ମହିଳା ଶ୍ରମିକଙ୍କୁ ଫୋନରେ ବିଡିଓଙ୍କ ଦୁର୍ବ୍ୟବହାର: ଯୁକ୍ତିତର୍କର ଅଡିଓ ଭାଇରାଲ

ଅନୁଗୋଳ ଅଫିସ/ଛେଣ୍ଡିପଦା, ୧୪।୫- ଅନୁଗୋଳ ଜିଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା କେତେଜଣ ମହିଳା ଶ୍ରମିକଙ୍କୁ ଫୋନରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତା ମହିଳା ଶ୍ରମିକମାନଙ୍କ ସହ ଫୋନରେ ବିଡିଓଙ୍କ ଯୁକ୍ତିତର୍କର ଅଡିଓ ଗୁରୁବାର ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ବଅଁରପାଳ ଓ ତାଳଚେର ବ୍ଲକର କେତେଜଣ ମହିଳା ଶ୍ରମିକଙ୍କୁ ବୁଧବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇ ଅନୁଗୋଳ ଅଣାଯାଇଥିଲା। ପ୍ରଶାସନର ନିଷ୍ପତ୍ତି କ୍ରମେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଛେଣ୍ଡିପଦା ବ୍ଲକ ଅଞ୍ଚଳର ବରପଦାସ୍ଥିତ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। କିନ୍ତୁ ସମ୍ପୃକ୍ତା ମହିଳା ଶ୍ରମିକମାନେ ସେଠାରେ ରହିବାକୁ ରାଜି ହୋଇ ନ ଥିଲେ। ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦେବାକୁ ଦାବି କରିଥିଲେ। ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋଚନା କରିଥିଲେ ବି ସେମାନଙ୍କୁ ବୁଝାଇପାରି ନ ଥିଲେ। ପରେ ଶ୍ରମିକମାନେ ଛେଣ୍ଡିପଦା ବିଡିଓ କେର୍କେଟାଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ନିଜ ଅଞ୍ଚଳକୁ ଗାଡ଼ିରେ ପଠାଇବା ପାଇଁ ବାଧ୍ୟ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ବେଳେ ବିଡିଓ ଫୋନ କରିଥିବା ମହିଳା ଶ୍ରମିକମାନଙ୍କ ପ୍ରତି କିଛି ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଡିଓରେ ଭାଇରାଲ ହୋଇଛି। ଏପରି ଘଟଣା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ମହିଳା ଶ୍ରମିକମାନଙ୍କୁ ସେମାନଙ୍କ ବ୍ଲକକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ କେର୍କେଟା କହିଛନ୍ତି, ବୁଧବାର ବିଳମ୍ବିତ ରାତିରେ ୫ଜଣ ମହିଳା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ ପାଇଁ ବରପଦା ଅଣାଯାଇଥିଲା। କିନ୍ତୁ ଶ୍ରମିକମାନେ ରହିବାକୁ ରାଜି ନ ହୋଇ ଫୋନ କରି ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଭୁଲ୍‌ବଶତଃ ତାଙ୍କ ପାଟିରୁ କିଛି ବାହାରି ଯାଇଥିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ବଅଁରପାଳ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯେଉଁମାନେ ବରପଦାରେ ଥିଲେ ସେମାନଙ୍କୁ ବଅଁରପାଳ ଅଞ୍ଚଳକୁ ଅଣାଯାଇଛି। ଅନ୍ୟ କୌଣସି ଘଟଣା ବିଷୟରେ ଅବଗତ ନାହିଁ। ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି, ଦୁଇ ଜଣ ମହିଳା ଶ୍ରମିକ ଛେଣ୍ଡିପଦାରେ ଥିଲେ। ବର୍ତ୍ତମାନ ସେମାନଙ୍କୁ ତାଳଚେରରେ ରଖାଯାଇଛି। ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, କ’ଣ ଭୁଲ ବୁଝାମଣା ହୋଇଛି ଜଣାନାହିଁ। ଅନୁଧ୍ୟାନ ପରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri