Posted inଫୁରସତ

କିରଣ ବେଦି: ଆଇପିଏସ୍‌ ଅଫିସରରୁ ଲ୍ୟୁଟନାଟ୍‌ ଗଭର୍ନର

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ମଙ୍ଗଳବାର ୭୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୫ରେ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫସର ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୭୨ରେ ସେ ଆଇପିଏସ୍‌ ଅଫିସର ଭାବେ ଟ୍ରେନିଂ ନେଇଥିଲେ। ଟ୍ରେନିଂ ସମୟରେ ବୃଜ୍‌ ବେଦିଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ସାକ୍ଷାତ୍‌ ଧୀରେ ଧୀରେ ବଢ଼ିଥିଲା। ପରେ ଦୁହେଁ ବିବାହ ପାଇଁ ମନସ୍ଥ କରିଥିଲେ। ବିବାହ ଲାଗି ଶୁଭ ମୁହୂର୍ତ୍ତ ରାତି ୨ଟାରେ ଥିଲା। ବୃଜ୍‌ କିରଣଙ୍କ ଘରେ ଗେଟ୍‌ ଡେଇଁ ପହଞ୍ଚିଥିଲେ। ଦୁହେଁ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ। ପୂଜାରିଙ୍କୁ ଉଠାଇଥିଲେ। ତେବେ ପୂଜାରି କହିଥିଲେ ଏବେ ଠାକୁର ଶୋଇଛନ୍ତି। ପରେ ଦୁହେଁ ମାଳା ଅଦଳବଦଳ କରି ବିବାହ କରିଥିଲେ। ତାପର ଦିନ ସକାଳେ ଦୁହେଁ ନିଜ ନିଜ କାମରେ ଅଫିସ ଯାଇଥିଲେ। ଇତିମଧ୍ୟରେ ବୃଜ୍‌ଙ୍କ ପରଲୋକ ହୋଇସାରିଛି। ୨୦୧୬ ଜାନୁୟାରୀ ୩୧ରେ ତାଙ୍କର ଦେହାନ୍ତ ହୋଇଥିଲା। ଏବେ କିରଣ ପୁଡୁଚେରୀର ଲ୍ୟୁଟନାଟ୍‌ ଗଭର୍ନର ଭାବେ ଅବସ୍ଥାପିତ ଅଛନ୍ତି। ସରକାରୀ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ତାଙ୍କୁ ୧୯୯୪ରେ ରେମନ ମାଗାସେସ‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଟିଭି ଶୋ ଆପ୍‌ କି କଚେରୀରେ ସେ କାଷ୍ଟ କଳାକାର ଭାବେ ଅଭିନୟ କରିଥିଲେ। ୨୦୦୮ ଡିସେମ୍ବର ୧ରେ ଏହାର ପ୍ରଥମ ଏପିସୋଡ଼ ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri