ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ା ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ ସେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଛି ା ଏଥିଯୋଗୁ ସେ ଆର୍ଥିକ ସଙ୍କଟ ଭିତରେ ଗତି କରୁଛନ୍ତି ା ଘରକୁ ଟଙ୍କାଟିଏ ପଠାଇବା ତାଙ୍କ ପାଇଁ କାଠିକରପାଠ ହୋଇଛି ା ଏଣେ ନିଜେ ବି ଘରକୁ ଫେରିପାରୁ ନାହାନ୍ତି ା ଏ ପରିସ୍ଥିତିରେ ସ୍ତ୍ରୀ କସ୍ତୁରୀଙ୍କ ଉପରେ ପରିବାର ବୋଝ ପଡିଛି ା ୫ ପ୍ରାଣୀଙ୍କ ପାଇଁ ୩ ଓଳି ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନି ା ସେଥିପାଇଁ ଭୋକିଲା ପେଟରେ ସମସ୍ତଙ୍କୁ ରହିବାକୁ ପଡୁଛି ବୋଲି ସେ କହିଛନ୍ତି ା
କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ଗ୍ରାମର ମୋହନ ମେହେର (୩୨)ା ତାଙ୍କ ପରିବାର କହିଲେ ସ୍ତ୍ରୀ କସ୍ତୁରୀ(୨୭), ୨ ପୁଅ ବିବେକ (୧୦), ଚନ୍ଦନ (୪), ୨ ଝିଅ ଲକ୍ଷ୍ମୀ ( ୭), ହିତ୍ରିକା (୩) । ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ପରିବାର ପାଇଁ ରାଶନକାର୍ଡ ଖଣ୍ଡେ ମିଳିଛି ା ସେହି କାର୍ଡରେ ପ୍ରତିମାସରେ ୧୦ କେଜି ଚାଉଳ ମିଳେ ା ହେଲେ ସେହି ଚାଉଳ ୬ ପ୍ରାଣୀଙ୍କ ଆବଶ୍ୟକତା ପୂରଣ କରି ପାରେନାହିଁ ା ରାଶନ କାର୍ଡରେ ଏହି ଦମ୍ପତିଙ୍କ ବ୍ୟତୀତ ୪ ପୁଅ ଝିଅଙ୍କ ନାମ ନ ଥିବାରୁ ସେମାନଙ୍କ ଚାଉଳ ମିଳେନାହିଁ ବୋଲି କସ୍ତୁରୀ କହିଛନ୍ତି। ସେମାନଙ୍କ ନାମ ରାଶନ କାର୍ଡରେ ସଂଯୋଗ କରିବାପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷେ ସାନ ଝିଅ ହ୍ରିତିକା ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ା ହେଲେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନି ା ଏହି ପରିପ୍ରେକ୍ଷୀରେ ପରିବାର ପ୍ରତିପୋଷଣ ପାଇଁ ମୋହନ ଗତ ୬ ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବା ପାଇଁ ଯାଇଥିଲେ ା କିଛିମାସ ଘରକୁ ଟଙ୍କା ପଠାଇଥିଲେ ା ଏବେ ସେ ଲକ୍‌ଡାଉନ୍‌ ଯୋଗୁ ହାତବାନ୍ଧି ବସିଛନ୍ତି ବୋଲି କସ୍ତୁରୀ କହିଛନ୍ତି ା ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଭିନ୍ନକ୍ଷମ ଝିଅ ପାଇଁ ଭତ୍ତା ଓ ୪ ଜଣଙ୍କ ନାମ ରାଶନ କାର୍ଡରେ ସଂଯୋଗ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri