ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଆସିଲା ୧୦୮ ବୋଟ୍‌ ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଭୁକ୍ତ ୫ଟି ପଞ୍ଚାୟତ ପଣସପୁଟ, ଅଣ୍ଡିରାପାଲି, ଯୋଡ଼ାମ୍ବ, ଯନ୍ତ୍ରୀ ଓ ଗାଜୁଲୁମାମୁଡି ଅଞ୍ଚଳବାସୀ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ କାଟୁଛନ୍ତି। ଯଦିଓ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଗମନାଗମନ ପାଇଁ ଯୋଡ଼ାମ୍ବ ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି, ତେବେ ଏଯାବତ୍‌ ଏହି ରାସ୍ତା କାମ ଚାଲିଛି। ଏହା ସମ୍ପୂର୍ଣ୍ଣ ଯାତାୟାତ ଉପଯୋଗୀ ହୋଇନାହିଁ। ଏଥିପାଇଁ ବିଚ୍ଛିନ୍ନାଞ୍ଚଳର ଉପରୋକ୍ତ ୫ଟି ପଞ୍ଚାୟତର ଲୋକେ ଯାତାୟାତ ଲାଗି ଜଳପଥ ଉପରେ ନିର୍ଭର କରୁଛନ୍ତି। ବୋଟ, ଲଞ୍ଚ ଓ ଦେଶୀ ଡ଼ଙ୍ଗା ସେମାନଙ୍କ ସାହାରା ପାଲଟିଛି। ବିଚ୍ଛିନାଞ୍ଚଳବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ୧୦୮ ବୋଟ୍‌ ଆମ୍ବୁଲାସ ଯୋଗାଇ ଦେଇଛି। ଏହା ସ୍ପିଲଓ୍ବେ ଲଞ୍ଚ ଘାଟରେ ଗୁରୁବାର ଅପରାହ୍ନରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଗତ ୬ମାସ ହେଲା ସ୍ପିଲଓ୍ବେ ଲଞ୍ଚ ଘାଟରେ ଏକ ନୂଆ ୧୦୮ ବୋଟ ଆମ୍ବୁଲାନ୍ସ ଆସି ରହିଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଏଯାଏ ଏହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସେବାରେ ଲାଗିପାରିନି। ଏଥିପାଇଁ ନିଯୁକ୍ତ କର୍ମଚାରୀ ବସିବସି ଦରମା ନେଉଛନ୍ତି। ଏପରି ସ୍ଥଳେ ପୁଣି ଏକ ଆମ୍ବୁଲାନସ ବୋଟ୍‌ ଆସି ପହଞ୍ଚତ୍ଛି। ଏହା କିପରି କେତେଦୂର ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ବିଚ୍ଛିନ୍ନଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ...

ଆତ୍ମସମର୍ପଣ କଲେ ୯ ମାଓବାଦୀ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମାରାଜୁ ଜିଲା ଛତିଶଗଡ଼ର ୬ ଓ ସୁକ୍‌ମା ପୋଲିସ ନିକଟରେ ୩ ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ଧରିବା...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri