Posted inଜାତୀୟ

ପଡ଼ୋଶୀଙ୍କୁ ସମ୍ଭାଳିବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ଏହି ସଙ୍କଟରୁ ଫାଇଦା ଉଠାଇବା ପାଇଁ ଭାରତକୁ ସମସ୍ତ ସମ୍ଭାବ୍ୟ ରଣନୈତିକ ବିକଳ୍ପ ଉପରେ ଚିନ୍ତା କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଶକ୍ତି ସହ ନୂତନ ବୁଝାମଣା ଉପରେ ଆଲୋଚନା କରାଯାଇଛି। ଆମେରିକା ସହ ସମ୍ପର୍କକୁ ଭାରତ ଅଧିକ ଘନିଷ୍ଠ କରିବା ଉଚିତ ବୋଲି ଅଧିକାଂଶ ରଣନୀତି ବିଶେଷଜ୍ଞ ମତ ଦେଇଛନ୍ତି।
ଚାଇନା ସମ୍ପର୍କରେ ଅନ୍ତର୍ଜାତୀୟ ମତାମତ ଏକାଠି କରିବା ପାଇଁ ଏହା ଅନୁକୂଳ ସମୟ। କାରଣ ଶି ଜିନ୍‌ପିଙ୍ଗ ସରକାର ଅନ୍ତର୍ଜାତୀୟ ସ୍ତରରେ ଏକାକୀତ୍ୱ ଅନୁଭୂବ କରୁଛି। ତେବେ ଚାଇନା ଉପରେ ଚାପ ପକାଇବା ଲାଗି ଏହାକୁ ବିଶ୍ୱ କାର୍ଯ୍ୟାନୁଷ୍ଠାନରେ ବଦଳାଯାଇପାରିବ କି? ଏହାର ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଭାରତ ଅନୁଶୀଳନ କରିବା ଉଚିତ। ଏଥିସହିତ ନୂତନ ମେଣ୍ଟ କିମ୍ବା ନୂଆ ବୁଝାମଣା ଭାରତ ପାଇଁ କେତେଦୂର ସକ୍ଷମ ହୋଇପାରିବ ତାହାକୁ ତର୍ଜମା କରିବାକୁ ହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶର ବିକାଶ ନମୁନା ଆଧାରରେ ଅନ୍ତର୍ଜାତୀୟ ସମ୍ପର୍କ ସୃଷ୍ଟି ହୋଇଥାଏ। ନିଜର ବିକାଶ ମଡେଲ ପାଇଁ ସର୍ବାଧିକ ସ୍ଥାନ ସଂରକ୍ଷଣ କରିବା ଭାରତର ପ୍ରାରମ୍ଭିକ ଲକ୍ଷ୍ୟ ହେବା ଉଚିତ।
ଚାଇନା-ସୋଭିଏତ୍‌ ସମ୍ପର୍କରେ ଫାଟ ସୃଷ୍ଟି ଉଦ୍ଦେଶ୍ୟରେ ଆମେରିକା ବେଜିଂ ସହ ସମ୍ପର୍କ ଯୋଡିଥିଲା। କିନ୍ତୁ ଦୀର୍ଘ ଦଶନ୍ଧି ହେଲା ସମ୍ପର୍କ ଉକ୍ତ ରଣନୀତି ଆଧାରରେ ଚାଲୁନାହିଁ ବରଂ ଉଭୟ ଦେଶର ବିକାଶର ରାଜନୈତିକ ଅର୍ଥନୀତି ତର୍କରେ ଚାଲୁଛି, ଯାହା ପାଇଁ ଉଭୟ ପରସ୍ପର ଉପରେ ନିର୍ଭରଶୀଳ। ବିକାଶ ମଡେଲ ଚାଇନା-ଆମେରିକା ସମ୍ପର୍କର ମୁଖ୍ୟ ଚାଳକ ଶକ୍ତି ହୋଇଛି। ତେବେ ଭାରତ ପାଇଁ ପ୍ରଶ୍ନ ହେଉଛି, କେବଳ ଏହାର ବିକାଶରେ ଆମେରିକା କେତେ ଅଂଶୀଦାର ହେବ ତାହା ନୁହେଁ, ବରଂ ଏହା ପଚାରିବାକୁ ହେବ ଯେ ଭାରତର ବିକାଶ ଆବଶ୍ୟକତା ଆମେରିକା ବିକାଶ ଢାଞ୍ଚା ପାଇଁ କେତେ ଉପଯୁକ୍ତ ହେବ। ରାଜନୈତିକ ଅର୍ଥନୀତି ଯେପରି ଚାଇନାଠାରୁ ଆମେରିକାକୁ ଦୂରେଇ ଦେଇଛି, ସେଭଳି ସ୍ଥିତି ଭାରତ ସହ ସମ୍ପର୍କରେ ଆସିବନି ତ? ଆମେରିକାର ବଡ଼ ବ୍ୟବସାୟୀ ଗୋଷ୍ଠୀ ଭାରତ ସପକ୍ଷରେ ଯୁକ୍ତି କରିପାରନ୍ତି, କିନ୍ତୁ ରାଜନୈତିକ ଅର୍ଥନୀତିର ଗତିଶୀଳତା ସେତେ ଅନୁକୂଳ ନୁହେଁ। ବାଣିଜ୍ୟ, ବୌଦ୍ଧିକ ସମ୍ପତ୍ତି, ନିୟମାବଳୀ, କୃଷି, ଶ୍ରମ ପରିଚାଳନା ଆଦିରେ ଭାରତ ଚାହୁଁଥିବା ସୁବିଧା ଆମେରିକା ଯୋଗାଇଦେବ କି? ଭାରତର ଅର୍ଥନୀତି ପାଇଁ ଏହିସବୁ କ୍ଷେତ୍ରରେ ସ୍ବାଧୀନତା ଅପରିହାର୍ଯ୍ୟ। ନିଜ ନାଗରିକଙ୍କ ପାଇଁ ନିଯୁକ୍ତି ସଂରକ୍ଷିତ ରଖିବାକୁ ଚାହୁଁଥିବା ଆମେରିକା ଆତ୍ମନିର୍ଭର ଭାରତ ସହ କେତେଦୂର ଯୋଡ଼ିହେବ।
ଇରାକ ସହ ଯୁଦ୍ଧ ବେଳେ ଭାରତ ଦୂରେଇ ରହିବା ବିଜ୍ଞତାର କାର୍ଯ୍ୟ ଥିଲା। ସେହିପରି ରୁଷିଆକୁ ସମ୍ପୂର୍ଣ୍ଣ ଅଣଦେଖା ନ କରିବା ଏବଂ ଆମେରିକାର ଇରାନ ନୀତିକୁ ସମର୍ଥନ ନ କରିବା ମଧ୍ୟ ଭାରତ ପାଇଁ ବିଜ୍ଞତାର ପରିଚୟ। ତେବେ ଭାରତର ଏଭଳି ନୀତିକୁ ଦେଶର ଗୋଟିଏ ଗୋଷ୍ଠୀ ରଣନୀତିକାର ଏକପ୍ରକାର ବିଚାରଗତ ଦୁର୍ବଳତା କହିଥାନ୍ତି।
ଚାଇନାରୁ ସୃଷ୍ଟ କରୋନା ଭୂତାଣୁ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଘାତକ ଭାଇରସ୍‌ ବିଶ୍ୱ ବାଣିଜ୍ୟ କାରବାର ପାଇଁ ଖରାପ ସମୟ ଆଣିଛି। ଏକଥା ସମସ୍ତେ ସ୍ବୀକାର କରୁଥିଲେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଶ୍ୱ ସ୍ତରରେ ଆଗ୍ରହ ଦେଖାଯାଉନାହିଁ। ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରତି ଅନ୍ତର୍ଜାତୀୟ ସମୁଦାୟର ପ୍ରତିକ୍ରିୟା ଏହାର ଏକ କୌତୂହଳପୂର୍ଣ୍ଣ ଉଦାହରଣ। ଅନେକ ଦେଶ ବିଆର୍‌ଆଇ ଋଣ ପରିଶୋଧ କରିବା ପାଇଁ ସଂଘର୍ଷ କରୁଛନ୍ତି। ଚାଇନା ଋଣରେ ଅନେକ ଦେଶ ଛନ୍ଦିହୋଇଯାଇଛନ୍ତି। ସେମାନେ ଚାଇନାର ଆର୍ଥତ୍କ ସହାୟତା ଉପରେ ନିର୍ଭରଶୀଳ ହୋଇପଡ଼ିଥିବାବେଳେ ଏଥିରୁ ସେମାନଙ୍କୁ ମୁକ୍ତ କରିବାକୁ କୌଣସି ଅନ୍ତର୍ଜାତୀୟ ଗୋଷ୍ଠୀ ଆଗେଇଆସୁଥିବା ଦେଖାଯାଉନାହିଁ। ତେଣୁ ଉକ୍ତ ଅଞ୍ଚଳରେ ପରିବର୍ତ୍ତନ ପାଇଁ ବିଶ୍ୱ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରିବା କଷ୍ଟକର। କାରଣ ଆମେରିକା, ରୁଷିଆ ଭଳି ବୃହତ ଶକ୍ତି ସବୁବେଳେ ସେମାନଙ୍କର ସ୍ବତନ୍ତ୍ର ବିଚାରଧାରା ବଜାୟ ରଖିବାକୁ ଚାହାନ୍ତି। ଏଭଳି ସମୟରେ ଆମେ ଏପରି ଏକ ବିରୋଧାଭାସୀ ଦୁନିଆରେ ରହୁଛୁ, ଯେଉଁଠି ଚାଇନା ବିରୋଧରେ ଅବଶିଷ୍ଟ ବିଶ୍ୱ ଏକାଠି ହେବା ଲାଗି ରଣନୈତିକ ଆବଶ୍ୟକତା ସେତେ ଅଧିକ ହୋଇପାରିନାହିଁ।
ଆଞ୍ଚଳିକ ବିବାଦ ସମାଧାନରେ ବୈଶ୍ୱିକ ମେଣ୍ଟ ଏବଂ ଜନମତର ମୂଲ୍ୟ ସବୁବେଳେ ଦୁଇଟି କାରଣ ପାଇଁ ସୀମିତ। ପ୍ରଥମ ହେଲା କେତେକ ବୃହତ୍‌ ଶକ୍ତି ଦ୍ୱାରା ପରିଚାଳିତ ଶସ୍ତା ଅପ୍ରତିସାମ୍ୟତା ବିକଳ୍ପକୁ ନିଷ୍କ୍ରିୟ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମ ନାହିଁ। ପାକିସ୍ତାନ ଏଭଳି କୌଶଳ ଅବଲମ୍ବନ କରୁଛି। ଦ୍ୱିତୀୟଟି ହେଲା ଭାରତ ପାଖରେ ଯଥେଷ୍ଟ ସାମରିକ ରହିଛି। ତେବେ ଏହାକୁ ଏକ ନିର୍ଦ୍ଦିଷ୍ଟ ସୀମା ବାହାରେ ବିଶ୍ୱର ସମର୍ଥନ ମିଳିବ ବୋଲି କୁହାଯାଇପାରିବ ନାହିଁ। ତେଣୁ ଏକଥା ମାନି ନେବାକୁ ହେବ ଯେ, ଭାରତ-ଚାଇନା ବିବାଦରେ ଅନ୍ୟ କୌଣସି ଦେଶ ଗମ୍ଭୀର ଭାବେ ମୁଣ୍ଡ ପୂରାଇବ ନାହିଁ। ଭାରତ ନିଜେ ହିଁ ଚାଇନା ଓ ପାକିସ୍ତାନକୁ ସମ୍ଭାଳିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri