ସଲମାନଙ୍କ ସାହାଯ୍ୟ ମାଗିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଏବେ ଦେଶରେ କରୋନା ମହାମାରୀ ଚିନ୍ତାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ଯୁଦ୍ଧରେ ଲଢୁଛନ୍ତି ଦେଶବାସୀ। ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସୋନୁ ସୁଦ ଓ ସଲମାନଙ୍କ ନାଁ ଆଗରେ ଥିବା ବେଳେ ଅନ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ବିଜୟୀ ହେବାକୁ ସହଯୋଗ ଯୋଗାଇ ଆସିଛନ୍ତି। ୧୯୯୦ରେ ଆସିଥିବା ଫିଲ୍ମ ‘ବୀରଗତି’ରେ ସଲମାନଙ୍କ କୋ-ଷ୍ଟାର ଥିବା ପୂଜା ଡଡଓ୍ବାଲ ଏବେ ସଲମାନଙ୍କ ସାହାଯ୍ୟ ମାଗିଛନ୍ତି। ନିକଟରେ ସେ କାଶ, ସର୍ଦ୍ଦି, ଜ୍ୱର ଆଦିରେ ପୀଡ଼ିତ ଥିବା ସହ ଏସବୁ କରୋନାର ଲକ୍ଷଣ ହୋଇଥିବାରୁ ସେ ଚିନ୍ତାରେ ପଡିଯାଇଛନ୍ତି। ତେବେ କରୋନା ଟେଷ୍ଟ ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ ଏଥିପାଇଁ ସେ ସଲମାନଙ୍କ ସାହାଯ୍ୟ ମାଗିଛନ୍ତି। ପୂର୍ବରୁ ମଧ୍ୟ ଏହି ଅଭିନେତ୍ରୀ କାହାକାହାଠାରୁ ୫ଶହ, ୧ ହଜାର ଭଳି ଅର୍ଥ ଉଧାର ନେଇଥିବା କହିଛନ୍ତି। ଏଥର କିନ୍ତୁ ସଲମାନ ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି। ପୂଜା ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ସଲମାନ ତାଙ୍କୁ ମୁମ୍ବାଇରେ ୬-୮ ମାସ ରଖି ଚିକିତ୍ସା କରାଇଥିଲେ। ଏହାପରେ ବି ସେ ଗୋଆ ଫେରିବା ପରେ ତାଙ୍କର ସବୁଖବର ସଲମାନ ବୁଝୁଥିଲେ ବୋଲି ସେ କହିଛନ୍ତି। ତେଣୁ ଏବେ ପୁଣିଥରେ ଅସୁବିଧାରେ ପଡିଥିବାରୁ ସେ ସଲମାନଙ୍କ ସାହାଯ୍ୟ ଲୋଡିଥିବା କହିଛନ୍ତି। ପୁଜା ଏବେ ତାଙ୍କ ସ୍ବାମୀଙ୍କ ସହ ମିଶି ଗୋଆରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri