Posted inଜାତୀୟ

ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳ

ନୂଆଦିଲ୍ଲୀ,୨୦ା୫: ଭାରତ ସହ ନେପାଳର ସୀମା ବିବାଦ ଲାଗି ରହିଥିବା ବେଳେ ନେପାଳ କ୍ୟାବିନେଟ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିପୁଲେଖ, କାଲାପାଣି, ଲିମ୍ପିୟାଧୁରାକୁ ନେପାଳ ନିଜ ଅଞ୍ଚଳ ବୋଲି ଦର୍ଶାଇଛି। ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ସାଂସଦମାନେ ଏହି ତିନି ଅଞ୍ଚଳକୁ ନେପାଳରେ ସାମିଲ କରିବା ଲାଗି ଦାବିକରି ସଂସଦରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିଲେ। ପ୍ରକାଶଥାଉ କି, ଏହି ଅଞ୍ଚଳଗୁଡ଼ିକୁ ଉଭୟ ଭାରତ ଓ ନେପାଳ ନିଜର ବୋଲି ଦାବି କରିଆସୁଥିବା ବେଳେ ଏଗୁଡ଼ିକୁ ନେଇ ବିବାଦ ମୁଣ୍ଡ ଟେକିଛିି। ଭାରତ ପକ୍ଷରୁ ଏହି ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାର ଅଂଶବିଶେଷ ବୋଲି କୁହାଯାଇଛି। ଅପରପକ୍ଷରେ ନେପାଳ ମଧ୍ୟ ଏହାକୁ ଧାରଚୁଲା ଜିଲାର ଅଂଶ ବୋଲି କହିଆସୁଛି। ନୂଆ ମାନଚିତ୍ର ପଦାକୁ ଆସିବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମା ବିବାଦ ଭୟଙ୍କର ସ୍ଥିତିକୁ ଟାଣି ହୋଇଯାଇଛି।
ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗଓ୍ବାଲି କହିଛନ୍ତି, ଖୁବ୍‌ଶୀଘ୍ର ନୂଆ ମାନଚିତ୍ର ଭୂପ୍ରବନ୍ଧନ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ କରାଯିବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଗଓ୍ବାଲି ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କୁ ସମନ୍‌ ଜାରି କରି ଧାରଚୁଲା ସହ ଲିପୁଲେଖକୁ ନିର୍ମାଣ କରାଯାଉଥିବା ରାସ୍ତାକୁ ବିରୋଧ କରିଥିଲେ। ତୀର୍ଥସ୍ଥଳୀ କୈଳାସ ମାନସରୋବରକୁ ଯିବା ଲାଗି ଏହି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ନେପାଳ ସୀମାଦେଇ ରାସ୍ତା ନିର୍ମାଣ କରାଯାଇଥିଲା। ୮୦ କି.ମି.ର ଏହି ନୂଆ ରାସ୍ତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତମାସ ପ୍ରାରମ୍ଭରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଥିବା ନେପାଳର ଅର୍ଥମନ୍ତ୍ରୀ ତଥା ସରକାରଙ୍କ ମୁଖପାତ୍ର ୟୁବରାଜ ଖତିଓ୍ବାଡ଼ା ପ୍ରକାଶ କରିଥିଲେ। କ୍ୟାବିନେଟର ନିଷ୍ପତ୍ତି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ନେପାଳର ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ୟୋଗେଶ୍‌ ଭଟ୍ଟରାୟ କହିଛନ୍ତି। ତେବେ ନେପାଳ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ସଦସ୍ୟ ଗଣେଶ ଶାହା ଏଭଳି ପଦକ୍ଷେପ ଭାରତ-ନେପାଳ ମଧ୍ୟରେ ତିକ୍ତତା ସୃଷ୍ଟିକରିବ ବୋଲି ମତ ଦେଇଛନ୍ତି। ଅଯଥା ବିବାଦ ନ ବଢ଼ାଇ ସମାଧାନ ଲାଗି ନେପାଳ ସରକାରଙ୍କ ପକ୍ଷରୁ ଭାରତ ସହ ଆଲୋଚନା କରାଯିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ନୂଆ ମାନଚିତ୍ରରେ ମୋଟ ୩୩୫ କି.ମି. ଭୂମିକୁ ସଂଲଗ୍ନ କରାଯାଇଛି। ୧୮୧୬ ମସିହାର ସୁଗୌଲି ଚୁକ୍ତିକୁ ପାଥେୟ କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ‘କାଠମାଣ୍ଡୁ ପୋଷ୍ଟ’ ପକ୍ଷରୁ ଦର୍ଶାଯାଇଛି। ନେପାଳର ଏଭଳି ଆଭିମୁଖ୍ୟକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି। ଭାରତର ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି ଯେ, ଭାରତ-ନେପାଳ ସୀମା ବିବାଦକୁ ଚାଇନା ଟିହାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri