ରଥଯାତ୍ରା ପ୍ରସଙ୍ଗ: ବସିଲା ରୁଦ୍ଧଦ୍ୱାର ବୈଠକ, ଘୋଷଣାକୁ ଅପେକ୍ଷା

ପୁରୀ ଅଫିସ,୧୩ା୬: ରଥଯାତ୍ରାକୁ ଆଉ ମାତ୍ର ରହିଲା ୧୦ଦିନ। ହେଲେ କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଲାଣି। ବିଭିନ୍ନ ସେବାୟତ ନିଯୋଗ ସହ ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଅନ୍ୟ ଅଧିକାରୀମାନେ ବାରମ୍ବାର ବୈଠକ କରୁଛନ୍ତି। ଶୁକ୍ରବାର ପୁଣି ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଛି ରୁଦ୍ଧଦ୍ୱାର ବୈଠକ। ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପିଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ରଥଯାତ୍ରା ଆୟୋଜନକୁ ନେଇ ସହମତି ପ୍ରକାଶ ପାଇଥିବାବେଳେ ଘୋଷଣାକୁ ଅପେକ୍ଷା ବୋଲି କୁହାଯାଉଛି।
ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି କଟକଣା ଭିତରେ ରଥଯାତ୍ରା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସେବାୟତମାନେ କଟକଣାଯୁକ୍ତ ରଥଯାତ୍ରା ସପକ୍ଷରେ ଅଛନ୍ତି। ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି। କିନ୍ତୁ ରାଜ୍ୟ ସରକାର ଏଯାବତ କିଛି ସ୍ପଷ୍ଟ କରି ନ ଥିବାରୁ ବିରୋଧୀମାନେ ବି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଇତିମଧ୍ୟରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଦଇତାପତିଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି। ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି, ମୁଖ୍ୟ ପ୍ରଶାସକ ଆମ ସହିତ ଆଲୋଚନା ବେଳେ ତାଙ୍କ ଆଭିମୁଖ୍ୟରୁ ସରକାର ରଥଯାତ୍ରା କରିବା ଲାଗି ପ୍ରସ୍ତୁତ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟର ଚିଠା ମଧ୍ୟ ପ୍ରସ୍ତୁତ କରିସାରିଥିବା ଶୁଣିବାକୁ ମିଳୁଛି। ଏଥିରେ ଭୋର ୪ଟାରେ ପହଣ୍ଡି ଏବଂ ପୂର୍ବାହ୍ନ ୧୧ଟାରେ ରଥଟଣା ଯିବା ଲାଗି ଆପାତତଃ ସ୍ଥିର କରାଯାଇଛି। କିନ୍ତୁ ଏହି ଚିଠା ନୀତି ସବ୍‌ କମିଟି, ଛତିଶା ନିଯୋଗରେ ଆଲୋଚନା ପରେ ପରିଚାଳନା କମିଟି ବୈଠକରେ ଅନୁମୋଦନ ହେବାକୁ ଥିବାରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ଶୁକ୍ରବାର ପୁନଶ୍ଚ ବୈଠକ ବସିଛି। ପ୍ରଥମେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପୂଜାପଣ୍ଡା ନିଯୋଗ ଏବଂ ପରେ ପୁଷ୍ପାଳକ ନିଯୋଗ ସହ ଆଲୋଚନା କରିଥିଲେ। ରଥଯାତ୍ରା ନୀତିକାନ୍ତି କିପରି ସୁଚାରୁ ରୂପେ ସମ୍ପନ୍ନ ହେବ ସେନେଇ ସମସ୍ତେ ଗୁରୁତ୍ୱ ଦେବାକୁ କହିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ବସିଥିଲା ରୁଦ୍ଧଦ୍ୱାର ବୈଠକ। ଏଥିରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ପରେ ମୁଖ୍ୟ ପ୍ରଶାସକ ମନ୍ଦିର ଭିତରକୁ ଯାଇ ଦଇତାପତି ସେବାୟତଙ୍କ ସହ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମସ୍ତଙ୍କ ସହ ଆଲୋଚନା ସକାରାତ୍ମକ ରହିଛି। ଖୁବଶୀଘ୍ର ସରକାର ରଥଯାତ୍ରା ସଂକ୍ରାନ୍ତରେ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri