Posted inରାଜ୍ୟ

କରୋନାକୁ ନେଇ ଆରମ୍ଭ ହେଲାଣି ବୟାନବାଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ କିଛିଦିନ ହେବ ଓଡ଼ିଶାରେ ରାଜନୈତିକ ବୟାନବାଜି ଜୋର ଧରିବାକୁ ଯାଉଥିବା ଦେଖିବାକୁ ମିଳିଛି। କରୋନା ଏବେ ରାଜନୈତିକ ଲଢ଼େଇର ମୁଖ୍ୟ ଅସ୍ତ୍ର ପାଲଟିବାରେ ଲାଗିଛି। ଏହାର ମୁକାବିଲା ଲାଗି କେନ୍ଦ୍ର ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର କେବଳ ପରିଚାଳନା କରୁଛନ୍ତି ବୋଲି ଭାଜପା କହିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ ପାଳି ପ୍ରଥମ ବର୍ଷ ପୂରଣ ହୋଇଥିବା ବେଳେ ଏହି ସମୟ ମଧ୍ୟରେ କେନ୍ଦ୍ର କ’ଣ କରିଛି ସେନେଇ ଭାଜପା ପକ୍ଷରୁ ଭର୍ଚୁଆଲ ରାଲି କରାଯିବ ବୋଲି ଭାଜପା ନେତା ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଆସନ୍ତା ୨୮ ତାରିଖରେ କଂଗ୍ରେସ ଅନ୍‌ଲାଇନ୍‌ରେ ପ୍ରଚାର କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଭାଜପା ନେତା ପୃଥ୍ବିରାଜ ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ବର୍ଷକର କାର୍ଯ୍ୟକ୍ରମକୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଲୋକମାନଙ୍କ ପାଖରେ ପହଞ୍ଚାଯିବ। ଭର୍ଚୁଆଲ ରାଲି ମାଧ୍ୟମରେ ଦେଶର ୧୦କୋଟି ଲୋକଙ୍କୁ ଉକ୍ତ ପ୍ରଚାର କାର୍ଯ୍ୟରେ ଯୋଡ଼ାଯିବ। ଭର୍ଚୁଆଲ ରାଲି, ମିଟିଂ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଯିବ। ରାଜ୍ୟର ବିଭିନ୍ନ ବିପର୍ଯ୍ୟୟ ତଥା ଅସୁବିଧା ସମୟରେ ପ୍ରଧାନମନ୍ତ୍ରୀ ପାଖରେ ଠିଆ ହୋଇଛନ୍ତି। ବାତ୍ୟା ଏବଂ କରୋନା ସମୟରେ ପ୍ରଧାନମନ୍ତ୍ରୀ ତୁରନ୍ତ ସହଯୋଗର ହାତ ବଢ଼ାଇଛନ୍ତି ବୋଲି ପୃଥ୍ବିରାଜ କହିଛନ୍ତି। ସାଧାରଣ ଲୋକଙ୍କ ନିକଟରେ ସହାୟତା ରାଶି ଏବଂ ସାମଗ୍ରୀ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କେନ୍ଦ୍ର କରିଛି। ବାତ୍ୟା ସମୀକ୍ଷାର ୨୪ଘଣ୍ଟା ମଧ୍ୟରେ ୫୦୦କୋଟି ଘୋଷଣା କରିଛନ୍ତି। ୨୦ କୋଟି ଟଙ୍କାର ଯୋଜନା ମଧ୍ୟ ପ୍ରବାସୀ ଶ୍ରମିକଙ୍କ ନିକଟରେ ପହଞ୍ଚାଯିବ। ରାଜ୍ୟରେ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକ କେନ୍ଦ୍ର ଅର୍ଥରେ ଚାଲୁଥିବା ବେଳେ ରାଜ୍ୟ ସରକାର କେବଳ ପରିଚାଳନା କରୁଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଯେଉଁ ଗୁରୁତ୍ୱର ସହ ସହାୟତା କରାଯାଇଛି ତାହା ଡିଜିଟାଲ ପ୍ଲାଟ୍‌ଫର୍ମରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ସଂକ୍ରମଣ ରୋକିବା ଲାଗି ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହରିଚନ୍ଦନ କହିଛନ୍ତି।
ପିସିସି ସଭାପତି ନିରଞ୍ଜନ କହିଛନ୍ତି, ରାଜ୍ୟ ସରକାର କରୋନା ମୁକାବିଲା କରିବାରେ ବିଫଳ ହୋଇଛନ୍ତିି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ସାଧାରଣ ଲୋକ ଏବଂ ଶ୍ରମିକ କିପରି ହନ୍ତସନ୍ତ ହେଉଛନ୍ତି ତାହା ଲୋକଙ୍କୁ ଜଣାଯିବ। ସାମାଜିକ ଗଣମାଧ୍ୟମ ଜରିଆରେ ସବୁ ବିଷୟରେ କୁହାଯିବ। ଆସନ୍ତା ୨୮ ତାରିଖରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ୟାମ୍ପେନ କରାଯିବ। ସବୁ ତାଲା ଖୋଲି ସାରିଥିବା ବେଳେ ଗଣତନ୍ତ୍ରର ତାଲାକୁ ଲକ୍‌ଡାଉନ୍‌ କରି ରଖାଯାଇଛି। ରାଜ୍ୟରେ ପ୍ରବାସୀଙ୍କ ପାଇଁ ୭ଲକ୍ଷ ବେଡ୍‌ ରହିଥିବା ସରକାର କହୁଥିବା ବେଳେ ୩ ଲକ୍ଷ ଲୋକ ଆସିବା ପରେ ସରକାର ହାତ ଟେକି ଦେଇଥିବା ନିରଞ୍ଜନ କହିଛନ୍ତି। ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଯିଏ ଯାହା ପ୍ରଚାର କରିବା କଥା କରନ୍ତୁ। ବର୍ତ୍ତମାନ ପ୍ରଚାର ସମୟ ନୁହେଁ ବରଂ ମିଳିମିଶି କାମ କରିବା କଥା। ସଂଘୀୟ ବ୍ୟବସ୍ଥାରେ ଆମର-ତାଙ୍କର କହିବା ଦୁର୍ଭାଗ୍ୟଜନକ। ଦୁର୍ବିପାକ ଏବଂ ରୋଗକୁ ସରକାର ସଫଳତାର ସହ ମୁକାବିଲା କରୁଛନ୍ତି ବୋଲି ଦେବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri