ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍‌ଆଇଙ୍କ ସ୍ତ୍ରୀ

ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ ଭୁବନେଶ୍ୱରରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ ଏଏସ୍‌ଆଇ ଓ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ବାଣିଗୋଚ୍ଛା ଥାନା ଅଧିକାରୀ ନିସ୍ତୁକ ପିଟିବା ଏବଂ ଏଏସ୍‌ଆଇଙ୍କୁ କୋର୍ଟଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି। ଏଏସ୍‌ଆଇ ଜଣକ ଦେଢ଼ମାସ ଧରି ଜେଲରେ ରହି ବେଲ୍‌ରେ ଆସିବା ପରେ ସୋମବାର ତାଙ୍କ ସ୍ତ୍ରୀ ନ୍ୟାୟ ପାଇଁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ନେଫାରୀ ଗ୍ରାମର ବୀରେନ୍‌ ମାଝି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ମୈତ୍ରୀବିହାର ଫାଣ୍ଡି ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି। ଏପ୍ରିଲ ୭ରେ ତାଙ୍କ ଭାଉଜଙ୍କର ହଠାତ୍‌ ମୃତ୍ୟୁ ହୋଇଥିଲା। ତେଣୁ କମିଶନରେଟ ପୋଲିସର ସମସ୍ତ ଅନୁମତି ସହ ପାସ୍‌ ନେଇ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକଙ୍କ ସହ କାର (ଓଡ଼ି୨୫ଇ୦୮୧୮)ରେ ବାଣିଗୋଚ୍ଛା ଯାଉଥିଲେ। ନୟାଗଡ ତୁମୁଡ଼ିବିଡା ରାସ୍ତାରେ ଯାଞ୍ଚ କରୁଥିବା ବାଣିଗୋଚ୍ଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ସେଠାରେ ଦଶପଲ୍ଲା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ। ବୀରେନ ନିଜର ପରିଚୟ ଦେବା ସହ କମିଶନରେଟ ପୋଲିସର ପାସ୍‌ ଦେଖାଇଥିଲେ। ହେଲେ ଥାନା ଅଧିକାରୀ ତାଙ୍କୁ ଗାଡ଼ି ପଛକୁ ନେଇ ଓହ୍ଲାଇବାକୁ କହିଲେ। ସେ ଗାଡିରୁ ନ ଓହ୍ଲାଇବାରୁ ଥାନାଧିକାରୀ ତାଙ୍କ ଗାଡ଼ିର ଷ୍ଟିଅରିଂ ମୋଡି ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏହି ସମୟରେ ଗାଡ଼ି ନିକଟରେ ଠିଆ ହୋଇଥିବା ତହସିଲଦାର ତଳେ ପଡ଼ିଯାଇଥିଲେ। ଥାନା ଅଧିକାରୀ ଏଏସ୍‌ଆଇ ବୀରେନ୍‌ଙ୍କୁ ଗାଳିଗୁଲଜ କରିବା ସହ ଧରିଥିବା ଲାଠିରେ ପିଟିଥିଲେ। ଏହାପରେ ପୋଲିସ ଗାଡିରେ ବସାଇ ତାଙ୍କୁ ଥାନାକୁ ନେଇ ଖାକି ପୋଷାକ ଖୋଲି ନିସ୍ତୁକ ପିଟିଥିଲେ। ତାଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଥାନାଧିକାରୀ ଜଣକ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଲାଠି ମାଡ଼ରେ ଏଏସ୍‌ଆଇ ଆହତ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଜଙ୍ଘ, ପିଠି, ହାତ ଫାଟି ଯାଇଥିଲା। ସେ ଦୁଇଦିନ ମେଡିକାଲରେ ଚିକିତ୍ସିତ ହୋଇଥିଲେ ବୋଲି ଗୀତାଞ୍ଜଳି କହିଛନ୍ତି। ପୂର୍ବରୁ ଘଟଣା ନେଇ ନୟାଗଡ଼ ଏସ୍‌ପି ଓ ଓପିଏ ସଂଘକୁ ଭେଟି ଜଣାଇଥିଲେ ମଧ୍ୟ କେହି ନ୍ୟାୟ ଦେଇନାହାନ୍ତି। ତାଙ୍କୁ କମିଶନ ନ୍ୟାୟ ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏନେଇ ନୟାଗଡ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କହିଛନ୍ତି, ମୁଁ ତଦନ୍ତ କରି ଏସ୍‌ପିଙ୍କୁ ରିପୋର୍ଟ ଦେଇଛି। ଏସ୍‌ପି ଯାହା କାର୍ଯ୍ୟାନୁଷ୍ଠାନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri