Posted inଖେଳ

ହାତୀ ମୃତ୍ୟୁକୁ ନେଇ କ୍ରିକେଟ ଜଗତ ସ୍ତବ୍ଧ

ତିରୁଭାନନ୍ତପୁରମ,୪।୬: ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଗତ ମେ’ ୨୭ ତାରିଖରେ କେରଳରେ ଘଟିଥିବା ଏହି ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ସ୍ବର ଉତ୍ତୋଳନ କରିଛନ୍ତି। କ୍ରିକେଟର ବିରାଟ କୋହଲି ଏଭଳି ବର୍ବରତାକୁ ନେଇ କହିଛନ୍ତି, ଏହି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି। ପଶୁପକ୍ଷୀଙ୍କୁ ଆଦର କରନ୍ତୁ। ଏଭଳି ଘଟଣାର ଅନ୍ତ ଘଟାନ୍ତୁ ବୋଲି ସେ କହିଛନ୍ତି। ସେହିଭଳି ଅନ୍ୟତମ କ୍ରିକେଟର ଋଷଭ୍‌ ପନ୍ତ କହିଛନ୍ତି, ଏହା ଏକ ହୃଦୟବିଦାରକ ଘଟଣା। ଜଣେ ଏତେ କ୍ରୁର କେମିତି ହୋଇପାରେ। ଆଶା କରୁଛି ଦେଷୀକୁ କଡା ଦଣ୍ଡ ମିଳୁ।
ସୂଚନାଯୋଗ୍ୟ,ମେ’ ୨୩ ତାରିଖ ଦିନ ହାତୀଟି ଖାଦ୍ୟ ଅନ୍ବେଷଣରେ କେରଳର ପାଲକ ଜିଲାର ଏକ ଗ୍ରାମ ଭିତରକୁ ପଶିଆସିଥିଲା ବେଳେ କିଛି ସ୍ଥାନୀୟ ଲୋକ ସପୁରୀରେ ବାଣ ଭର୍ତ୍ତି କରି ହାତୀଟିକୁ ଖାଇବାକୁ ଦେଇଥିଲେ। ଆଉ ହାତୀ ଏହି ସପୁରୀଟିକୁ ଖାଇବା ପରେ ପ୍ରଚଣ୍ଡ ଶବ୍ଦ କରି ବାଣଟି ଫାଟିଯିବାରୁ ମୁହଁର ଏକ ବଡ ଅଂଶ ଜଳିଯିବା ସହ କ୍ଷତବିକ୍ଷତ ହୋଇ ଯାଇଥିଲା। ଏହାପରେ ହାତୀଟି ଅସହ୍ୟ ଯନ୍ତ୍ରଣାରେ ଘୂରି ବୁଲିଥିଲା। ତା’ର ଜିଭ ଛିଣ୍ଡି ଚାରିଦିନ କାଳ ସେ କିଛି ଖାଇ ପାରି ନ ଥିଲା। ଯନ୍ତ୍ରଣା ଉପସମ ପାଇଁ ନିକଟସ୍ଥ ଭେଲିୟାର ନଦୀରେ ପଶିଯାଇଥିଲା। ତାକୁ ଉଦ୍ଧାର କରିବାକୁ ବନ ଅଧିକାରୀ ନୀଳକଣ୍ଠନ ଓ ସୁରେନ୍ଦ୍ରନ ନାମକ ଦୁଇଟି ପ୍ରଶିକ୍ଷିତ ହାତୀକୁ ସେଇ ନଦୀକୁ ଆାଣିଥିଲେ। କିନ୍ତୁ ସେଇ ଗର୍ଭିଣୀ ହାତୀଟିକୁ ସେମାନେ ଉଦ୍ଧାର କଲା ବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ସେତେବେଳେ ଜଣାପଡିଥିଲା ଯେ ହାତୀଟି ଗର୍ଭବତୀ ଥିଲା। ତେଣୁ ଏହି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri