Posted inଖେଳ

ଅଲ୍‌-ଷ୍ଟାର ପୂର୍ବତନ ଖେଳାଳି, ମ୍ୟାନେଜର ଓ୍ବାଟ୍‌ସନଙ୍କ ପରଲୋକ

ହ୍ୟୁଷ୍ଟନ,୧୫।୫ (ଏପି): ଆମେରିକା ଓ କାନାଡ଼ା ପର୍ଯ୍ୟବେଷିତ ଜଣାଶୁଣା ପେସାଦାର ବାସ୍କେଟବଲ୍‌ ଲିଗ୍‌ ଏମ୍‌ଏଲବିର ଅଲ- ଷ୍ଟାର ଦଳର ପୂର୍ବତନ ଖେଳାଳି ତଥା ଜେନେରାଲ ମ୍ୟାନେଜର ଓ କାର୍ଯ୍ୟନିର୍ବାହୀ ବବ୍‌ ଓ୍ବାଟସନ ୭୪ ବର୍ଷରେ ପରଲୋକ ଗମନ କରିଛନ୍ତି। ସେ ପ୍ରଥମ କୃଷ୍ଣକାୟ ମ୍ୟାନେଜର ଭାବେ ଓ୍ବାଲ୍ଡ ସିରିଜ ବିଜୟୀ ହୋଇଥିଲେ। ୧୯୯୬ରେ ସେ ନ୍ୟୁୟର୍କ ୟାନ୍‌କିଜ୍‌ ସହିତ ଏହି ସଫଳତା ପାଇଥବଲେ।
ହଷ୍ଟନ ଆଷ୍ଟ୍ରୋସ୍‌ ତରଫରୁ ଓ୍ବାଟସନ ତାଙ୍କର ପ୍ରଥମ ୧୪ଟି ମେଜର ଲିଗ୍‌ ସେସନ ଖେଳିଥିଲେ। ଓ୍ବାଟସନଙ୍କ ମୃତ୍ୟୁଖବର ହଷ୍ଟନ ଆଷ୍ଟ୍ରୋସ୍‌ ତରଫରୁ ଗୁରୁବାର ଘୋଷଣା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇନାହିଁ। ଦି ବୁଲ୍‌ ନାମରେ ପରିଚିତ ଥିବା ଓ୍ବାଟସନ ୧୯୭୩ ରେ ଅଲ- ଷ୍ଟାର ଟିମ୍‌ରେ ଯୋଗ ଦେଇଥିଲେ। ସେ ଜଣେ ଉଚ୍ଚକୋଟୀର ଖେଳାଳି ଥିଲେ। ମେଜର ଲିଗ୍‌ ଇତିହାସରେ ସେ ୧ ମିଲିଅନ୍ଥ ରନ୍‌ କରିବାର ବିରଳ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୫ ମେ ୪ ତାରିଖରେ ସେ କାଣ୍ଡଲେଷ୍ଟିକ ପାର୍କରେ ସାନ ଫ୍ରାନସିସ୍କୋର ଜିଆଣ୍ଟ୍ସ ବିପକ୍ଷରେ ଏହି ସଫଳତାର ପାଇଥିଲେ।
ଓ୍ବାଟସନ ୧୯୭୯ରେ ବୋଷ୍ଟନ, ୧୯୮୦-୮୨ ମଧ୍ୟରେ ୟାନ୍‌କିଜ୍‌, ୧୯୮୨-୮୪ ମଧ୍ୟରେ ଆଟଲାଣ୍ଟା ବ୍ରେଭ୍ସ ତରଫରୁ ଖେଳିଥିଲେ। ଅବସର ଗ୍ରହଣ କରିବା ପରେ ଓ୍ବାଟସନ୍‌ କୋଚିଂ ଦେବା ଆରମ୍ଭ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ୧୯୮୮ରେ ଓକ୍‌ଲାଣ୍ଡ ଆଥଲେଟିକ୍ସ ଆମେରିକାନ ଲିଗ୍‌ ପିନାଣ୍ଟ ଜିତିଥିଲା। ଦ୍ୱିତୀୟ କୃଷ୍ଣକାୟ ଜେନେରାଲ ମ୍ୟାନେଜର ଭାବେ ସେ ସେ ମେଜର ଲିଗ୍‌ ଇତିହାସରେ ଆଷ୍ଟ୍ରୋସ୍‌ ପାଇଁ ୧୯୯୩ରେ କାର୍ଯ୍ୟକରିବାର ସୁଯୋଗ ହାସଲ କରିଥିଲେ। ୧୯୯୫ରେ ଓ୍ବାଟସନ ୟାନକିଜ୍‌ ପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ଓ ୧୯୯୬ ଦଳକୁ ବିଶ୍ୱ ସିରିଜ ବିଜେତା କରାଇଥିଲେ। ୧୯୯୭ ପରେ ସେ ୟାନକିଜ୍‌ରୁ ଅବସର ଘୋଷଣା କରିଥିଲେ। ପରେ ସେ ମେଜର ଲିଗ ବାସ୍କେଟବଲ୍‌ର ଉପ- ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri