ଏସିଆର ବଡ଼ ଗାଁକୁ କରୋନା ଡର

ଭୁବନ, ୧୪।୫(ଡି.ଏନ.ଏ.) – ଏସିଆ ମହାଦେଶ ସର୍ବବୃହତ୍‌ ଗାଁ ଭୁବନକୁ ଗୋଡ଼ାଉଛି କରୋନା ଡର। ସୀମାନ୍ତ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପଟେ ଅଞ୍ଚଳକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ସଂକ୍ରମଣ ରୋକିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଅଞ୍ଚଳକୁ କୋଭିଡ୍‌ କବଳରୁ ରକ୍ଷା କରିବାକୁ ପୋଲିସ, ପ୍ରଶାସନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି। ଭୁବନରୁ ଯାଜପୁରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରାଯାଇଛି। ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିବାବେଳେ ଅମାନିଆଙ୍କ ଉପରେ ଅଧିକ କଠୋର ହେଉଛି ପୋଲିସ।
୨୨ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟାକୁ ନେଇ ସମୃଦ୍ଧ ଭୁବନ କଂସାବାସନ ସାମଗ୍ରୀ ଲାଗି ପ୍ରସିଦ୍ଧ। କଂସା କାରିଗରକଙ୍କୁ ବାଦ୍‌ଦେଲେ ଆଖପାଖ ଅଞ୍ଚଳର ହଜାର ହଜାର ବ୍ୟବସାୟୀ ପେଟ ପାଟଣା ଚିନ୍ତାରେ ପ୍ରତିଦିନ ଏଠାକୁ ଆସିଥାନ୍ତି। ନୂଆବଜାର, କାଳୀବଜାର, ଗଣେଶ ବଜାର, ଦୁର୍ଗା ବଜାର, ଗୁଜୁରୀହାଟ, ନୂଆ ଭୁବନ ବଜାର, ବଡ଼ହାଟରେ ଶତାଧିକ ଦୋକାନ ରହିଛି। ଏହା ବ୍ୟତୀତ ଏକମାତ୍ର ପରିବା ମାର୍କେଟ ୨୦୦ରୁ ଊର୍ଦ୍ଧ ବ୍ୟବସାୟୀ ପରିବା ବିକ୍ରି କରିଥାନ୍ତି। ତେବେ ଜନସଂଖ୍ୟା ଦୃଷ୍ଟିରୁ ବୃହତ୍‌ ଭୁବନ ଗାଁର ଭୌଗୋଳିକ ସୀମାରେଖା ବଡ଼ ନୁହେଁ। କ୍ଷୁଦ୍ର ଅଞ୍ଚଳ ମଧ୍ୟରେ ଏତେସଂଖ୍ୟାରେ ଲୋକ ବସବାସ କରୁଛନ୍ତି। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଅସମ୍ଭବ ବ୍ୟାପାର ହୋଇପଡୁଛି। ଲୋକମାନେ ନିୟମ ଭଙ୍ଗ କରି ଦୋକାନ, ବ୍ୟାଙ୍କ, ବଜାରରେ ହାଉଯାଉ ହେଉଛନ୍ତି। ପୋଲିସ, ଏନ୍‌ଏସି ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ ସତ୍ତ୍ୱେ ଲୋକେ କଟକଣା ମାନୁନାହାନ୍ତି, ଯାହା ସଂକ୍ରମଣ ଆଶଙ୍କା ବଢ଼ାଉଛି। ଜନଗହଳି ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରିବାକୁ ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ଏନ୍‌ଏସିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଅବରୋଧ କରାଯାଉଛି। ପୋଲିସ ପକ୍ଷରୁ ୩ ସ୍କାଡ୍‌ ଗଠନ କରାଯାଇ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଦୋକାନ ଖୋଲିବା ନିୟମ ମାନିବାକୁ ବ୍ୟବସାୟୀଙ୍କୁ କୁହାଯାଉଛି। ସେହିପରି ଏନ୍‌ଏସି ପକ୍ଷରୁ ୩ଟି ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଭୁବନକୁ ୨୩୬ଜଣ ପ୍ରବାସୀ ଆସିବାକୁ ନାମ ପଞ୍ଜୀକରଣ କରିଛନ୍ତି। ସ୍ଥାନୀୟ ମହିଳା କଲେଜ ସଙ୍ଗରୋଧ ଗୃହରେ ୪ଜଣ ପ୍ରବାସୀ ଅଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଢେଙ୍କାନାଳ ଜିଲାର ଏକମାତ୍ର କରୋନା ରୋଗୀ ସୁସ୍ଥ ହୋଇ ଫେରିବା ପରେ ଆପାତତଃ ଜିଲା କୋଭିଡ୍‌ ସଂକ୍ରମଣରୁ ମୁକ୍ତ ରହିଛି। ଲୋକମାନେ ବିଶେଷ କରି ଯୁବଗୋଷ୍ଠୀ ସତର୍କ ଏବଂ ସଚେତନ ରହିଲେ କରୋନା ଉପରେ ବିଜୟ ସମ୍ଭବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ତହସିଲଦାର ଶକ୍ତିକାନ୍ତ ରାଏ କୁହନ୍ତି, ଅଞ୍ଚଳର ବ୍ୟବସାୟୀ, ଜନସାଧାରଣ ସହଯୋଗ କରୁଛନ୍ତି। କେତେକ ସ୍ଥାନରେ କଟକଣା ଭଙ୍ଗ ହେଉଥିବା ନଜରକୁ ଆସିଛି। ଶତ ପ୍ରତିଶତ ଲୋକଙ୍କ ସହଯୋଗ ନ ମିଳିଲେ କରୋନାକୁ ରୋକିବା ସମ୍ଭବ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri