ନାମ ଲେଖା ନେଇ ବଢ଼ୁଛି ଚିନ୍ତା

ଅନୁଗୋଳ ଅଫିସ, ୧୦।୬ – ଜୁନ୍‌ ୮ରୁ ଜୁଲାଇ ୧୫ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ନାମ ଲେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ପରେ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ହେଲେ ଅଡ଼ୁଆ କରୁଛି ସ୍କୁଲଗୁଡ଼ିକରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର। ଜିଲାର ସଙ୍ଗରୋଧ କେନ୍ଦ୍ରଗୁଡ଼ିକରୁ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଏପରି ସ୍ଥିତିରେ ସ୍କୁଲରେ ପିଲାଙ୍କ ନାମ ଲେଖା କିପରି ହେବ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ବିକଳ୍ପ ବ୍ୟବସ୍ଥା ଖୋଜାଯାଉଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାରେ ମୋଟ୍‌ ୧୬୬୬ଟି ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୪୧୮ଟି ପ୍ରାଥମିକ ଓ ୨୪୮ଟି ହେଉଛି ହାଇସ୍କୁଲ। ଉକ୍ତ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୩୦୫ଟିରେ କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଅନ୍ୟସବୁ ଫାଙ୍କା ଥିଲେ ମଧ୍ୟ କେତୋଟି ସ୍କୁଲର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ମାଟ୍ରିକ ଖାତା ଦେଖାରେ ନିୟୋଜିତ ରହିଛନ୍ତି ବୋଲି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ନାମଲେଖା ସମ୍ପର୍କରେ ପ୍ରତି ବିଦ୍ୟାଳୟକୁ ଅବଗତ କରାଯିବା ସହ ସମୟ ସୀମା ମଧ୍ୟରେ କିପରି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ତାହାକୁ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଚାର ବିମର୍ଶ ଜାରି ରହିଛି। ଅନ୍ୟପକ୍ଷରେ କ୍ବାରାଣ୍ଟାଇନ୍‌ ସେଣ୍ଟର ହୋଇଥିବା ସ୍କୁଲ ମଧ୍ୟକୁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ସରପଞ୍ଚମାନେ ଛାଡ଼ୁନାହାନ୍ତି। ଅନ୍ୟକେତେକ ସ୍ଥାନରେ କରୋନା ଭୟରେ ବିଦ୍ୟାଳୟକୁ କେହି ଆସୁନାହାନ୍ତି। ନାମଲେଖାରେ ଟିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାହା ମଧ୍ୟ ବହୁ ଛାତ୍ରୀଛାତ୍ରଙ୍କୁ ମିଳୁନାହିଁ। ଅନେକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଫଳରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଜିଲାରେ ପ୍ରାୟ ଦେଢ଼ଲକ୍ଷ ପିଲାଙ୍କ ନାମଲେଖା କିପରି କରାଯିବ ତାହାକୁ ନେଇ ଏବେ ଶିକ୍ଷା ବିଭାଗ ଅଡ଼ୁଆରେ ପଡ଼ିଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନାନା ସମସ୍ୟା ଥିଲେ ମଧ୍ୟ କିଛି ସ୍ଥାୟୀ ପ୍ରତିକାର କରାଯିବ। ବର୍ତ୍ତମାନ ସୁଦ୍ଧା ୧ ପ୍ରତିଶତ ଛାତ୍ରୀଛାତ୍ରଙ୍କ ନାମ ଲେଖାଯାଇ ସାରିଛି। କ୍ବାରାଣ୍ଟାଇନ୍‌ ସେଣ୍ଟର ହୋଇଥିବା ବିଦ୍ୟାଳୟ ଗୁଡ଼ିକରୁ କିପରି ଟିସି ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯିବ ତାହାର ବ୍ୟବସ୍ଥା କରାଯାଉଛି। ସରକାର ଦେଇଥିବା ସମୟ ସୀମା ମଧ୍ୟରେ ନାମଲେଖା କାର୍ଯ୍ୟ ଶେଷ କରିବାକୁ ପ୍ରଚେଷ୍ଟା ଜାରି ରହିଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri