ତାଲା ଖୋଲିଦେଲା ଅନ୍‌ଲକ୍‌ ୧

ନୂଆଦିଲ୍ଲୀ,୩୧ା୫(ପି.ଟି.): ସାରା ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ରବିବାର ଶେଷ ହେଉଥିବାବେଳେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ କେବଳ ନିଷିଦ୍ଧାଞ୍ଚଳରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର ଶନିବାର ଘୋଷଣା କରିଛନ୍ତି। ଏହି ଜୋନ୍‌ ବାହାରେ ସମସ୍ତ ଅର୍ଥନୈତିକ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ବୋଲି କୁହାଯାଇଛି। ସେହିପରି ରାତ୍ରକାଳୀନ କର୍ଫ୍ୟୁର ସମୟସୀମାକୁ କମାଇ ଦିଆଯାଇଛି। ଜୁନ୍‌ ୧ରୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଏହା ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଲାଗୁ ହୋଇଥିଲା।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁବାର ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ସେମାନଙ୍କ ମତାମତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନକୁ ଆବଦ୍ଧାଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍‌ରେ ବଢ଼ାଇବା ସହ ଅନ୍ୟ ଅଞ୍ଚଳରୁ କଟକଣା ଉଠାଇଦେଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୮ରୁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ସେହିପରି ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଆତିଥେୟତା ସେବା, ଶପିଂ ମଲ୍‌ ଖୋଲିବାକୁ ଅନୁମତି ମିଳିଛି। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହ ପରାମର୍ଶ କରି ଉପରୋକ୍ତ କାର୍ଯ୍ୟ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର୍‌ (ଏସ୍‌ଓପି) ଜାରି କରିବ। କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବ। ସେଥିପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ଅଭିଭାବକ ଓ ଅନ୍ୟ ପକ୍ଷମାନଙ୍କ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି। ସବୁ ପକ୍ଷଙ୍କ ପରାମର୍ଶକ୍ରମେ ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ନିଷ୍ପତ୍ତି ନିଆଯିବ।
ଜୁନ୍‌ ୧ରୁ ଅଳ୍ପ କେତେକ କାର୍ଯ୍ୟ ଉପରେ କଟକଣା ବଳବତ୍ତର ରହିବ। ସେଗୁଡ଼ିକ ହେଲା ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ରେଳ ସେବା, ସିନେମା ହଲ୍‌, ଜିମ୍ନାସିୟମ, ସୁଇମିଂ ପୁଲ୍‌, ପ୍ରମୋଦ ଉଦ୍ୟାନ, ଥିଏଟର, ବାର୍‌। ଏଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। ସେହିପରି ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ ତଥା ଧର୍ମୀୟ ଉତ୍ସବାନୁଷ୍ଠାନ ତଥା ଅନ୍ୟାନ୍ୟ ଜନସମାବେଶ ବନ୍ଦ ରଖିବାକୁ କୁହାଯାଇଛି। ସ୍ଥିତିକୁ ଦେଖି ତୃତୀୟ ପର୍ଯ୍ୟାୟରେ ସେଗୁଡ଼ିକ ଖୋଲିବା ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍‌ଲାଇନକୁ ବିଚାରକୁ ନେଇ ଆବଦ୍ଧାଞ୍ଚଳ ଜୋନ୍‌ ଚିହ୍ନଟ କରାଯିବ। ଉକ୍ତ ଜୋନ୍‌ରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ।
ଜୁନ୍‌ ୧ରୁ ଆନ୍ତଃରାଜ୍ୟ ତଥା ରାଜ୍ୟ ଭିତରେ ଯାତାୟାତ ଓ ମାଲ୍‌ ପରିବହନରେ କୌଣସି କଟକଣା ରହିବ ନାହିଁ। ଏଭଳି ଗାଡ଼ି ଚଳାଚଳ ଲାଗି ସ୍ବତନ୍ତ୍ର ଅନୁମତି କିମ୍ବା ଇ- ପର୍‌ମିଟ୍‌ ଆବଶ୍ୟକ ପଡ଼ିବ ନାହିଁ। ରାତ୍ରକାଳୀନ କର୍ଫ୍ୟୁ କେବଳ ଅଣଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଲାଗୁ ହେବ।
ଅନ୍‌ଲକ୍‌ ୧.୦ କ’ଣ କେବେ ଖୋଲିବ
ପ୍ରଥମ ପର୍ଯ୍ୟାୟ: ଧାର୍ମିକ ସ୍ଥଳ ଓ ଉପାସନା ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟ ଆତିଥେୟତା ସେବା, ଶପିଂ ମଲ୍‌ ଜୁନ୍‌ ୮ରୁ ଖୋଲିବ।
ଦ୍ୱିତୀୟ ପର୍ଯ୍ୟାୟ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ବିଚାର ବିମର୍ଶ କରାଯାଇ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବ। ଅଭିଭାବକଙ୍କ ସମେତ ସବୁ ଅଂଶୀଦାରଙ୍କ ମତାମତ ନିଆଯାଇ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜୁଲାଇରେ ନିଆଯିବ।
ତୃତୀୟ ପର୍ଯ୍ୟାୟ: କୋଭିଡ୍‌-୧୯ ସ୍ଥିତିକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ସେବା, ସିନେମା ହଲ୍‌, ଜିମ୍‌ନାସିୟମ, ସୁଇମିଂ ପୁଲ୍‌, ପ୍ରମୋଦ ଉଦ୍ୟାନ ଆଦି ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସେହିପରି ସ୍ଥିତି ଅନୁଧ୍ୟାନ କରି ସାମାଜିକ/ରାଜନୈତିକ/ସାଂସ୍କୃତିକ/ଧାର୍ମିକ ଉତ୍ସବ ଓ ସମାବେଶ ପାଇଁ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri