କ୍ୱାରାଣ୍ଟାଇନ୍‌ ପାଉଣାରୁ କଟିବ ଟିକେଟ ଖର୍ଚ୍ଚ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ବାହାରୁ ଫେରିବାକୁ ଥିବା ଶ୍ରମିକମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବଡ ସଂଖ୍ୟାରେ ଶ୍ରମିକମାନେ ଶ୍ରମିକ ଏକ୍ସପ୍ରେସ୍‌ରେ ଓଡିଶା ଫେରୁଛନ୍ତି। ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ବର୍ତ୍ତମାନ ଫେରିବାରେ ଲାଗିଛନ୍ତି। ଯଦି ଶ୍ରମିକମାନେ ଆସୁଥିବା ରାଜ୍ୟ ସରକାର ଟିକେଟ ଖର୍ଚ୍ଚ ବହନ ନ କରନ୍ତି ତେବେ ଓଡିଶା ସରକାର ଏହି ଦାୟିତ୍ୱ ନେବେ। ମାତ୍ର ଶ୍ରମିକମାନେ ପ୍ରଥମେ ନିଜ ଖର୍ଚ୍ଚରେ ଓଡିଶା ଫେରିବେ। ଏହାପରେ ସେମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ହେଲେ ଏହି ଅର୍ଥ ଶ୍ରମିକମାନଙ୍କ କ୍ୱାରାଣ୍ଟାଇନ ପାଉଣାରୁ କଟିବ ବୋଲି ଜଣାପଡ଼ିଛି। କ୍ୱାରାଣ୍ଟାଇନ ଶେଷରେ ୨ ହଜାର ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଅନୁମତି ଦେବାପରେ ବହୁ ସଂଖ୍ୟାରେ ଫେରିବାରେ ଲାଗିଛନ୍ତି। ପ୍ରଥମେ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ଥିବା ଶ୍ରମିକମାନେ ନିଜ ଅର୍ଥରେ ଗାଡି କରି ଫେରିବାକୁ ଲାଗିଲେ। ହେଲେ ସବୁ ଶ୍ରମିକମାନେ ଏଥିପାଇଁ ସକ୍ଷମ ହେଲେନାହିଁ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ କେତୋଟି ଟ୍ରେନ୍‌ ଚଳାଇବା ପାଇଁ ଅନୁମତି ଦେଲେ। ଶ୍ରମିକମାନେ ଏଥିପାଇଁ ଅର୍ଥ ଭରଣା କରିବେ ନା ସରକାର ଦେବେ ଏଭଳି ଯୁକ୍ତି ମଧ୍ୟରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ ଟ୍ରେନ୍‌ର ବହନ କରିବାକୁ କହିଥିଲେ। ବାକି ୧୫ପ୍ରତିଶତ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ। ମାତ୍ର କେତେଜଣ ଶ୍ରମିକ ଫେରିବାପରେ ସେମାନଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡିଥିଲା ସମସ୍ତେ ନିଜ ଖର୍ଚ୍ଚରେ ଫେରୁଛନ୍ତି। ଏବେ ହଠାତ୍‌ ରାଜ୍ୟ ସରକାର ପ୍ରବାସୀଙ୍କ ଟିକେଟ ଅର୍ଥ ଭରଣା କରିବାକୁ ଘୋଷଣା କରିଛନ୍ତି। ସେହିପରି ଲକ୍‌ଡାଉନ ନିୟମ ମାନି ରାଜ୍ୟକୁ ଫେରୁଥିବା ଶ୍ରମିକମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଲେ ସେମାନଙ୍କୁ ୨ ହଜାର ଟଙ୍କା ଲେଖା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ। ବର୍ତ୍ତମାନ ଏହି ଅର୍ଥରୁ ଶ୍ରମିକଙ୍କ ଟିକେଟ ଅର୍ଥ ସରକାର କାଟିବେ ବୋଲି କୁହାଯାଇଛି। ଶ୍ରମିକ ଯଦି ଫେରୁଥିବା ରାଜ୍ୟର ସରକାର ଟିକେଟ ଅର୍ଥ ପ୍ରଦାନ କରନ୍ତି ତେବେ ସେକ୍ଷେତ୍ରରେ କଣ କରାଯିବ ସେନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri