Posted inଜାତୀୟ

ଗଲଓ୍ବାନ ଉପତ୍ୟକା କଳହ ମଞ୍ଜି

ନୂଆଦିଲ୍ଲୀ,୧୭ା୬ : ଖ୍ରୀଷ୍ଟପୂର୍ବ ୫୦୦ରେ ଚାଇନାର ନାମଚୀନ ସେନା ଜେନେରାଲ ସୁନ୍‌ ଜୁ ‘ଦି ଆର୍ଟ ଅଫ୍‌ ଓ୍ବାର୍‌’ ଶୀର୍ଷକ ପୁସ୍ତକରେ ଲେଖିଥିଲେ, ଯୁଦ୍ଧର ସର୍ବୋତ୍ତମ କଳା ହେଉଛି ବିନା ଲଢ଼େଇରେ ଶତ୍ରୁ ପକ୍ଷକୁ ହରାଇ ଦିଅ। ଅଢ଼େଇ ହଜାର ବର୍ଷ ପରେ ମଧ୍ୟ ଚାଇନାରେ ଏହି ପୁସ୍ତକର ଦିଆଯାଇଥିବା ଶିକ୍ଷାକୁ ଗୁରୁତ୍ୱ ଦିଆଯାଏ ଠିକ୍‌ ସେହିପରି ଯେପରି ଭାରତରେ ଚାଣକ୍ୟ ନୀତିର ପ୍ରାଧାନ୍ୟ ରହିଛି। ଚାଇନାର ଶକ୍ତିଶାଳୀ ସେନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏବେ ମଧ୍ୟ ସେହି ଯୁଦ୍ଧ କୌଶଳକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି, ଯାହାର ସଦ୍ୟ ପ୍ରମାଣ ଗଲଓ୍ବାନ ଉପତ୍ୟକାରେ ସୋମବାର ରାତିରେ ହୋଇଥିବା ସଂଘର୍ଷ। ଏଠାରେ ପ୍ରଶ୍ନ ଉଠୁଛି ଗଲଓ୍ବାନ ଉପତ୍ୟକାକୁ ନେଇ ବିବାଦ କାହିଁକି।
ପୂର୍ବ ଲଦାଖର ଗଲଓ୍ବାନ ନଦୀର ବିସ୍ତୀର୍ଣ୍ଣ ଅବବାହିକାକୁ ଗଲଓ୍ବାନ ଉପତ୍ୟକା ବୋଲି କୁହାଯାଉଛି। ବ୍ରିଟିଶ ଅମଳରେ ଲେହର ଗୁଲାମ ରସୁଲ ଏହି ନଦୀକୁ ଆବିଷ୍କାର କରିଥିବାରୁ ତାଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଛି। ୧୯୬୨ ଯୁଦ୍ଧ ପରେ ଏହି ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ପ୍ରଥମଥର ପାଇଁ ଏତେବଡ଼ ସଂଘର୍ଷ ଘଟିଛି। ଗଲଓ୍ବାନ ଉପତ୍ୟକା ଭାରତ-ଚାଇନା ସୀମା ବା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)କୁ ଲାଗି ରହିଛି। ଏହା ବେଜିଂ ନିୟନ୍ତ୍ରଣରେ ଥିବା ଭାରତୀୟ ଭୂଖଣ୍ଡ ଅକ୍ସାଇ ଚୀନ ସଂଲଗ୍ନ ଅଞ୍ଚଳ ହୋଇଥିବାରୁ ପ୍ରତିରକ୍ଷା ଦୃଷ୍ଟିରୁ ଉଭୟ ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଗଲଓ୍ବାନ ନଦୀକୁ ଚାଇନା ପ୍ରଥମେ ୧୯୫୬ରେ ନିଜର ବୋଲି ଦାବି କରିଥିଲା। ୧୯୬୦ରେ ଏହି ଦାବିକୁ ଜୋରଦାର କରିବା ସହ ଦୁଇବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିଥିଲା। ସେବେଠୁ ଉଭୟ ଭାରତ ଓ ଚାଇନା ସମ୍ପୃକ୍ତ କ୍ଷେତ୍ରରେ ଶାନ୍ତି ବଜାର ରଖିଆସୁଛନ୍ତି। ତେବେ ଗଲଓ୍ବାନ ଉପତ୍ୟକାକୁ ନେଇ କୌଣସି ମ୍ୟାପ ଉପରେ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ। କେବଳ ସ୍ଥାନୀୟ ସ୍ତରରେ ଦୁଇ ସେନା ମଧ୍ୟରେ ବୁଝାମଣା ହୋଇଛି।
ଚାଇନାର ସନ୍ଦେହ:
ଗଲଓ୍ବାନ ଉପତ୍ୟକା ସବ୍‌ ସେକ୍ଟର ନର୍ଥ (ଏସ୍‌ଏସ୍‌ଏନ୍‌) ଅଧୀନରେ ଆସୁଛି, ଯାହାକି ସିଆଚେନ ହିମବାହର ଠିକ୍‌ ପୂର୍ବରେ ଅବସ୍ଥିତ। ଏହା ହେଉଛି ଭାରତରୁ ଅକ୍ସାଇ ଚୀନକୁ ଯିବା ପାଇଁ ଏକମାତ୍ର ପଥ। ପ୍ରତିରକ୍ଷା ଦୃଷ୍ଟିରୁ ଭାରତ ସେଠାରେ ରାସ୍ତା ନିର୍ମାଣ କରୁଥିବାରୁ ବିବାଦ ସୃଷ୍ଟି ହୋଇଥିବା ଚାଇନା କହୁଛି। ଗଲଓ୍ବାନ ନାଲା ଉପରେ ଭାରତ ବ୍ରିଜ୍‌ ନିର୍ମାଣ କରୁଥିବା ଦର୍ଶାଇ ଚାଇନା ଆପତ୍ତି ଉଠାଇଛି। ଏହି ସେତୁ ଶାୟୋକ୍‌-ଦଉଲତ ବେଗ୍‌ ଓଲ୍ଡି ରୋଡ୍‌ ଉପରେ ନିର୍ମାଣ ହେଉଛି, ଯାହାକୁ ଗତବର୍ଷ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଉଦ୍‌ଘାଟନ କରିଥିଲେ। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏଲ୍‌ଏସିଠାରୁ ୭.୫ କି.ମି. ଦୂରରେ ଏହି ବ୍ରିଜ୍‌ ରହିଥିଲେ ସୁଦ୍ଧା ଚାଇନା ଏହାକୁ ବିରୋଧ କରୁଛି। କାରଣ ଅକ୍ସାଇ ଚୀନ ଉପରେ ନୂଆଦିଲ୍ଲୀ ଦାବି ଉଠାଇବ ବୋଲି ଚାଇନା ସନ୍ଦେହ କରୁଛି। ଅକ୍ସାଇ ଚୀନକୁ ପୁନଃ ଦଖଲ କରିବା ପାଇଁ ଭାରତ ଏହି ବ୍ରିଜ୍‌ ଦେଇ ତା’ର ମିଶନ ପୂରା କରିବ ବୋଲି ଚାଇନା ଚିନ୍ତା କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହିସବୁ କାରଣରୁ ଗଲଓ୍ବାନ ଉପତ୍ୟକାରୁ ଭାରତୀୟ ଯବାନମାନଙ୍କୁ ବିନା ଯୁଦ୍ଧରେ ଘଉଡ଼ାଇଦେବା ପାଇଁ ଚାଇନା ସେନା ଉଦ୍ୟମ ଚଳାଇଛି।

ବିବାଦରେ ୩,୪୮୮କି.ମି. ଏଲ୍‌ଏସି
ଭାରତ ଓ ଚାଇନା ମଧ୍ୟରେ ୩,୪୮୮ କି.ମି. ବିସ୍ତୃତ ସୀମା ରହିଛି। ଏହାକୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) କୁହାଯାଏ। ଏହି ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଥିଲେ ବି ସୀମା ଠିକ୍‌ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ମଝିରେ ମଝିରେ ବିବାଦ ସୃଷ୍ଟି ହୋଇଥାଏ। ଚାଇନା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି ଦାବି କରିଥାଏ। ଏହାସହ ଅରୁଣାଚଳକୁ କେନ୍ଦ୍ରର କୌଣସି ମନ୍ତ୍ରୀ ବା ଅନ୍ୟ ଦେଶର ଅତିଥି ଗଲେ ଚାଇନା ତାକୁ ବିରୋଧ କରେ। ୨୦୧୭ ଜୁନ୍‌ରେ ସିକିମ ସୀମାର ତ୍ରିକୋଣୀୟ ମାଳଭୂମି ଡୋକ୍‌ଲାମରେ ସୃଷ୍ଟି ହୋଇଥିବା ବିବାଦ ୭୩ ଦିନ ଧରି ଚାଲିଥିଲା। ସେହିପରି ଗତବର୍ଷ ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ଏହାକୁ ଚାଇନାର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି ବେଜିଂ ଆପତ୍ତି ଉଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର...

ଏଏପିକୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ...

ଏହି ଦିନ ନାମାଙ୍କନପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି: ବିଶେଷ ମୂହୁର୍ତ୍ତ ସହ ରହିଛି ଏଭଳି ସଂଯୋଗ !

ନୂଆଦିଲ୍ଲୀ,୩୦।୪: ଭାରତୀୟ ଜନତା ପାର୍ଟି(ଭାଜପା) ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ଣ୍ଣ ଶକ୍ତି ସହିତ ନାମାଙ୍କନ ଭରିିବେ। ଏକ ବିଶେଷ ସମୟରେ ଏହି ନାମାଙ୍କନ ପ୍ରକ୍ରିୟା...

ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ; ଆଡମିରାଲ ଦୀନେଶ ତ୍ରିପାଠୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୩୦।୪: ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର...

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ବେଙ୍ଗାଲୁରୁ,୩୦।୪: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri