Posted inଖେଳ

ଆଫ୍ରିଦିଙ୍କୁ ଗମ୍ଭୀରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୭।୫: ଭାରତୀୟ ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନାମୁଖ୍ୟ ଜେନେରାଲ କମର ବାଜଓ୍ବାଙ୍କ ସମେତ ଆଫ୍ରିଦିଙ୍କୁ ଜୋକର ବୋଲି କହିଛନ୍ତି।
ଆଫ୍ରିଦିଙ୍କ ଏକ ଭିଡିଓ ଭାଇରଲ ହୋଇଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିରୁ ବୋଲି ଏହି ଭିଡିଓରେ କହୁଥିବାର ଲକ୍ଷ୍ୟ କରାଯାଇଥିଲା। ଏହାକୁ ମଧ୍ୟ ବହୁ ଲୋକ ସେୟାର କରିଥିଲେ। ଏବେ ଗମ୍ଭୀର ଟୁଇଟ୍‌ କରି ନିଜ ଶୈଳୀରେ ଏହାର ଜବାବ ରଖିଛନ୍ତି। ‘ପାକିସ୍ତାନ ପାଖରେ ୭ ଲକ୍ଷ ସୈନ୍ୟ ରହିଛନ୍ତି ଓ ତାଙ୍କ ପଛରେ ୨୦ କୋଟି ଲୋକ ରହିଛନ୍ତି ବୋଲି ୧୬ ବର୍ଷୀୟ ଆଫ୍ରିଦି କହିଛନ୍ତି। ତଥାପି ଏମାନେ ୭୦ ବର୍ଷ ହେବ କାଶ୍ମୀର ପାଇଁ ଭିକ୍ଷା ମାଗୁଛନ୍ତି। ଆଫ୍ରିଦି, ଇମ୍ରାନ, ବାଜଓ୍ବାଙ୍କ ଭଳି ଜୋକର ମୋଦିଙ୍କୁ ଗାଳି ଦେଇ ପାକିସ୍ତାନ ଲୋକଙ୍କୁ ବୋକା ବନାଉଛନ୍ତି। କିନ୍ତୁ କାଶ୍ମୀର ମିଳିବା ବହୁ ଦୂରର କଥା। ବାଂଲାଦେଶ କଥା ମନେ ଅଛିତ?’ ବୋଲି ଗମ୍ଭୀର ଟୁଇଟ୍‌ କରିଛନ୍ତି।
ପୂର୍ବରୁ ଆଫ୍ରିଦି ତାଙ୍କ ଭିଡିଓରେ ମୋଦୀଙ୍କୁ ସାହସୀ ହେବା ପାଇଁ ପ୍ରୟସା କରୁଛନ୍ତି ବୋଲି କହିଥିଲେ। କିନ୍ତୁ ସେ ଜଣେ ଭିରୁ ବ୍ୟକ୍ତି। ଛୋଟିଆ କଶ୍ମୀର ପାଇଁ ସେ ୭ ଲକ୍ଷ ସୈନ୍ୟ ମୃତୟନ କରିଛନ୍ତି। ଯେତେବେଳେ କି ପାକିସ୍ତାନର ସୈନ୍ୟ ସଂଖ୍ୟ ୭ ଲକ୍ଷ। କିନ୍ତୁ ଏମାନଙ୍କ ପଛରେ ୨୨-୨୩ କୋଟି ସୈନ୍ୟ ଅର୍ଥାତ ପାକିସ୍ତାନ ଜନସଂଖ୍ୟା ଛିଡା ହୋଇଛନ୍ତି ମୋଦି ଜାଣିନାହାନ୍ତି ବୋଲି ଆଫ୍ରିଦି କହିଥିଲେ। ପୂର୍ବରୁ ମଧ୍ୟ ଆଫ୍ରିଦି ଏଭଳି କଡ଼ା କଥା କହିବାର ବହୁବାର ଦେଖାଯାଇଛି। ପୂର୍ବତନ କ୍ରିକେଟର ଜାଭେଦ ମିଅଁାଦାଦ ମଧ୍ୟ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ମଧ୍ୟ ଆଫ୍ରିଦି ଓ ଗମ୍ଭୀର ଏକାଧିକବାର ପରସ୍ପର ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri