ଆତ୍ମନିର୍ଭର ଭାରତ ପାଇଁ ୫-ଆଇ ଯୋଜନା, ଲୋକେ ପାଦେ ଆଗେଇଲେ ସରକାର ଆଗେଇବେ ୪ ପାଦ: ମୋଦି

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଖୁବ୍‌ ଶୀଘ୍ର ଏଥିରେ ସୁଧାର ଆସିବ। ଦେଶପୁଣି ବିକାଶ ପଥରେ ଅଗ୍ରସର ହେବ। ଆତ୍ମନିର୍ଭର ଭାରତ ପାଇଁ ସରକାରଙ୍କ ପକ୍ଷରୁ ୫-ଆଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଇଛାଶକ୍ତି, ଅନ୍ତର୍ଭୁକ୍ତିକରଣ, ନିବେଶ, ଭିତ୍ତିଭୂମି ଏବଂ ନବୀକରଣକୁ ସ୍ଥାନ ଦିଆଯାଇଛି। ଭାରତୀୟ ଶିଳ୍ପସଂଘର ବାର୍ଷିକ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଦେଶର ସ୍ବାଧୀନତା ପରେ କୃଷକଙ୍କ ହିତ ପାଇଁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। କିନ୍ତୁ ଏବେ ସରକାର ପ୍ରଚଳିତ ଆଇନରେ ଐତିହାସିକ ପରିବର୍ତ୍ତନ କରିଛନ୍ତି। କୃଷକ ଯେ କୌଣସି ସ୍ଥାନରେ ନିଜର ଅମଳ ଫସଲ ବିକ୍ରି କରିପାରିବେ। ସେହିପରି ସାମ୍ପ୍ରତିକ କରୋନା ମହାମାରୀ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୭୪ କୋଟି ଭାରତୀୟଙ୍କୁ ରାଶନ ଯୋଗାଇ ଦିଆଯାଇଛି। ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି। ଇତିମଧ୍ୟରେ ୫୩ ହଜାର କୋଟି ଟଙ୍କା ଗରିବ ପରିବାରର ସଞ୍ଚୟ ଖାତାକୁ ଯାଇଛି। ବତ୍ତର୍ମାନର ସ୍ଥିତିରେ ସେ ଦେଶବାସୀଙ୍କ ସହିତ ରହିଥିବା  ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକେ ବିକାଶ ରାସ୍ତାରେ ପାଦେ ଆଗେଇଲେ ସରକାର ୪ ପାଦ ଆଗେଇବେ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri