Posted inଫୁରସତ

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି ସେମାନଙ୍କ ଲାଗି ସାତ ସପନ ପାଲଟିଥାଏ। ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ର ଦାନ୍ତଓ୍ବୋଡ଼ାରେ ଲୋକମାନେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଥିବା ବେଳେ ସେଠାକାର ଆଦିବାସୀଙ୍କ ଲାଗି ହାତପାହାନ୍ତାରେ ବ୍ୟାଙ୍କସେବା ଏବେ ଉପଲବ୍ଧ। ଦାନ୍ତଓ୍ବୋଡ଼ା ଜିଲା ପ୍ରଶାସନ ପକ୍ଷରୁ ଏବେ ‘ବ୍ୟାଙ୍କ ସଙ୍ଗ୍‌ଓ୍ବାରି ତୁମ୍‌ଚୋ ଦ୍ୱାର’ ନାମକ ଏକ ଯୋଜନା ପ୍ରଣୟନ କରାଯାଇଛି। ବସ୍ତର ସଂସଦୀୟ ଆସନ ଅନ୍ତର୍ଗତ ଏହି ଅଞ୍ଚଳରେ ଆଦିବାସୀମାନେ ହାତପାହାନ୍ତାରେ ବ୍ୟାଙ୍କସେବା ପାଇବାକୁ ସମର୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ ଗ୍ରାମର ୧୮,୯୦୦ ଲୋକଙ୍କ ମଧ୍ୟରୁ ୨,୫୪୧ ବୃଦ୍ଧ ଓ ବିଧବାଙ୍କୁ ଏହି ଯୋଜନା ମାଧ୍ୟମରେ ଟଙ୍କା ଯୋଗାଇ ଦିଆଯାଇସାରିଛି। ରାଜ୍ୟ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମହାମାରୀ କରୋନାର ତାଣ୍ଡବ ଚାଲିଥିଲେ ବି ସେଠାରେ ଏହି ସେବାକୁ ବନ୍ଦ କରାଯାଇ ନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଲାଗି ଏଭଳି ସୁବିଧା ଯୋଗାଇଦେବାକୁ ପ୍ରଶାସନ ଚିନ୍ତା କରୁଛି।
ଆଦିବାସୀବହୁଳ ଦାନ୍ତଓ୍ବୋଡ଼ା ଅଞ୍ଚଳର ଲୋକମାନେ ଅନେକ ବାଟ ଚାଲି ଚାଲି ଯାଇ ଏହି ସୁବଧା ପାଉଥିଲେ। ଏମିତିକି ୧୦ କି.ମି. ପର୍ଯ୍ୟନ୍ତ ସେମାନଙ୍କୁ ଚାଲିଚାଲି ଯିବାକୁ ପଡ଼ୁଥିଲା। ବେେବେଳେ ସେମାନେ ମାଓବାଦୀଙ୍କ ଶିକାର ବି ପାଲଟୁଥିଲେ। ସେମାନଙ୍କ ସୁରକ୍ଷା ଓ ବଞ୍ଚିବାର ରାହା ଯୋଗାଇଦେବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଜିଲାପାଳ ଦୀପକ ସୋନି। ବିକଶିତ କାରିଗରି ବିଦ୍ୟା ଏଭଳି ସୁବିଧା ଆଦିବାସୀଙ୍କୁ ଯୋଗାଇଦେବାରେ ସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି। କେତେଜଣ ସ୍ବେଚ୍ଛାସେବୀ ଏକ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିବା ସେ କହିଛନ୍ତି। ଏମିତିକି କେତେକ ସ୍ଥାନରେ ମାନୁଆଲ ପେମେଣ୍ଟ ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ ବେଳେ ଏହି ବ୍ୟାଙ୍କସେବା ସେମାନଙ୍କ ଲାଗି ବରଦାନ ପାଲଟିଛି। ଏହା ଗରିବ ଆଦିବାସୀଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇପାରିଥିବା ସୋନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri