ଲକ୍‌ଡାଉନ୍‌ରେ ଟପ୍‌-୧୦ ଆୟକାରୀ ଆଥ୍‌ଲେଟ ତାଲିକାରେ କୋହଲି

ଲଣ୍ଡନ,୫।୬(ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଜଣାଶୁଣା ସୋସିଆଲ ମିଡିଆ ‘ଇନ୍‌ଷ୍ଟାଗ୍ରାମ୍‌’ରେ ପୋଷ୍ଟ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରିଛନ୍ତି। ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ବିଶ୍ୱରେ ଶ୍ରେଷ୍ଠ ଆୟକାରୀ ଆଥଲେଟଙ୍କ ତାଲିକାରେ ଟପ୍‌ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। କୋହଲି ଷଷ୍ଠ ସ୍ଥାନରେ ରହି ଏକମାତ୍ର କ୍ରିକେଟର ଭାବେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି।
ମାର୍ଚ୍ଚ ୧୨ରୁ ମେ ୧୪ ତାରିଖ ମଧ୍ୟରେ କୋହଲି ଘରେ ବସି ପ୍ରାୟୋଜିତ ପୋଷ୍ଟ ମାଧ୍ୟମରେ ୩, ୭୯, ୨୯୪ ପାଉଣ୍ଡ ବା ୩.୬ କୋଟି ଟଙ୍କା ଆୟ କରିଛନ୍ତି। ୩ଟି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେ ଏହି ଅର୍ଥ ଆମଦାନୀ କରିଛନ୍ତି। ପ୍ରତି ପୋଷ୍ଟରେ ତାଙ୍କୁ ୧.୨ କୋଟି ଟଙ୍କା ମିଳିଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କର ୬.୨ କୋଟି ଫଲୋଅର ରହିଛନ୍ତି।
ଏହି ତାଲିକାରେ ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ପାଖାପାଖି ୧୭.୯ କୋଟି ଟଙ୍କା ଆୟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ୨୨ କୋଟି ଫଲୋଅର ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ବିଶ୍ୱର ୧ ନମ୍ବର ଲୋକପ୍ରିୟ ବ୍ୟକ୍ତି। ସେହିପରି ଏହି ତାଲିକାରେ ଆର୍ଜେଣ୍ଟିନା ଫୁଟବଲ ତାରକା ମେସି ଦ୍ୱିତୀୟ ଓ ବ୍ରାଜିଲ ଫୁଟବଲର ନେମାର ତୃତୀୟ ସ୍ଥାନରେ ରହିଛନ୍ତି। ୧୫.୧ କୋଟି ଫଲୋଅର ସହ ବାର୍ସିଲୋନ ତାରକା ମେସି ୪ଟି ପୋଷ୍ଟ କରି ୧୨.୩ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ନେମାର ୪ଟି ପୋଷ୍ଟ କରି ୧୧.୪ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଇଂଲଣ୍ଡ ପୂର୍ବତନ କ୍ରିକେଟର ଡେଭିଡ ବେକ୍‌ହାମ ଲକ୍‌ଡାଉନ୍‌ ଅବଧିରେ ୩ଟି ପୋଷ୍ଟ କରି ୩.୮ କୋଟି ଟଙ୍କା ଆୟ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୬.୩ କୋଟି ଫଲୋଅର ରହିଛନ୍ତି। ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ଶାକ୍ୱିଲି ଓ’ନିଲ ୧.୭ କୋଟି ଫଲୋଅର ସହ ମୋଟ ୧୬ଟି ପୋଷ୍ଟ କରି ୫.୫ କୋଟି ଟଙ୍କା ଆୟ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ସ୍ବୀଡେନ ଫୁଟବଲର ଜ୍ଲଟାନ ଇବ୍ରାହିମୋଭିକ୍‌ ୧୮୪, ୪୧୩ ପାଉଣ୍ଡ, ପୂର୍ବତନ ଏନ୍‌ବିଏ ତାରକା ଡ୍ବାୟନ ଓ୍ବେଡ ୧୪୩,୧୪୬ ପାଉଣ୍ଡ, ବ୍ରାଜିଲ ଫୁଟବଲର ଡାନି ଆଲଭେସ ୧୩୩, ୬୯୪ ପାଉଣ୍ଡ ଓ ବକ୍ସର ଆନ୍ଥୋନୀ ଜୋଶୁଆ ୧୨୧,୫୦୦ ପାଉଣ୍ଡ ଅର୍ଥ ଉପାର୍ଜନ କରି ଟପ୍‌ରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri