Posted inଖେଳ

ସଚିନଙ୍କୁ ଆଉଟ୍‌ କରିବା ପରେ ମୃତ୍ୟୁ ଧମକ ମିଳିଥିଲା:ବ୍ରେସ୍‌ନାନ

ଲଣ୍ଡନ,୮।୬: ୨୦୧୧ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଏକ ଟେଷ୍ଟ ସିରିଜରେ ଏକ ବିରଳ ଘଟଣା ଘଟିଥିଲା। ଏହି ସିରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ କରିଥିବାରୁ ମୋତେ ଓ ଅମ୍ପାୟର ରଡ୍‌ ଟକରଙ୍କୁ ମୃତ୍ୟୁର ଧମକ ଦିଆଯାଇଥିଲା ବୋଲି ଇଂଲଣ୍ଡ ଦ୍ରୁତ ବୋଲର ଟିମ୍‌ ବ୍ରେସ୍‌ନାନ କହିଛନ୍ତି।
ସେତେବେଳେ ସଚିନ ୯୯ତମ ଅନ୍ତର୍ଜାତୀୟ ଶତକ ହାସଲ କରି ସାରିଥିଲେ। ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ସେ ୧୦୦ତମ ଶତକ ହାସଲ ଆଡକୁ ଗତି କରୁଥିଲେ। ସଚିନ୍‌ ୯୧ ରନରେ ବ୍ୟାଟିଂ କରୁଥିବା ବେଳେ ବ୍ରେସ୍‌ନାନଙ୍କ ଏକ ବଲ ସଚିନଙ୍କ ପ୍ୟାଡ୍‌ରେ ବାଜିଥିଲା ଓ ଜବରଦସ୍ତ ଅପିଲ ହେବାରୁ ଟକର ଅଙ୍ଗୁଳି ଟେକି ସଚିନଙ୍କୁ ଆଉଟ ଘୋଷିତ କରିଥିଲେ। ବଲ୍‌ ଲେଗ୍‌ଷ୍ଟମ୍ପର ବାହାରକୁ ଯାଉଥିବାର ଲକ୍ଷ୍ୟ କରାଯାଇଥିଲା। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଡିଆର୍‌ଏସ୍‌କୁ ବିରୋଧ କରୁଥିବାରୁ ସଚିନ୍‌ ଏହାର ସହାୟତା ନେଇ ନ ଥିଲେ। ସେତେବେଳେ ଭାରତ ୦-୩ରେ ପଛରେ ପଡିଥିଲା। ସଚିନ ପ୍ରଥମ ୩ଟି ଟେଷ୍ଟରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରି ଖରାପ୍‌ ଫର୍ମ ଦେଇ ଗତି କରୁଥିଲେ। ତେବେ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଥିଲେ ସେ ୧୦୦ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥାନ୍ତେ। ସଚିନ ଆଉଟ୍‌ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ଫଳରେ ମୋତେ ଓ ଟକରଙ୍କୁ ମୃତ୍ୟୁର ଧମକ ଦିଆଯାଇଥିଲା ଓ ଆମପାଖକୁ ଏକାଧିକ ଚିଠି ଆସିଥିଲା। ବଲ ଲେଗ୍‌ ଷ୍ଟମ୍ପ ବାହାରକୁ ଯାଉଥିବା ବେଳେ ଆପଣ ସଚିନଙ୍କୁ ଆଉଟ୍‌ ଘୋଷିତ କଲେ କେମିତି ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଫଳରେ ଆମକୁ ପୋଲିସ୍‌ର ସହାୟତା ନେବାକୁ ହୋଇଥିଲା। ଅଷ୍ଟ୍ରେଲିଆରେ ତାଙ୍କ ଘର ପାଖରେ ପୋଲିସ୍‌ ନିୟୋଜିତ କରାଯାଇଥିଲା ବୋଲି ବ୍ରେସ୍‌ନାନ କହିଛନ୍ତି। ଏହାପରେ ସଚିନ ୨୦୧୨ ଏସିଆ କପ୍‌ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରି ୧୦୦ତମ ଅନ୍ତର୍ଜାତୀୟ ଦିନିକିଆ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ। ସଚିନ ଟେଷ୍ଟରେ ୧୫୯୨୧ ଓ ଦିନିକିଆରେ ୧୮୪୨୬ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାଲିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri