କରୋନା ସଂକ୍ରମଣ: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨।୬: ଭାରତ ବିଶ୍ୱର ସର୍ବାଧିକ କରୋନା ରୋଗୀଥିବା ଦେଶ ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି। ଫ୍ରାନ୍ସ, ଜର୍ମାନୀ ଭଳି ଦେଶକୁ ପଛକୁ ଠେଲି ଭାରତ ଉପରକୁ ଉଠିଛି। ଏବେ ଭାରତରେ ୧ ଲକ୍ଷ ୯୩ ହଜାର ୪୭୩ ସଂକ୍ରମିତ ବ୍ୟକ୍ତି ଥିବାବେଳେ ୫,୪୩୭ ଲୋକଙ୍କ ଜୀବନ ଗଲାଣି। ପରିସ୍ଥିତି ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରବାସୀଙ୍କ ଆଗମନ ପରିସ୍ଥିତିକୁ ବିଗାଡ଼ିଦେଇଛି। ତାଲିକାର ବହୁ ପଛରେ ଥିବା ଭାରତ ଗୋଟିଏ ପରେ ଗୋଟିଏ ଦେଶକୁ ପଛକୁ ଠେଲି ଅଗ୍ରସର ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୮୨୫ ନୂଆ ମାମଲା ସାମ୍ନକୁ ଆସିଥିବା ବେଳେ ୩୦ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ଆମେରିକା, ବ୍ରାଜିଲ, ରୁଷିଆ, ସ୍ପେନ୍‌, ବ୍ରିଟେନ, ଇଟାଲୀ ପଛକୁ ଏବେ ଭାରତ ରହିଛି। ଏଭଳି ସଂକ୍ରମଣ ଲାଗିରହିଲେ କିଛିଦିନ ମଧ୍ୟରେ ଭାରତ ସଂକ୍ରମଣ ତାଲିକାର ଶୀର୍ଷରେ ପହଞ୍ଚିବା କିଛି ଅସମ୍ଭବ ନୁହେଁ।
ମହାରାଷ୍ଟ୍ରରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ଏବେ ଏଠାରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୬୭, ୬୫୫ରେ ପହଞ୍ଚିଛି। ତାମିଲନାଡ଼ୁରେ ସଂକ୍ରମିତଙ୍କ ସଂଖ୍ୟା ୨୪,୫୦୦ରେ ପହଞ୍ଚିଛି। ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୨,୨୮୬ ଓ ୧୮୭ ଲୋକଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀ ଓ ଗୁଜରାଟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରେ ପ୍ରାୟ ୨୦ ହଜାର ସଂକ୍ରମିତ ହୋଇଥିବା ବେଳେ ଗୁଜରାଟରେ ଏହି ସଂଖ୍ୟା ବଢ଼ି ୧୬,୭୯୪ରେ ପହଞ୍ଚିଛି। ଦିଲ୍ଲୀରେ ୪୭୩ ଓ ଗୁଜରାଟରେ ୧,୦୩୮ ଜଣ ପ୍ରାଣ ହରାଇଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ ସ୍ଥିତି ସଙ୍କଟାପନ୍ନ ରହିଛି। ଏହି ରାଜ୍ୟଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୮,୯୮୦; ୮,୦୮୯; ୮,୦୭୫; ୫,୭୭୨କୁ ବୃଦ୍ଧିପାଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜସ୍ଥାନରେ ୧୯୮, ମଧ୍ୟପ୍ରଦେଶରେ ୩୫୦, ଉତ୍ତରପ୍ରଦେଶରେ ୨୧୭, ପଶ୍ଚିମବଙ୍ଗରେ ୩୨୫, ତେଲଙ୍ଗାନାରେ ୮୨, ପଞ୍ଜାବରେ ୪୫, ଆନ୍ଧ୍ରପ୍ରଦେଶରେ ୬୪, କର୍ନାଟକରେ ୫୨, ଜମ୍ମୁ-କଶ୍ମୀରରେ ୩୧ ବ୍ୟକ୍ତି ଅଛନ୍ତି।
ବର୍ତ୍ତମାନ ସୁଦ୍ଧା ଯଦିଓ ଭାରତରେ ୯୩ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ସଂକ୍ରମଣର କ୍ରମବର୍ଦ୍ଧିଷ୍ଣୁ ସ୍ଥିତି ସମସ୍ତଙ୍କୁ ଆତଙ୍କିତ କରିପକାଇଛି। ଏବେ ବି ଭାରତରେ ୯୪ ହଜାରରୁ ଊର୍ଦ୍ଧ୍ୱ ଆକ୍ଟିଭ୍‌ ମାମଲା ରହିଛି। ପ୍ରତିଦିନ ସହସ୍ରାଧିକ ନୂଆ ମାମଲା ଦେଖାଦେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନା ରୋଗର ସଫଳ ଚିକିତ୍ସା ଲାଗି କୌଣସି ଔଷଧ ବାହାରି ନ ଥିବାବେଳେ ରୋଗୀସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରକାଶଥାଉକି, ବିଶ୍ୱର ସର୍ବାଧିକ କରୋନା ରୋଗୀ ଏବେ ଆମେରିକାରେ ରହିଥିବା ବେଳେ ଏଠାରେ ମୃତ୍ୟୁସଂଖ୍ୟା ୧.୦୬ ଲକ୍ଷରୁ ଅଧିକ ରହିଛି। ମୋଟ ୧୮.୩୯ ଲକ୍ଷରୁ ଅଧିକ ରୋଗୀ ଏଠାରେ ଅଛନ୍ତି। ଏହା ପଛକୁ ବ୍ରାଜିଲରେ ୫୧.୪ ଲକ୍ଷ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୨୯,୩୪୧କୁ ବୃଦ୍ଧିପାଇଛି। ରୁଷିଆରେ ମୃତ୍ୟୁସଂଖ୍ୟା ୪,୮୫୫ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଛି। ସ୍ପେନ୍‌, ବ୍ରିଟେନ ଓ ଇଟାଲୀରେ ଯଥାକ୍ରମେ ୨.୮୬ ଲକ୍ଷ, ୨.୭୪ ଲକ୍ଷ ଓ ୨.୩୨ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୨୭,୧୨୭; ୩୮,୪୮୯ ଓ ୩୩,୪୧୫କୁ ବୃଦ୍ଧିପାଇଛି। ଏହି ଦେଶଗୁଡ଼ିକ ପଛକୁ ଭାରତ ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାର ସପ୍ତମ ଦେଶ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri