ଅନ୍‌ଲାଇନ୍‌ରେ ପାନ୍ଥନିବାସ ଖାଦ୍ୟ

ଭୁବନେଶ୍ୱର,୯।୫(ବ୍ୟୁରୋ): ଏଣିକି ଅନ୍‌ଲାଇନ୍‌ରେ ମିଳିବ ପାନ୍ଥନିବାସର ସୁସ୍ବାଦୁ ଖାଦ୍ୟ। ଘରେ ବସି ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇହେବ। ଘରଠାରୁ ଦୂରରେ ଏକାକୀ ରହୁଥିଲେ ବି ଘର ଭଳି ଖାଦ୍ୟ ହାତପାଆନ୍ତାରେ ମିଳିବ। ତାହା ପୁଣି ବିନା କୌଣସି ଝିନ୍‌ଝଟରେ। ଡାଲ୍‌ମା, ସନ୍ତୁଳା, ମାଛ ବେସର ସହ ପିଠା, ମିଠା ମଧ୍ୟ ଅର୍ଡର କରିହେବ। ଏଥିଲାଗି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ‘ଜୋମାଟୋ’ ଏବଂ ‘ସ୍ବିଗି’ ମାଧ୍ୟମରେ ଆରମ୍ଭ ହୋଇଛି ହୋମ୍‌ ଡେଲିଭରି ବ୍ୟବସ୍ଥା। ଲକ୍‌ଡାଉନ୍‌ ସମୟରେ ଘରେ ଘରେ ସୁସ୍ବାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ଶୁକ୍ରବାର ପାନ୍ଥନିବାସରେ ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶମକ୍ରମେ ଓଟିଡିସି ଦୁଇ ପ୍ରମୁଖ ଅନ୍‌ଲାଇନ ଫୁଡ୍‌ ଡେଲିଭରି ସଂସ୍ଥା ‘ଜୋମାଟୋ’ ଓ ‘ସ୍ବିଗି’ ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାନ୍ଥନିବାସରେ ବୁଝାମଣାପତ୍ର ସ୍ବାକ୍ଷର ସହ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ନିଗମ ଦ୍ୱାରା ପରିଚାଳିତ ୪ ପାନ୍ଥନିବାସ ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଜୋମାଟୋ ଓ ସ୍ବିଗିରେ ଡୋର୍‌ ଟୁ ଡୋର୍‌ ଅର୍ଡର ଅନୁଯାୟୀ ଖାଦ୍ୟ ଯୋଗାଇ ଦେବ। ପାରମ୍ପରକି ଓଡ଼ିଆ ଖାଦ୍ୟ ସହ ପୋଡ଼ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଏବେ ଅନ୍‌ଲାଇନରେ ଅର୍ଡର କରିହେବ। ଏହାବ୍ୟତୀତ ଅନ୍ୟାନ୍ୟ ଦେଶୀ, ବିଦେଶୀ ଖାଦ୍ୟ ମଧ୍ୟ ରହିବ। ଆଗାମୀ ଦିନରେ ରାଜ୍ୟର ଅନ୍ୟ ପାନ୍ଥନିବାସଗୁଡ଼ିକରେ ଏହି ସେବା ଯୋଗାଇ ଦିଆଯିବ। ଏଥିପାଇଁ ଆଉକିଛି ପ୍ରମୁଖ ଅନ୍‌ଲାଇନ ଫୁଡ୍‌ ଡେଲିଭରି ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ମିଶ୍ର କହିଛନ୍ତି।
କୋଭିଡ୍‌-୧୯ ପ୍ରଭାବ ଯୋଗୁ ସାରା ରାଜ୍ୟ ଏବେ ଲକ୍‌ଡାଉନରେ ଥିବାବେଳେ ହୋଟେଲ୍‌, ରେଷ୍ଟୁରାଣ୍ଟ, ମଲ୍‌ ସବୁକିଛି ବନ୍ଦ ରହିଛି। ଏଭଳି ସମୟରେ ଘରଠାରୁ ଦୂରରେ ଏକାକୀ ରହୁଥିବା ବ୍ୟାଚ୍‌ଲର, କର୍ମଜୀବୀ ଓ ଛାତ୍ରୀଛାତ୍ରମାନେ ଖାଦ୍ୟପେୟ ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ତେବେ ଏଭଳି ସମୟରେ ଲୋକଙ୍କ ନିକଟରେ ଘର ତିଆରି ଭଳି ଖାଦ୍ୟ ପହଞ୍ଚାଇବାକୁ ଓଟିଡିସି ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ସମସ୍ତ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନକୁ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତାର ସହ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ପ୍ରସ୍ତୁତ ହେଉଛି। ଏହାକୁ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri