ଆଭରେଜରେ ୯ ହଜାର ୧୧୫ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨୯ ଶତକ ଓ ୪୩ ଅର୍ଦ୍ଧଶତକ ସାମିଲ ରହିଛି। ୨୬୪ ରନ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର, ଯାହାକି ଏକ ବିଶ୍ୱରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri