ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭।୬ : ବର୍ତ୍ତମାନ ଯାଏ କରୋନା ସ୍ଥିତିରେ ସୁଧାର ଆସିନାହିଁ। ଘରୋଇ ବଜାରରେ ମେ ୨୫ରୁ ବିମାନ ସେବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସ୍ଥିତିର ଜଟିଳତାକୁ ବିଚାରକରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରିଥିବା ଜଣାପଡିଛି। ମାତ୍ର ସ୍ଥିତିକୁ ବିଚାରକରି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ତଥା ରୁଟ୍‌ରେ ସେବା ଯୋଗାଣ ଲାଗି ଅନୁମତି ମିଳିପାରେ। ସୂଚନାଯୋଗ୍ୟ, କରୋନା ଯୋଗୁ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ସରକାର କଟକଣା ଲଗାଇଛନ୍ତି। ବର୍ତ୍ତମାନ ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ଜୁଲାଇ ୧୫ ଯାଏ ବିଦେଶକୁ ବିମାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ଡିଜିସିଏର ଏକ ସର୍କୁଲାରେ କୁହାଯାଇଛି।
ବିଦେଶରୁ ଲୋକମାନଙ୍କୁ ଫେରାଇ ଆଣିବା ଲାଗି ସରକାର ହାତକୁ ନେଇଥିବା ବନ୍ଦେ ଭାରତ ମିଶନ କାଯର୍ର୍‌ୟକ୍ରମରେ ଏୟାର ଇଣ୍ଡିଆ ସମେତ ଅନ୍ୟ ଘରୋଇ କମ୍ପାନୀଗୁଡିକ ବିମାନ ସେବା ଯୋଗାଇ ଦେଉଛନ୍ତି। ଏହି ଯୋଜନାକୁ ମେ ୬ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ୨ ମାସ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିବା ପରେ ମେ ୨୫ରୁ ପୁଣି ଥରେ ଏହାକୁ ଆରମ୍ଭ କରାଯାଇଥିବା ଜଣାପଡିଛି। ସେହିଭଳି ବିମାନର ମଝି ସିଟ୍‌ ଖାଲି ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏ ଦିଗରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିମାନ କମ୍ପାନୀଗୁଡିକ ପର୍ଯ୍ୟାପ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ଏହି ମାମଲା ଉପରେ ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୟ କିଷାନ କୌଲ ଏବଂ ଜଷ୍ଟିସ ଭୂଷଣ ଗଭାଇ ଶୁଣାଣି କରିଛନ୍ତି। ବିମାନର ମଝି ସିଟ୍‌ ବ୍ୟବହାର କରିବା ନେଇ ବମ୍ବେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ। ଏୟାର ଇଣ୍ଡିଆ ପାଇଲଟ ଦେବେନ କନାନି ସୁପ୍ରିମକୋର୍ଟରେ ଏହାର ଚ୍ୟାଲେଞ୍ଜ କରିଥିଲେ। ମଝି ସିଟ୍‌ ବିକ୍ରି କରିବା ଲାଗି ଡିଜିସିଏ ମେ ୩୧ରେ ର ନିଷ୍ପତ୍ତି ଗ୍ରହଣ କରିଥିଲା। ଏହା ବିରୋଧରେ କନାନି ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାୟର କରିଥିଲେ। ବିମାନ ପରିଚାଳନା ନେଇ ବିଶେଷଜ୍ଞ କମିଟିର ପ୍ରସ୍ତାବ ଉପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଡିଜିସିଏ ଶୁକ୍ରବାର କହିଛି। ପାସେଞ୍ଜର ଲୋଡ୍‌ ପ୍ରସଙ୍ଗକୁ ଦେଖି ବିମାନ କମ୍ପାନୀଗୁଡିକ ମଝି ସିଟ୍‌ ଫାଙ୍କା ରଖିପାରିବେ ବୋଲି କମିଟି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri