ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି ଦେଖାଦେଇଆସିଛି। ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନ ବେଳେ ସବୁ ବର୍ଗକୁ ବିଚାରକୁ ନିଆଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ୧୯୯୦ ତୁଳନାରେ ୨୦୧୦ରେ ଲୋକଙ୍କ ଉପରେ ସାମାନ୍ୟ ଚାପ ବୃଦ୍ଧି ପାଇଛି। କିନ୍ତୁ ଗବେଷକମାନେ ଯେତେବେଳେ ବୟସକୁ ୪୫ରୁ ୬୪ ମଧ୍ୟରେ ସୀମିତ ରଖିଦେଲେ, ସେତେବେଳେ ସେମାନଙ୍କ ଚାପର ସ୍ତର ବହୁଗୁଣିତ ହୋଇଯାଇଥିଲା। ଗବେଷକ ଡାଭିଡ୍‌ ଏମ୍‌. ଆଲ୍‌ମୈଡା ଜାଣିବାକୁ ପାଇଥିଲେ ଯେ, ୧୯୯୦ ଅପେକ୍ଷା ୨୦୧୦ରେ ଲୋକେ ୧୯ ପ୍ରତିଶତ ଅଧିକ ଅବସାଦରେ ରହୁଛନ୍ତି। ଅର୍ଥାତ୍‌ ବର୍ଷକୁ ଏମାନେ ୬୪ରୁ ଊର୍ଦ୍ଧ୍ୱ ଦିନ ଅଧିକ ଚାପରେ ରହିଥାଆନ୍ତି।
‘ଆମେରିକାନ୍‌ ସାଇକୋଲୋଜିଷ୍ଟ’ରେ ଏ ସଂକ୍ରାନ୍ତ ଲେଖା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ରିସର୍ଚ୍ଚ ଟିମ୍‌ ୧୯୯୫ରେ ୧,୪୯୯ ବୟସ୍କ ଓ ୨୦୧୨ରେ ୭୮୨ ଜଣ ବିଭିନ୍ନ ବୟସ୍କଙ୍କୁ ନେଇ ଅଧ୍ୟୟନ କରିଥିଲେ। ଏ ସମସ୍ତଙ୍କର ଦୈନିକ ୮ ଦିନ ଯାଏ ସାକ୍ଷାତ୍‌କାର ନିଆଯାଇଥିଲା। ଏଥିରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ବିଗତ ୨୪ ଘଣ୍ଟାର ଚାପଗ୍ରସ୍ତ ଅଭିଜ୍ଞତା ବଖାଣିବାକୁ କୁହାଯାଉଥିଲା। ପରିବାର କିମ୍ବା ସାଙ୍ଗସାଥୀଙ୍କ ମଧ୍ୟରେ ଉଚ୍ଚବାଚ କିମ୍ବା ଘରେ ବା କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ସେଥିରୁ ଲୋକଙ୍କ ଚାପଗ୍ରସ୍ତ ଜୀବନକୁ ବୁଝିବା ସମ୍ଭବ ହୋଇଥିଲା ବୋଲି ଆଲମୈଡା କହିଛନ୍ତି। ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରିବା ପରେ ଗବେଷକମାନେ ଜାଣିପାରିଥିଲେ ଯେ, ୧୯୯୦ ଅପେକ୍ଷା ୨୦୧୦ରେ ସେମାନଙ୍କ ଚାପ ବହୁମାତ୍ରରେ ବଢ଼ିଚାଲିଥିଲା। ତେବେ କେତେକ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଆର୍ଥିକ ଅବସ୍ଥା ଖରାପ ଥିବା ନେଇ ଚିନ୍ତିତ ହୋଇପଡ଼ୁଥିବା କହିଥିବା ବେଳେ ୧୭ ପ୍ରତିଶତ ସେମାନଙ୍କ ଭବିଷ୍ୟତ ଯୋଜନାକୁ ଚାପ ଘୋର ପ୍ରଭାବିତ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ।
ଆଲମୈଡା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ, ଗତ ୯୦ ଦଶକ ଅପେକ୍ଷା ବର୍ତ୍ତମାନ ଲୋକଙ୍କ ଚାପ ପରିମାଣ ବୃଦ୍ଧି ପାଇଥିଲେ ହେଁ ବିଶେଷକରି ବିଭିନ୍ନ ବର୍ଗଙ୍କ ବୟସ ମୁଖ୍ୟତଃ ପ୍ରଭାବିତ କରିଥିଲା। ଆମେ ଭାବୁଥିଲୁ ଯେ, ଯୁବବର୍ଗଙ୍କ ପାଇଁ ଅର୍ଥନୈତିକ ଅସ୍ଥିରତା ଯୋଗୁ ଜୀବନ ଅଧିକ ଚାପଗ୍ରସ୍ତ ହେଉଛି। କିନ୍ତୁ ତାହା ଭାବିବା ଠିକ୍‌ ନ ଥିଲା ବୋଲି ସେ କହିଥିଲେ। କିନ୍ତୁ ମଧ୍ୟବୟସ୍କମାନେ ସବୁଠାରୁ ଅଧିକ ଚାପଗ୍ରସ୍ତ ଅଛନ୍ତି। କାରଣ ସେମାନଙ୍କ ପିଲାମାନେ ଅସ୍ଥିର ନିଯୁକ୍ତି ବଜାରରେ ଘଣ୍ଟି ହେଉଥିବା ବେଳେ ନିଜ ମାତାପିତାଙ୍କ ଦାୟିତ୍ୱ ନେଇ ଚିନ୍ତିତ ଥାଆନ୍ତି। ଏହି ବୟସର ବ୍ୟକ୍ତି ଏଭଳି ପିଢ଼ିଗତ ସମସ୍ୟା ବୁଝିବାକୁ ଯାଇ ଚାପରେ ଚିପୁଡ଼ି ହୋଇଯାଇଥାଆନ୍ତି ବୋଲି ଆଲମୈଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri