ବିଷାକ୍ତ ଷ୍ଟାଇରିନ୍‌ ଗ୍ୟାସ୍‌

ଚଳିତମାସ ୭ ତାରିଖ ରାତିରେ ବିଶାଖାପାଟଣାର ଏକ ରାସାୟନିକ କାରଖାନାରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରାୟ ଏକ ହଜାରରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହା କାରଖାନାଠାରୁ ପ୍ରାୟ ତିନି କିମି ବ୍ୟାପି ପରିସରରେ ଥିବା ଗ୍ରାମଗୁଡିକର ଲୋକଙ୍କୁ ପ୍ରଭାବିତ କରିଛି।
ଏହି ଷ୍ଟାଇରିନ୍‌ କ’ଣ ଏବଂ ଏହାର ପ୍ରୟୋଗ ସମ୍ବନ୍ଧରେ ଏଠାରେ ଉଲ୍ଲେଖ କରାଯାଉଛି। ଏହା ହେଉଛି ଏକ ବର୍ଣ୍ଣହୀନ, ମଧୁରସ୍ବାଦ ବିଶିଷ୍ଟ ଗୋଟିଏ ସାଂଶ୍ଳେଷିକ ତରଳ ପଦାର୍ଥ। ବେଞ୍ଜିନ୍‌ରୁ ଏହାକୁ ସଂଶ୍ଳେଷଣ କରାଯାଇଥାଏ। ଏହା ଅତି ସହଜରେ ବାଷ୍ପୀଭୂତ ହୋଇଯାଇଥାଏ। ଏହି ଗ୍ୟାସ ହେଉଛି ଅତି ମାତ୍ରାରେ ଦହନୀୟ ଏବଂ ଜଳିବା ପରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏହା ମଧ୍ୟ ଉତନିଲବେଞ୍ଜିନ, ଭାଇନଲବେଞ୍ଜିନ ଏବଂ ଫିନାଇଲ୍‌ଇଥେନ ନାମରେ ଜଣା। ଏହା କେତେକ ତରଳ ପଦାର୍ଥରେ ଦ୍ରବୀଭୂତ ହେଉଥିଲେ ସୁଦ୍ଧା ଜଳରେ ସହଜରେ ଦ୍ରବୀଭୂତ ହୁଏନାହିଁ। ଷ୍ଟାଇରିନ୍‌ ପ୍ରାକୃତିକ ଅବସ୍ଥାରେ ଅଳ୍ପ ପରିମାଣରେ କେତେକ ଉଦ୍ଭିଦ ଓ ଖାଦ୍ୟ ଯଥା : ଡାଲଚିନି, କଫି ଓ ବାଦାମରେ ଥାଏ। ଜର୍ମାନୀ ରସାୟନବିଜ୍ଞାନୀ ଏଡୁଆର୍ଡ ସାଇମନ ୧୮୯୩ରେ ଆମେରିକୀୟ ସୁଇଟ୍‌ଗମ୍‌ ଗଛର ରେଜିନ୍‌ (ରସ)ରୁ ଗୋଟିଏ ଉଦବାୟୀ ତରଳ ପଦାର୍ଥ ଆବିଷ୍କାର କରିଥିଲେ। ସେ ଏହାର ନାମ ‘ଷ୍ଟାଇରଲ୍‌’ ରଖିଥିଲେ, ଯାହା ପରେ ‘ଷ୍ଟାଇରିନ୍‌’ ନାମରେ ଜଣାଗଲା। ସେ ଲକ୍ଷ୍ୟ କରିଥିଲେ ଯେ, ଏହା ବାୟୁ, ଆଲୋକ, ତାପ ସଂସ୍ପର୍ଶରେ ଆସି ରବର ଭଳି ଏକ କଠିନ ପଦାର୍ଥରେ ପରିଣତ ହେଉଛି। ସେ ଏହି ପଦାର୍ଥର ନାମ ଷ୍ଟାଇରଲ୍‌ ଅକ୍‌ସାଇଡ୍‌ ରଖିଥିଲେ। ଷ୍ଟାଇରିନ୍‌ ମୁଖ୍ୟତଃ ପଲିଷ୍ଟାଇନ୍‌ ପ୍ଲାଷ୍ଟିକ୍‌ ଓ ରେଜିନ୍‌ ଉତ୍ପାଦନରେ ବ୍ୟବହୃତ ହୁଏ। ଏହା ବ୍ୟତୀତ ସାଂଶ୍ଳେଷିକ ରବର, ପଲିଷ୍ଟର ଓ ରଙ୍ଗ ପ୍ରସ୍ତୁତି ପାଇଁ ଏହାକୁ ବ୍ୟବହାର କରାଯାଏ। ଏଥିରୁ ପ୍ରସ୍ତୁତ ପ୍ଲାଷ୍ଟିକ ମୁଖ୍ୟତଃ ପ୍ୟାକେଜିଂ ଶିଳ୍ପରେ ବ୍ୟବହୃତ ହୁଏ। ଖାଦ୍ୟପଦାର୍ଥ ସମେତ ବିଭିନ୍ନ ପଦାର୍ଥକୁ ଦୂର ଜାଗାକୁ ନିରାପଦରେ ପଠାଇବା ପାଇଁ ବ୍ୟବହୃତ ଫୋମ୍‌ (ଫେଣ)ରବର ହେଉଛି ଏହି ପ୍ଲାଷ୍ଟିକ୍‌। ଏହା ମଧ୍ୟ ପାଇପ୍‌ ଓ ଫିଟିଙ୍ଗ୍‌, ଟ୍ୟାଙ୍କ୍‌, ଆଲୋକ ଫିଟିଙ୍ଗ୍‌ ଓ କଳଙ୍କି ବିରୋଧୀ ଉତ୍ପାଦରେ ବ୍ୟବହୃତ ହେଉଛି। ଫାଇଭର କାଚ ଓ କୃତ୍ରିମ ମାର୍ବଲରେ ଏହା ମଧ୍ୟ ଅଛି। ଏହା ପଲିଷ୍ଟାଇରିନ୍‌ ଫିଲ୍‌ପ ନିର୍ମାଣରେ ବ୍ୟବହୃତ ହୁଏ।
୨୦୧୮ ମସିହାରେ ସମଗ୍ର ପୃଥିବୀରେ ୩୫ ନିୟୁତ ଟନ୍‌ ଷ୍ଟାଇରିନ୍‌ ଉତ୍ପାଦନ କରାଯାଇଥିଲା। ସାଂଶ୍ଲେଷିକ ଉପାୟରେ ଇଥାଇଲ୍‌ବେଞ୍ଜିନ୍‌ର ଅଧିକାଂଶ ଷ୍ଟାଇରିନ୍‌ ଉତ୍ପାଦିତ ହେଉଛି। ପୃଥିବୀରେ ଉତ୍ପାଦିତ ପ୍ରାୟ ସମସ୍ତ ଇଥାଇଲ୍‌ବେଞ୍ଜିନ୍‌ ଏହି କାର୍ଯ୍ୟରେ ପ୍ରୟୋଗ କରାଯାଉଛି।
ଷ୍ଟାଇରିନ୍‌ ହେଉଛି ଗୋଟିଏ ବିଷାକ୍ତ ରାସାୟନିକ ପଦାର୍ଥ। ଅଳ୍ପ ସମୟ ପାଇଁ ମଧ୍ୟ ଏହା ସଂସ୍ପର୍ଶରେ ଆସିଲେ ଚର୍ମ ଓ ଆଖିରେ ଜଳାପୋଡ଼ା ହୋଇଥାଏ। ପେଟ ଭିତରକୁ ଗଲେ ଏହା ପେଟରୋଗ ସୃଷ୍ଟି କରିଥାଏ। ଶ୍ୱାସପ୍ରଶ୍ୱାସରେ ଏହାର ପରିମାଣ ବଢ଼ିଗଲେ ମୁଣ୍ଡ ବୁଲାଇବା ସଙ୍ଗେ ସଙ୍ଗେ ମନୁଷ୍ୟ ଚେତା ହରାଇ ବସେ। ଏହା ସ୍ନାୟବିକ ବ୍ୟବସ୍ଥାକୁ ଆକ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଆକ୍ରାନ୍ତକୁ ଦୁର୍ବଳ କରିଦିଏ। ଏହାଦ୍ୱାରା ଶ୍ରବଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଅନ୍ୟପକ୍ଷରେ ଏହା ସଂସ୍ପର୍ଶରେ ଆସିଲେ ରକ୍ତ କର୍କଟ ରୋଗ ହୁଏ ବୋଲି କେତେକ କଥାରୁ ପ୍ରମାଣ ପାଇଲେ ସୁଦ୍ଧା ଏହା ପ୍ରମାଣିତ ହୋଇନାହିଁ। ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା ଏହା ମନୁଷ୍ୟ ପ୍ରତି ସମ୍ଭାବ୍ୟ କ୍ୟାନ୍‌ସର ସୃଷ୍ଟିକାରୀ ବୋଲି ପ୍ରକାଶ କରିଛି।
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri