Posted inଜାତୀୟ

ଚାଇନା ନୁହେଁ, ଭାରତ ଦାୟୀ: ଚାଇନା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୮ା୬(ପି.ଟି.): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବିଡୋଙ୍ଗ ନ୍ୟୁଜ୍‌ ଏଜେନ୍ସି ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ (ପିଟିଆଇ)କୁ ଏକ ସାକ୍ଷାତକାର ଦେଇଛନ୍ତି। ଦୁଇ ପଡ଼ୋଶୀ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ପାଇଁ ସେ ଭାରତକୁ ଦାୟୀ କରିଛନ୍ତି।
ଗତ ୨୫ ତାରିଖରେ ସାକ୍ଷାତ୍‌କାରବେଳେ ଓ୍ବିଡୋଙ୍ଗ କହିଥିଲେ, ଅଚଳାବସ୍ଥାର ଉପଯୁକ୍ତ ସମାଧାନ ଲାଗି ବେଜିଂ ଭାରତ ସହ ଏକାଠି କାମ କରିବାକୁ ପ୍ରସ୍ତୁତ। ତେବେ ସନ୍ଦେହ ଏବଂ ସଂଘର୍ଷ ଭୁଲ୍‌ ମାର୍ଗ ବୋଲି ସେ କହିଛନ୍ତି। ମତପାର୍ଥକ୍ୟ ଦୂର କରିବାରେ ଦୁଇଦେଶ ସମର୍ଥ। ପୂର୍ବ ଲଦାଖରେ ସ୍ଥିତିକୁ ଜଟିଳ କଲାଭଳି କୌଣସି ପଦକ୍ଷେପ ନ ନେବା ଲାଗି ଓ୍ବିଡୋଙ୍ଗ ନୂଆଦିଲ୍ଲୀକୁ ଆହ୍ବାନ ଦେଇଥିଲେ। ଆମେ ଆଶା କରୁଛୁ ଭାରତୀୟ ପକ୍ଷ ଚାଇନା ପକ୍ଷର ସ୍ବାର୍ଥକୁ ଦୃଷ୍ଟିରେ ରଖି ସୀମାରେ ଜଟିଳ ପରିସ୍ଥିତି ଉପୁଜିବା ଭଳି କାର୍ଯ୍ୟରୁ ନିବୃତ୍ତ ରହୁ ଏବଂ ସେଠାରେ ସ୍ଥିରତା ବଜାୟ ରଖିବା ଦିଗରେ ବଳିଷ୍ଠ ପଦକ୍ଷେପ ନେଉ ବୋଲି ଚାଇନା ରାଷ୍ଟ୍ରଦୂତ କହିଥିଲେ। ୬ ସପ୍ତାହ ହେଲା ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଦୁଇଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଗତ ୧୫ ତାରିଖରେ ଗଲଓ୍ବାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଉତ୍ତେଜନା ବହୁଗୁଣିତ ହୋଇଛି। ପାରସ୍ପରିକ ସମ୍ମାନ ଓ ସମର୍ଥନ ଉଭୟ ଦେଶର ଦୀର୍ଘମିଆଦୀ ସ୍ବାର୍ଥ ପାଇଁ ସୁନିଶ୍ଚିତ ଓ ଠିକ୍‌ ମାର୍ଗ। ସେଥିପାଇଁ ଉକ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଭାରତର ଦାୟିତ୍ୱ ବୋଲି ଓ୍ବିଡୋଙ୍ଗ୍‌ କହିଥିଲେ।
ଚାଇନା ଓ ଭାରତ ଉଭୟ ବହୁଳ ଜନସଂଖ୍ୟା ବିଶିଷ୍ଟ ବୃହତ ବିକାଶଶୀଳ ରାଷ୍ଟ୍ର। ଉଭୟଙ୍କର ନିଜସ୍ବ ବିକାଶ ଓ ପୁନରୁଦ୍ଧାରର ଇତିହାସ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସମ୍ବେଦନଶୀଳ ଅଞ୍ଚଳରେ ଚାଇନା ସୈନ୍ୟ ଉପସ୍ଥିତି ବଢ଼ାଇଥିବାବେଳେ ଉଭୟ ପକ୍ଷ ଉତ୍ତେଜନା ହ୍ରାସ ଲାଗି ଗତ କିଛି ସପ୍ତାହ ମଧ୍ୟରେ କୂଟନୈତିକ ଓ ସାମରିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା କଲେଣି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଗଣମାଧ୍ୟମକୁ କହିଥିଲେ, ଚାଇନା ପକ୍ଷ ପୂର୍ବରୁ ହୋଇଥିବା ବୁଝାମଣା ଚୁକ୍ତିରୁ ଓହରିଯାଇ ଗଲଓ୍ବାନ ଉପତ୍ୟକାରେ ଭିତ୍ତିଭୂମି ନିର୍ମାଣ କରିବାକୁ ଚାହୁଁଛି। ସେମାନଙ୍କର ଏହି ଉଦ୍ୟମ ବିଫଳ ହେବା ପରେ ଚାଇନା ସୈନ୍ୟ ଜୁନ୍‌ ୧୫ରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଚାଇନା ରାଷ୍ଟ୍ରଦୂତ କହିଛନ୍ତି, ବର୍ତ୍ତମାନ ସ୍ଥିତିର ଉପଯୁକ୍ତ ସମାଧାନ ଲାଗି ଦୁଇଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତି ଆଧାରରେ ଆମେ ଭାରତ ସହ କାମ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ ୨୦୧୮ରେ ଉହାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସହ ସୀମାର ସବୁ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ। ଡୋକଲାମ୍‌ରେ ଦୀର୍ଘ ୭୩ ଦିନ ଧରି ଦୁଇ ସେନା ମୁହାଁମୁହିଁ ଅବସ୍ଥାରେ ରହିବାର କିଛି ମାସ ପରେ ଏହି ସମିଟ୍‌ ଆୟୋଜନ କରାଯାଇଥିଲା।
ସାକ୍ଷାତ୍‌କାର ବେଳେ ଓ୍ବିଡୋଙ୍ଗ୍‌ ଚାଇନା ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ବାରମ୍ବାର ଦୋହରାଇଥିଲେ, ଯାହାକୁ ଭାରତ ଅସ୍ବୀକାର କରିଆସୁଛି। ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ପାଇଁ ସେ ଭାରତୀୟ ସେନାକୁ ଦାୟୀ କରିବା ସହ ପୂର୍ବ ଲଦାଖ ସ୍ଥିତିରେ ଉନ୍ନତି ଆଣିବା ଦାୟିତ୍ୱ ଭାରତର ବୋଲି କହିଥିଲେ। ଭାରତୀୟ ସେନା ଏଲ୍‌ଏସି ଅତିକ୍ରମ କରି ଚାଇନା ସୀମାନ୍ତ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲା। ଭାରତୀୟ ବାହିନୀ ଦୁଇ ଦେଶ ମଧ୍ୟରେ ଥିବା ସୀମା ରାଜିନାମାର ଗୁରୁତର ଉଲ୍ଲଂଘନ କରିଥିଲା। ଭାରତର ୨୦ ଯବାନ ଶହୀଦ ହେବା ପରେ ଏହା ଚାଇନାର ଯୋଜନାବଦ୍ଧ କାର୍ଯ୍ୟ ଥିଲା ବୋଲି ଭାରତ ଅଭିଯୋଗ କରୁଥିବା ଓ୍ବିଡୋଙ୍ଗ କହିଥିଲେ।
ଗତ ୧୭ରେ ଦୁଇଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରଦୂତ କହିଥିଲେ, ଗଲଓ୍ବାନ ସଂଘର୍ଷରୁ ସୃଷ୍ଟ ଗୁରୁତର ସ୍ଥିତିର ଉପଯୁକ୍ତ ସମାଧାନ ପାଇଁ ଉଭୟ ପକ୍ଷ ରାଜି। ଯଥାଶୀଘ୍ର ସମ୍ଭବ ସ୍ଥିତି ସୁଧାରିବାକୁ ଜୁନ୍‌ ୬ରେ ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନାର ସହମତିକୁ ମିଳିତ ଭାବେ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରତିଜ୍ଞାବଦ୍ଧ। ଗଲଓ୍ବାନ ଭଳି ସଂଘର୍ଷ ଚାଇନା ଚାହିଁବ ନାହିଁ। ଭାରତ ଏଥିପାଇଁ ଦାୟୀ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଭିଯୋଗକୁ ଓ୍ବିଡୋଙ୍ଗ୍‌ ପୁଣିଥରେ ଦୋହରାଇଥିଲେ। ଗଲଓ୍ବାନରେ ଦଶନ୍ଧି ଦଶନ୍ଧି ଧରି ଶାନ୍ତି ବଜାୟ ରହିଆସିଛି। ୨୦୨୦ ଆରମ୍ଭରେ ଭାରତ ପକ୍ଷରୁ ଉପତ୍ୟକାରେ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ସ୍ଥିତାବାସ୍ଥା ବଦଳାଇବା ଲାଗି କ୍ରମାଗତ ଉଦ୍ୟମ ହେଉଛି। ମେ’ ୬ ତାରିଖ ରାତିରେ ଭାରତୀୟ ଯବାନ ଗଲଓ୍ବାନ ଉପତ୍ୟକାରେ ଏଲ୍‌ଏସି ଅତିକ୍ରମ କରି ଚାଇନା ପାର୍ଶ୍ୱରେ ପ୍ରବେଶ କରିଥିଲେ ବୋଲି ଓ୍ବିଡୋଙ୍ଗ୍‌ ଅଭିଯୋଗ କରିଛନ୍ତି। ଦୁଇପକ୍ଷ ମଧ୍ୟରେ ମୁହାଁମୁହିଁ ଅବସ୍ଥାକୁ ବଜାୟ ରଖିବା ପାଇଁ ଭାରତୀୟ ସେନା ଚାହୁଁଛି ଓ ସ୍ଥାୟୀ ଉପସ୍ଥିତି ବଜାୟ ରଖିବା ଉଦ୍ୟମ କରି ଭିତ୍ତିଭୂମି ନିର୍ମାଣ କରୁଛି। ଗଲଓ୍ବାନ ଉପତ୍ୟକାକୁ ଭାରତ ନିଜର ବୋଲି ଦାବି କରିବା ସହ ଏହା ଉପରେ ଚାଇନାର ସାର୍ବଭୌମତ୍ୱକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଆସୁଛି ବୋଲି ସେ କହିଥିଲେ।
ଏହି ଘଟଣା ପରେ ଚାଇନା ପକ୍ଷ ଅନେକ ଥର ସାମରିକ ଓ କୂଟନୈତିକ ଚ୍ୟାନେଲ ଦେଇ ଭାରତୀୟ ପକ୍ଷ ନିକଟରେ ଆପତ୍ତି ଜଣାଇଛି। ଭାରତ ମଧ୍ୟ ଉକ୍ତ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଥିଲା। ଉଭୟଙ୍କ ମଧ୍ୟରେ ଜୁନ୍‌ ୬ରେ ଲ୍ୟୁଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିବା ଅଞ୍ଚଳରୁ ସେନା ହଟାଇବା ପାଇଁ ସହମତି ହୋଇଥିଲା। ଗଲ୍‌ଓ୍ବାନ ନଦୀ ପାର ହୋଇ ଭାରତୀୟ ଯବାନ ପାଟ୍ରୋଲିଂ କରିବାକୁ ଓ ନିର୍ମାଣ କାର୍ଯ୍ୟ ଲାଗି ଯିବେନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଗଲଓ୍ବାନ ନଦୀ ମୁହାଣର ଉଭୟ ପାର୍ଶ୍ୱରେ ପର୍ଯ୍ୟବେକ୍ଷଣ ଘାଟି ସ୍ଥାପନ ଲାଗି ମଧ୍ୟ ଦୁଇ ଦେଶ ରାଜି ହୋଇଥିଲେ। ତେବେ ଏଲ୍‌ଏସିର ଭାରତ ପାର୍ଶ୍ୱରେ ଗଲଓ୍ବାନ ଉପତ୍ୟକା ସଂଘର୍ଷ ଘଟିଥିବା ଭାରତ ବାରମ୍ବାର କହିଆସୁଛି। ଦୁଇ ଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିବା ଏକାଧିକ ରାଜିନାମା ଅନୁଯାୟୀ ଭାରତୀୟ ପକ୍ଷଙ୍କୁ ପଦକ୍ଷେପ ନେବାକୁ ହେବ ବୋଲି ଚାଇନା ରାଷ୍ଟ୍ରଦୂତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri