Posted inଜାତୀୟ

ଘରକୁ ଫେରୁଥିବା ପ୍ରବାସୀଙ୍କୁ ଦିଆଯାଉଛି ଗର୍ଭ ନିରୋଧକ

ପାଟନା,୨।୬: କରୋନା ଭାଇରସ ସଂକ୍ରମଣ ଯୋଗୁ ବାହାର ରାଜ୍ୟରେ ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଏହି କ୍ରମରେ ବିହାରକୁ ପ୍ରାୟ ୨୯ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଥିବା କୁହାଯାଉଛି। ଏମାନଙ୍କ ମଧ୍ୟରେ ଗର୍ଭଧାରଣକୁ ନେଇ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଗର୍ଭ ନିରୋଧକ ବଣ୍ଟନ କରାଯାଉଛି। ବିଶେଷ କରି ଯେଉଁମାନେ କ୍ୱାରାଣ୍ଟାଇନ ସେଣ୍ଟରରେ ୧୪ ଦିନର ଅବଧି ସାରି ଘରକୁ ଫେରୁଛନ୍ତି ସେମାନଙ୍କୁ ଏହା ପ୍ରଦାନ କରାଯାଉଛି। ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୁଚନା ଅନୁଯାୟୀ, ଏବେ ପ୍ରାୟ ୮.୭୭ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ୧୪ ଦିନିଆ କ୍ୱାରାଣ୍ଟାଇନ ଅବଧି ସାରି ଘରକୁ ଫେରିଲେଣି। ଏମାନଙ୍କ ମଧ୍ୟରେ ଏବେ ଅବାଂଚ୍ଛିତ ଗର୍ଭଧାରଣର ସମ୍ଭାବନା ଥିବାରୁ ଏମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ସହ ଗର୍ଭ ନିରୋଧକ ପ୍ରଦାନ କରାଯାଉଛି ବୋଲି ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ପରିବାର ନିୟୋଜନ କାର୍ଯ୍ୟ ଯେଉଁ ଅଧିକାରୀଙ୍କୁ ଦିଆଯାଇଛି ସେମାନେ ଏହି ପ୍ରବାସୀଙ୍କୁ ଗର୍ଭ ନିରୋଧକ ବାଣ୍ଟୁଥିବା ଜଣାପଡିଛି। କ୍ୱାରାଣ୍ଟାଇନ ସେଣ୍ଟର ବନ୍ଦ ହେବା ପର୍ଯ୍ୟନ୍ତ ଏପରି କରାଯିବ ବୋଲି ସେ କହିଛନ୍ତି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଜୁନ୍‌ ୧୫ ସୁଦ୍ଧା ରାଜ୍ୟର ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟରକୁ ବନ୍ଦ କରି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଚେତାବାନୀ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/କଟକ,୫।୫: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂଗଠିତ ଅପରାଧ ସହ ଜଡିତ ଲୋକଙ୍କୁ କାନାଡା...

ରାହୁଲଙ୍କୁ ପାକିସ୍ତାନ ନେତା ପ୍ରଶଂସା କରିବା ଚିନ୍ତାଜନକ, କଂଗ୍ରେସରୁ ସ୍ପଷ୍ଟିକରଣ ମାଗିଲେ ରାଜନାଥ

ନୂଆଦିଲ୍ଲୀଳ,୫।୫: ଯେତେବେଳେ ଜଣେ ପାକିସ୍ତାନୀ ନେତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ ସେତେବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଶ୍ନ ଉଠାଇଥିଲେ।...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ

ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ...

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri