Posted inଫୁରସତ

ହାତ ରଖିଲେ ହସିଥାଏ ଗଛ

ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ ଭାରତରେ ହିଁ ରହିଛି। ଏହି ଅଜବ ଗଛ ଉତ୍ତରାଖଣ୍ଡର କାଲାଢୁଙ୍ଗୀ ଜଙ୍ଗଲରେ ରହିଛି। ଏହି ଗଛ ସମ୍ପୂର୍ଣ୍ଣ ଭାବେ ମଣିଷ ପରି ବ୍ୟବହାର ଦେଖାଇଥାଏ। ଗତ ୫ ବର୍ଷ ଧରି କାଲାଢୁଙ୍ଗୀ ଜଙ୍ଗଲରେ ଏପରି ଦୁଇଟି ଗଛ ଦେଖିବାକୁ ମିଳିଛି। କାର୍ବେଟ ଗ୍ରାମ ବିକାଶ କମିଟି ଦ୍ୱାରା ଏହା ପର୍ଯ୍ୟଟନ ସହିତ ଜଡ଼ିତ। ପର୍ଯ୍ୟଟକମାନେ କମିଟିର ଗାଇଡ୍‌ ନିକଟକୁ ଯାଇ ଏହି ଗଛଗୁଡ଼କ ଘଞ୍ଚ ଜଙ୍ଗଲରେ ଥରୁଥିବାର ଦେଖାଇଥାନ୍ତି। ଏହି ଥରିବାକୁ ଲୋକେ ଗଛ ହସୁଥିବା କୁହନ୍ତି। ଏହାର ବଟାନିକାଲ ନାମ ହେଉଛି ରାଣ୍ଡିଆ ଡୁମିଟାରମ୍‌। ଏହି ଗଛଟି ମଣିଷ ପରି । ଏହା ଉପର ହାତ ରଖିଲେ ଏହାର କମ୍ପନ ସୃଷ୍ଟି ହୋଇଥାଏ। ସେହି ସମୟରେ ଗଛର ଗଣ୍ଡିକୁ ସ୍ପର୍ଶ କଲେ ଏହାର ଶାଖା ଗତି କରିବା ଆରମ୍ଭ କରେ। ରୁବିଏସି ପ୍ରଜାତି ନାମକ ଏହି ଗଛ ୩୦୦ରୁ ୧୩୦୦ ମିଟର ଉଚ୍ଚତାର ବଢ଼ିଥାଏ। ଏକ ଟିମ୍‌ ଗବେଷଣା କରି କହିଛନ୍ତି, ଗଛ ଗଣ୍ଡିରେ ଆଙ୍ଗୁଠି ଘଷିଲେ ଏହା ଚାଲିବା ଆରମ୍ଭ କରିଥାଏ। ଯଦିଓ ଏହାର ପ୍ରକୃତ କାରଣ ଜଣା ପଡ଼ିନାହିଁ, ତଥାପି ଏହି ଗଛ ହସୁଥିବାର ଲୋକେ କହିଥାନ୍ତି। ଏହାକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri