ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି। ସବୁ ଫର୍ମାଟ ପାଇଁ ଫିଟ୍‌ନେସ ହାସଲ କରିବାକୁ ହେଲେ ବୋଲରମାନଙ୍କୁ ଅତିକମ୍‌ରେ ୮ ସପ୍ତାହ ଆବଶ୍ୟକ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଆଇସିସି ବୋଲରମାନଙ୍କ ପାଇଁ ପ୍ରସ୍ତୁତି ସମୟ ଧାର୍ଯ୍ୟ କରିଛି। ଟେଷ୍ଟ କ୍ରିକେଟକୁ ଫେରିବାକୁ ହେଲେ ବୋଲରମାନଙ୍କ ପାଇଁ ୧୨ ସପ୍ତାହ, ଦିନିକିଆ ପାଇଁ ୬ ସପ୍ତାହ ଓ ଟି୨୦ ପାଇଁ ୫ ସପ୍ତାହ ସମୟ ଧାର୍ଯ୍ୟ କରାଯାଇଛି।
ଲକ୍‌ଡାଉନ୍‌ ପରେ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ସମାନ ପ୍ରକାର ପରିସ୍ଥିତ ସୃଷ୍ଟି ହେବ ଓ ଲୟକୁ ଫେରିବାକୁ ଉଭୟ ସଂଘର୍ଷ କରିବେ। ଫର୍ମ ଫେରିପାଇବାକୁ ବୋଲରଙ୍କୁ ଟିକିଏ ଅଧିକ ସମୟ ଲାଗିବ। ପୂରା ପେସ୍‌ ହାସଲ କରିବାକୁ ହେଲେ ବୋଲରଙ୍କୁ ସାଧାରଣତଃ ୬ରୁ ୭ ମାସ ସମୟ ଲାଗିବ ବୋଲି ଲି ଷ୍ଟାର ସ୍ପୋଟର୍‌ସ ଶୋ ‘କ୍ରିକେଟ କନେକ୍ଟେଡ’ରେ କହିଛନ୍ତି। ପୂରା ପେସ୍‌ରେ ବୋଲିଂ କରିବାକୁ ଓ ମ୍ୟାଚ୍‌ ଫିଟ୍‌ନେସ ହାସଲ କରିବାକୁ ହେଲେ ଦିନିକିଆ ଓ ଟେଷ୍ଟ କ୍ରିକେଟ ପାଇଁ ୮ ସପ୍ତାହ ଲାଗିବ।
ମେ ୨୧ ତାରିଖରେ ଇଂଲଣ୍ଡର ଦୁଇ ଦ୍ରୁତ ବୋଲର କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ ପ୍ରଥମ କ୍ରିକେଟର ଭାବେ କରୋନା ଭାଇରସ୍‌ ସଂକ୍ରମଣ ପରେ ବ୍ୟକ୍ତିଗତ ଟ୍ରେନିଂକୁ ଫେରିଛନ୍ତି। ସେହିପରି ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ପ୍ରଥମ ବିସିସିଆଇ ଚୁକ୍ତିବଦ୍ଧ ଖେଳାଳିଭାବେ ଗତ ଶନିବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri