ପ୍ରିୟଙ୍କାଙ୍କ ମନ ଆଉ ଘରେ ଲାଗୁନି

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। କିନ୍ତୁ ଘରେ ରହି ରହି ପ୍ରିୟଙ୍କା ବୋର୍‌ ହୋଇଗଲେଣି। ଘରେ ଆଉ ମନ ଲାଗୁନି। ତେଣୁ ଅଧିକ ସମୟ ସୋସିଆଲ ମିଡିଆରେ କଟାଉଛନ୍ତି। ପ୍ରଶଂସକଙ୍କ ସହ ଜଡ଼ିତ ରହିବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର କରୁଛନ୍ତି। ଏବେ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ପ୍ରିୟଙ୍କାଙ୍କ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି। ଏକ ଫଟୋରେ ପ୍ରିୟଙ୍କା ଡଷ୍ଟି ରୋଜ୍‌ କଲରର ମନୋକୋନି ପିନ୍ଧିଛନ୍ତି। ଚିକ୍‌ କ୍ୟାଟ-ଆଇ ଚଷମା ପିନ୍ଧିଛନ୍ତି। ଯାହା ତାଙ୍କ ଚେହେରାକୁ ଭିନ୍ନ ଲୁକ୍‌ ଦେଇଛି।

ଆଉ ଏକ ଫଟୋରେ ପ୍ରିୟଙ୍କାଙ୍କ ଉପରେ ସୂର୍ଯ୍ୟକିରଣ ପଡ଼ିଥିବା ଦେଖିବାକୁ ମିଳିଛି। ସେ ମୁହଁକୁ ଡ୍ରେସ୍‌ରେ ଘୋଡ଼ାଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ସେ କ୍ୟାପ୍‌ଶନ ଲେଖିଛନ୍ତି, ଆଶା ବନାମ ବାସ୍ତବତା। ପ୍ରଶଂସକମାନେ ପ୍ରିୟଙ୍କା ଫଟୋଗୁଡ଼ିକୁ ଅଧିକ ମାତ୍ରାରେ ଲାଇକ୍‌ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ପ୍ରିୟଙ୍କା ବର୍ତ୍ତମାନ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ପରିବାର ସହ ଆମେରିକାରେ ରହୁଛନ୍ତି। ଯଦିଓ ଆମେରିକାରେ କରୋନା ସ୍ଥିତି ଖୁବ୍‌ ଜଟିଳ। ତଥାପି ପ୍ରିୟଙ୍କା ବହୁ ସଚେତନ ଅଛନ୍ତି। ନିଜର ଖୁବ୍‌ ଯତ୍ନ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri