ଟ୍ରଲର ଧକ୍କାରେ ୨ ମୃତ, ୩ ଆହତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଳିଙ୍ଗନଗର,୧୫ା୬(ଡି.ଏନ.ଏ.)-କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ମାନତିରା ସାଇଜର ଲଜିଷ୍ଟିକ ପାର୍କ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଟାଟା ମେଡିକାଲ ଓ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରାବଣା ଗ୍ରାମର କଳାକର ପତି(୩୫) ଓ ପଙ୍କପାଳ ଗ୍ରାମର ଶିଶିର ବେହୁରା(୪୫)। ମୃତକ କଳାକରଙ୍କ ଶଳା ଓ ଶିଶିରଙ୍କ ପୁଅଝିଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣଙ୍କ ସମେତ ତାଙ୍କ ସମ୍ପର୍କିୟ ଓ ୨ ପୁଅଝିଅ ଯାଜପୁରରୁ ୨ଟି ବାଇକ ଯୋଗେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯଖପୁରା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଶାସନ ଛକ ନିକଟରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଏ ନେଇ ଯଖପୁରା ଥାନାରେ କେସ ନଂ. ୪୩/୨୦୨୦ରେ ଏକ ମାମଲା ରୁଜୁ ହୋଇଛି। ଖବର ଲେଖା ସୁଦ୍ଧା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri