Posted inଜାତୀୟ

ସରୁନି ଦାଦନ ଦୁର୍ଦ୍ଦିନ

ନୂଆଦିଲ୍ଲୀ,୧୫।୫: ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ର ଏବେ ତୃତୀୟ ପର୍ଯ୍ୟାୟ ଚାଲିଛି। ଏହି ତିନି ପଯର୍ର୍‌ୟାୟ ତାଲାବନ୍ଦ ମଧ୍ୟରେ ଉଜୁଡ଼ିଯାଇଛି ଅର୍ଥନୀତି ଓ ଏହା ସହ ଅନେକଙ୍କ ଜୀବନ ସାଙ୍ଗକୁ ଜୀବିକା। ବାଣିଜ୍ୟ ଶିଳ୍ପ ବନ୍ଦ ହେବା ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଦାଦନ ଶ୍ରମିକ। ଦିନ ମଜୁରିଆମାନେ କର୍ମସଂସ୍ଥାନ ହରାଇବା ପରେ ଭବିଷ୍ୟତକୁ ନେଇ ସନ୍ଦିହାନ। ଏହି ବର୍ଗର ଲକ୍ଷ ଲକ୍ଷ ଲୋକ ବଡ଼ ସହରରୁ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି। ଯାନବାହନ ଚଳାଚଳ ବନ୍ଦ ହୋଇଯିବା ପରେ କେଉଁ ଶ୍ରମିକ ଶତାଧିକ କିଲୋମିଟର ପାଦରେ ଚାଲି ଅଧାବାଟରେ ଜୀବନ ହାରୁଛନ୍ତି ତ ଆଉ କିଏ ବିକଳରେ ଗୋରୁଙ୍କ ଭଳି ଟ୍ରକ୍‌ରେ ବୁହାହୋଇ ଯାଉଛନ୍ତି। କେଉଁଠି ଗର୍ଭବତୀ ମହିଳା ପଥ ଅତିକ୍ରମଜନିତ ପ୍ରସବ ବେଦନା ହେତୁ ଅଧାବାଟରେ ପିଲା ଜନ୍ମ କଲେଣି ତ ପୁଣି କେଉଁଠି ମା’ଟିଏ ନିଜ ଛୁଆକୁ ଶୁଟ୍‌କେସରେ ଲଦି ଟାଣି ଟାଣି ଘରକୁ ନେଉଛି। ମେ ୧ ଶ୍ରମିକ ଦିବସରେ ଭାରତୀୟ ରେଲଓ୍ବେ ‘ଶ୍ରମିକ ସ୍ପେଶିଆଲ ଟ୍ରେନ୍‌’ ଲଞ୍ଚ କରିଥିଲେ ହେଁ ଦେଶର ବିଭିନ୍ନ ରାଜ୍ୟରେ ଫସିରହିଥିବା ସେମାନଙ୍କ ଗାଁରେ ପହଞ୍ଚାଇବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ। ଏମିତିରେ କେଉଁଠି ଟ୍ରାକ୍ଟର ଟ୍ରଲି ତ ଆଉ କେଉଁଠି ବଳଦ ଗାଡ଼ି ପାଲଟିଛି ସାହାରା। ୫୧ ଦିନର ଲକ୍‌ଡାଉନ୍‌ ଭିତରେ ଦାଦନ ଶ୍ରମିକଙ୍କ ଗଣପଳାୟନର ଅନେକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଏହି ସବୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରାଇଛି।
ପଳାୟନ ବେଳେ ଗଲା ୧୪ ଜୀବନ
ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଗୁରୁବାର ଦୁଇଟି ପୃଥକ୍‌ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଥିବାବେଳେ ପାଖାପାଖି ୬୦ ଜଣ ଆହତ ହୋଇଛନ୍ତି। ଏହି ଶ୍ରମିକମାନେ ସେମାନଙ୍କ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମହାରାଷ୍ଟ୍ରରୁ ୬୫ ଶ୍ରମିକ ଏକ ଟ୍ରକ୍‌ରେ ଉତ୍ତରପ୍ରଦେଶ ଫେରୁଥିବାବେଳେ ଏହା ଭୋପାଳଠାରୁ ୧୮୦ କି.ମି. ଦୂର ଗୁନାଠାରେ ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାରେ ୮ ଶ୍ରମିକ ପ୍ରାଣ ହରାଇବା ସହ ୫୭ ଜଣ ଆହତ ହୋଇଥିଲେ। ଦ୍ୱିତୀୟ ଦୁର୍ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି। ୬ ପ୍ରବାସୀ ଶ୍ରମିକ ପଞ୍ଜାବରୁ ଚାଲିଚାଲି ବିହାର ଫେରୁଥିବାବେଳେ ଏକ ବସ୍‌ ସେମାନଙ୍କ ଉପରେ ମାଡ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଦିଲ୍ଲୀ-ସାହରନପୁର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁନା ଦୁର୍ଘଟଣାର ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଓ ଗୁରୁତର ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।
ଗର୍ଭବତୀ ସ୍ତ୍ରୀଙ୍କୁ କାଠଗାଡ଼ିରେ ଟାଣିଲେ ୭୦୦ କି.ମି.
ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ୭୦୦ କି.ମି. ଦୂରରୁ ନିଜ ହାତରେ ତିଆରି କରିଥିବା ଏକ କାଠର ଗାଡ଼ିରେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କ ସହ ୨ ମାସର ଝିଅକୁ ଟାଣି ଟାଣି ମଧ୍ୟପ୍ରଦେଶର ବାଲାଘାଟରେ ପହଞ୍ଚତ୍ଲେ। ମା’ ଗାଡ଼ିରେ ବସି ଟାଣି ହୋଇଯାଉଥିବାବେଳେ ଝିଅ ସେଥିରେ ଥିବା ଶୁଟ୍‌କେସରେ ଶୋଇଥିଲା। ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଥିବା ଦାଦନ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବା ପାଇଁ କିପରି ଉପାୟମାନ ଅବଲମ୍ବନ କରୁଛନ୍ତି ତା’ର କାହାଣୀ ବୟାନ କରୁଛି ଏହି ଅଭାବନୀୟ ଚିତ୍ର। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲକ୍‌ଡାଉନ୍‌ ବେଳେ ସରକାରଙ୍କଠାରୁ କିଛି ସହାୟତା ପାଇ ନାହାନ୍ତି ବୋଲି ଶ୍ରମିକ ଜଣକ କ୍ଷୋଭବ୍ୟକ୍ତ କରିଛନ୍ତି।
ଟ୍ରଲି ବ୍ୟାଗ୍‌ରେ ଶୋଇଛି ଶିଶୁ
ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ମହିଳା ତାଙ୍କ ଘର ଆଡ଼କୁ ଚାଲି ଚାଲି ଆସୁଛନ୍ତି। ଏଥିରେ ସେ ଏକ ଟ୍ରଲି ବ୍ୟାଗ୍‌କୁ ଟାଣୁଛନ୍ତି, ଯେଉଁଥିରେ ତାଙ୍କର ପିଲାଟି ଶୋଇପଡ଼ିଛି। ଦାଦନ ଶ୍ରମିକମାନେ ପଞ୍ଜାବରୁ ବାହାରି ଉତ୍ତର ପ୍ରଦେଶର ଝାନ୍ସୀ ଆଡ଼କୁ ଯାଉଥିଲେ। ଏହି ମହିଳା ଜଣକ ସମ୍ଭବତଃ ଏତେ ବାଟ ଚାଲିବା ପରେ ଥକିପଡ଼ିଥିଲେ। ଏଥିପାଇଁ ଜଣେ ଖବରଦାତା କଥା ହେବା ଲାଗି ତାଙ୍କୁ ଅଟକାଇବା ପରେ ସେ ମନା କରିଦେଇଥିଲେ।
ପ୍ରସବ ପରେ ଚାଲିଲେ ଆଉ ୧୫୦ କି.ମି.
ମହାରାଷ୍ଟ୍ରରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଗର୍ଭବତୀ ମହିଳା ମଧ୍ୟପ୍ରଦେଶସ୍ଥିତ ନିଜ ଘରକୁ ଚାଲି ଚାଲି ଫେରୁଥିବାବେଳେ ବାଟରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ସେ ଆଉ ୧୫୦ କି.ମି. ପାଦରେ ଅତିକ୍ରମ କରିବା ପରେ ମା’ଛୁଆଙ୍କୁ ସତ୍‌ନାରେ ସ୍ଥାନୀୟ ଅଧିକାରୀମାନେ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନାନୁସାରେ ଜଣେ ଦାଦନ ଶ୍ରମିକ ଓ ତାଙ୍କ ଆସନ୍ନ ପ୍ରସବା ସ୍ତ୍ରୀ ମହାରାଷ୍ଟ୍ରର ନାସିକରୁ ମଧ୍ୟପ୍ରଦେଶସ୍ଥିତ ସତ୍‌ନା ନିକଟସ୍ଥ ନିଜ ଗାଁକୁ ଚାଲି ଚାଲି ଯାଉଥିଲେ। ଅନେକ ବାଟ ଅତିକ୍ରମ କରିବା ପରେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା ଓ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମାତ୍ର ୨ ଘଣ୍ଟା ବିଶ୍ରାମ ନେଇ ଆଉ ୧୫୦ କି.ମି. ବାଟ ଅତିକ୍ରମ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଏନେଇ ସତ୍‌ନା ମେଡିକାଲ୍‌ ଅଫିସର ଏ.କେ. ରାୟ କହିଛନ୍ତି, ସ୍ବାମୀ, ସ୍ତ୍ରୀ ଓ ଛୁଆ ଉଞ୍ଚେହରା ପହଞ୍ଚତ୍ବା ପରେ ଆମେ ସେମାନଙ୍କୁ ଏଠାକୁ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲୁ। ମା’ ଓ ଶିଶୁ ଭଲ ଅଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଏକ ବସ୍‌ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri