‘ଓଡ଼ିଶୀ ସଙ୍ଗୀତ’କୁ କେବେ ମିଳିବ ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଜୁନ୍‌ ୭ ଓଡିଶା ଓ ଓଡ଼ିଆଙ୍କ ପାଇଁ ଥିଲା ଏକ ଐତିହାସିକ ଦିବସ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ରଚନା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିବାପରେ ପ୍ରତି ଓଡ଼ିଆଙ୍କ ମନରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଥିଲା। ଦୀର୍ଘ ଦଶନ୍ଧିର ଦାବି ଓ ସଂଘର୍ଷ ପରେ ଓଡ଼ିଶା ଏକ ପ୍ରାଦେଶିକ ସଙ୍ଗୀତ ପାଇଥିବାବେଳେ ରାଜ୍ୟ ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା। ହେଲେ ଓଡ଼ିଶାର ବହୁ ପ୍ରାଚୀନ ଓଡ଼ିଶୀ ସଙ୍ଗୀତ କିନ୍ତୁ ଆଜିପର୍ଯ୍ୟନ୍ତ ନିଜର ହକ୍‌ ପାଇପାରି ନାହିଁ। ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ହୋଇଥିଲେ ମଧ୍ୟ ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବାରୁ ବଞ୍ଚତ୍ତ ରହିଛି। ଏହା କେବଳ ରାଜ୍ୟବାସୀଙ୍କୁ ବ୍ୟଥିତ କରିନି, କଳା, ସଂସ୍କୃତି ସହ ଜଡ଼ିତ ବିଶେଷଜ୍ଞ ଓ ବରିଷ୍ଠ ସଙ୍ଗୀତକାରଙ୍କୁ ନିରାଶ କରିଛି।
ଦେଶର ପ୍ରମୁଖ ସଙ୍ଗୀତଗୁଡିକ ମଧ୍ୟରୁ ଓଡ଼ିଶୀ ଅନ୍ୟତମ ହୋଇଥିବାବେଳେ ସ୍ବତନ୍ତ୍ର ରାଗ, ତାଳ ସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ଇତିହାସ ୨୫୦୦ବର୍ଷ ତଳର। ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ବ୍ରିଟିଶ ଶାସନ କାଳରେ ହୋଇଥିବା ଭୁଲ୍‌ ଓ ଅବହେଳା ଯୋଗୁ ଓଡ଼ିଶୀକୁ ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିପାରିନାହିଁ। ଆବଶ୍ୟକ ଗବେଷଣା ହୋଇନାହିଁ କି ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ଦିଗରେ ମଧ୍ୟ ସେପରି ପଦକ୍ଷେପ ନିଆଯାଇନାହିଁ। ତେବେ ଭାଷାଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଦେଶ ସ୍ବାଧୀନ ହେବାର ଏତେବର୍ଷ ବିତିଯାଇଥିବା ବେଳେ ଏବେ ବି ଓଡ଼ିଶୀ ସଙ୍ଗୀତ ସେହି ଅବହେଳାର ଶିକାର ହେଉଛି।
ଓଡ଼ିଶୀ ସଙ୍ଗୀତର ପ୍ରାଚୀନତାର ପ୍ରମାଣ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଅସୁବିଧା ନାହିଁ ବୋଲି ଗବେଷକମାନେ ବିଭିନ୍ନ ସମୟରେ ମତଦେଇଥିଲେ ମଧ୍ୟ ଏହି ପ୍ରମାଣପତ୍ରକୁ ଏକାଠି କରିବାରେ ବାରମ୍ବାର ବିଫଳ ହେଉଛନ୍ତି ରାଜ୍ୟ ସରକାର। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ୨୦୧୪ରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେତେବେଳେ କେନ୍ଦ୍ର ତ ପୁଣି କେତେବେଳେ ରାଜ୍ୟ ସରକାରଙ୍କ ନାଲିଫିତା ତଳେ ଏହାର ଫାଇଲ ଚାପିହୋଇ ରହିଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗତ ୬ ବର୍ଷ ମଧ୍ୟରେ ୩ଟି ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ପଠାଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ। ୪ର୍ଥ ଥର ପାଇଁ ଆଉଏକ ରିପୋର୍ଟ ପ୍ରସ୍ତୁତ କରି ପଠାଇବାକୁ ଯୋଜନା ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁ ତାହା ଏବେ ଅଟକି ରହିଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ କହିଛନ୍ତି।
ଠିକ୍‌ ରିପୋର୍ଟ ପଠାଯାଇପାରୁ ନ ଥିବାରୁ କେନ୍ଦ୍ର ତାହାକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଓଡିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ ଓଡିଶୀ ସଙ୍ଗୀତର କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡିଶା ସଙ୍ଗୀତର କ୍ରମ ବିକାଶ, ଆନୁଷଙ୍ଗିକ କଳାରେ ଓଡିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଟ୍ୟ ଆଦି ଉପରେ ଯଦି ଠିକ୍‌ ତଥ୍ୟ ଓ ଦସ୍ତାବିଜ୍‌ ଦାଖଲ କରାଯାଏ ତା’ହେଲେ ଓଡ଼ିଶୀକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିବାରେ ବିଳମ୍ବ ହେବନାହିଁ ବୋଲି ବରିଷ୍ଠ ସଙ୍ଗୀତଜ୍ଞମାନେ କହିଛନ୍ତି।

ଅଧିକ ପରିବେଷଣ ହେଲେ ମାନ୍ୟତା ମିଳିବା ସହଜ ହେବ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲକ୍ଷ୍ୟରେ ଗତ କିଛିଦିନ ହେଲା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ଆସର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ହେଲେ ଯେପର୍ଯ୍ୟନ୍ତ ରାଜ୍ୟବାସୀ ଓଡ଼ିଶୀ ସଙ୍ଗୀତକୁ ନେଇ ସଚେତନ ନୁହନ୍ତି ଏବଂ ନିଜ ପିଲାଙ୍କୁ ଓଡ଼ିଶୀ ସଙ୍ଗୀତ ଶିଖାଇନାହାନ୍ତି ସେପର୍ଯ୍ୟନ୍ତ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା କଷ୍ଟକର। ଆମ ସଙ୍ଗୀତ ଯେତେ ଅଧିକ ପରିବେଷଣ ହେବ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହଜ ହେବ ବୋଲି ଡ. ଗୋସାଇଁ କହିଛନ୍ତି।
– ଡ. ସଙ୍ଗୀତା ଗୋସାଇଁ, ମୁଖ୍ୟ କାର୍ଯ୍ୟନିର୍ବାହୀ,
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri