ଆଇସିସି ବୋର୍ଡ ବୈଠକ: ଅକ୍ଟୋବରରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୨୭।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ଗୁରୁବାର ବସିବ। ଟେଲି କନଫରେନ୍ସ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ୨୦୨୨କୁ ଘୁଞ୍ଚାଇବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ଯଦି ଏହାହୁଏ ତାହାଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଅକ୍ଟୋବର ଓ୍ବିଣ୍ଡୋ ଖୋଲିବ। ଏ ସଂକ୍ରାନ୍ତରେ ବୈଠକରେ ଔପଚାରିକ ଘୋଷଣା କରାଯିବ ଆଶା ବୋଲି କରାଯାଉଛି। ସାରା ବିଶ୍ୱରେ କୋଭିଡ-୧୯ ମହାମାରୀର ଆତଙ୍କ ଚାଲୁ ରହିଥିବା ବେଳେ ଆଇସିସି ଏହି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଗଲେ ବୋର୍ଡର ସଦସ୍ୟମାନେ ଆଗାମୀ ମାସଗୁଡିକରେ ସେମାନଙ୍କ ଦ୍ୱିପାକ୍ଷିକ ସିରିଜ ନେଇ ନୂଆ ରୂପରେଖ ପ୍ରସ୍ତୁତି କରିବେ।
ଏହି ବୈଠକରେ ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଇବା ନେଇ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏ ନେଇ ଔପଚାରିକ ଘୋଷଣା ହେବ କି ନା ସେ ନେଇ ଦ୍ୱନ୍ଦ୍ୱ ରହିଛି ବୋଲି ଆଇସିସିର ଜଣେ ବୋର୍ଡ ମେମ୍ବର କହିଛନ୍ତି। ଏବେକାର ପରିସ୍ଥିତିରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା ଅସମ୍ଭବ ମନେ ହେଉଛି। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଓ ବିଶ୍ୱର ଅନ୍ୟ ଆଗଧାଡିର ବୋର୍ଡଗୁଡିକ ମଧ୍ୟ ଦ୍ୱିଧା ବୋଧ କରିବେ ନାହିଁ ବୋଲି ସେ କହିଛନ୍ତି।
ବୈଠକରେ କ୍ରିସ୍‌ ଟେଟଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ଇଭେଣ୍ଟ କିମିଟି ବିକଳ୍ପ ନେଇ କେତୋଟି ପ୍ରସ୍ତାବ ଦେବ। ଟି୨୦ ବିଶ୍ୱକପ୍‌କୁ ୨୦୨୨କୁ ଘୁଞ୍ଚାଯିବ ଓ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ। ପୁଣି ଭାରତ ଚଳିତବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ମହାମାରୀ କାରଣରୁ ସାରା ବିଶ୍ୱରେ କ୍ରିକେଟ ଠପ୍‌ ହେବା ହେତୁ ସବୁ ବୋର୍ଡ ଆର୍ଥିକ କ୍ଷତି ସହିଛନ୍ତି। ଫଳରେ ଏଥିରୁ ମୁକୁଳିବା ପାଇଁ ସବୁ ଦ୍ୱିପାକ୍ଷିକ ସିରିଜ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି। ବିଭିନ୍ନ ଦେଶ ସହ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋଟର୍‌ସ ନେଇ ମଧ୍ୟ ଆଲୋଚନା ହେବ। ଷ୍ଟାର ସ୍ପୋଟର୍‌ସ ଆଇସିସି ଇଭେଣ୍ଟ ସହିତ ଆଇପିଏଲ୍‌ ପ୍ରସାରଣ ଅଧିକାର ମଧ୍ୟ ହାସଲ କରିଛି।
୨୦୨୧ରେ ଟି୨୦ ବିଶ୍ୱକପ୍‌, ଏହାପୂର୍ବରୁ ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଓ୍ବିଣ୍ଡୋ, ପୁଣି ମାର୍ଚ୍ଚ-ଏପ୍ରିଲରେ ଆଉଏକ ଆଇପିଏଲ ଆୟୋଜନର ବାସ୍ତବିକତା ଓ ବ୍ୟବସାୟିକ ବ୍ୟବହାରକାରିତା ନେଇ ପ୍ରଶ୍ନ ମଧ୍ୟ ଉଠିଛି। ଭାରତରେ କରୋନା ମହାମାରୀର ସ୍ଥିତି ନେଇ ସବୁକିଛି ନିର୍ଭର କରୁଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସମ୍ମୁଖରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ଆଇପିଏଲର ବିଦେଶୀ ଖେଳାଳିଙ୍କୁ ୧୪ ଦିନର କ୍ୱାରାଣ୍ଟାଇନ୍‌ରେ ରଖାଯିବ।
ଭାରତରେ ଆୟୋଜନ ହେବାକୁ ଥିବା ୨୦୨୧ ଟି୨୦ ବିଶ୍ୱକପ୍‌ର ଟ୍ୟାକ୍ସ ଛାଡ ନେଇ ମଧ୍ୟ ଆଲୋଚନା ହେବ। ଆଇସିସିର ନୂଆ ଅଧ୍ୟକ୍ଷ ଚୟନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଧ୍ୟକ୍ଷ କଲିନ ଗ୍ରେଭ୍ସ ଏହି ପଦ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ସେହିପରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏହି ପଦ ଦୌଡ଼ରେ ସାମିଲ ହେବା ସମ୍ଭାବନା ରହିଛି। କିନ୍ତୁ ଏ ନେଇ ବିସିସିଆଇ ତରଫରୁ ଏ ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ତେବେ ଆଇସିସି ଅଧ୍ୟକ୍ଷ ପାଇଁ ଗାଙ୍ଗୁଲିଙ୍କ ନିକଟରେ ଦକ୍ଷତା ରହିଛି ବୋଲି ବୋର୍ଡ କୋଷାଧ୍ୟକ୍ଷ ଅରୁଣ ଧୁମାଲ କିଛି ଦିନ ତଳେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍‌ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…

ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା...

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫...

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ...

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri